ଆଜିକାଲି ପ୍ରାୟ କମ ବୟସର ମହିଳାମାନଙ୍କ ମୁହଁରେ ଚର୍ମ କୁଞ୍ଚନ ଦେଖାଯାଉଛି। ତେବେ ଆସନ୍ତୁ ଜାଣିବା ଏହି ଟିପ୍ସ ଆପଣଙ୍କୁ ଚର୍ମକୁ କିପରି ରଖିଥାଏ ସୁସ୍ଥ ଏବଂ ଉଜ୍ଜ୍ୱଳ।

Anti-aging-Skincare

ଅଧିକ ପଢ଼ନ୍ତୁ: ତ୍ୱଚା ସମସ୍ୟା ଦୂର କରେ ବିଟ୍, ଜାଣନ୍ତୁ କେମିତି କରିବେ ପ୍ରୟୋଗ

ସାଧାରଣତଃ ବୟସ ଅଧିକ ହୋଇଗଲେ ପ୍ରାୟ ମହିଳାଙ୍କ ମୁହଁରେ ବୟସ ଛାପ ଦେଖାଯାଇଥାଏ। ବୟସ ଜନିତ ପ୍ରଭାବ ଯୋଗୁଁ ମୁହଁର ଚର୍ମରେ କୁଞ୍ଚନ ପଡ଼ିଯିବା ସହ କମ ବୟସରେ ମଧ୍ୟ ସୁନ୍ଦରତା ନଷ୍ଟ ହୋଇଯାଏ। ସଠିକ ତ୍ୱଚାର ଯତ୍ନ ଏବଂ ଜୀବନଶୈଳୀରେ ନିୟମିତତା ମୁହଁରେ କୁଞ୍ଚନ ପଡ଼ିବାକୁ ଦେଇନଥାଏ। ଘରୁ ବାହାରିବା ମାତ୍ରେ ଆମ ତ୍ୱଚା ସୂର୍ଯ୍ୟ କିରଣ ଏବଂ ପ୍ରଦୂଷଣ ସଂସ୍ପର୍ଶରେ ଆସି ପ୍ରିମାଚ୍ୟୁର ଏଜିଙ୍ଗ ସମସ୍ୟା ଦେଖାଦେଇଥାଏ। ମୁହଁରେ ସୁସ୍ଥ କୋଷଗୁଡ଼ିକ ନଷ୍ଟ ହୋଇଯିବା ଫଳରେ ମୁହଁର ଆକର୍ଷଣ କମି ଯାଇଥାଏ। ତେଣୁ ମୁହଁର ତ୍ୱଚାକୁ ସୁନ୍ଦର ଏବଂ ସୁସ୍ଥ ରଖିବା ପାଇଁ କେତେଗୁଡ଼ିଏ ନିୟମ ମାନିବା ଆବଶ୍ୟକ।

ସୂର୍ଯ୍ୟ କିରଣଠାରୁ ଦୂରରେ ରହନ୍ତୁ

ବାହାରକୁ ଯିବା ସମୟରେ ଯେତେ ସମ୍ଭବ ମୁହଁକୁ ଘୋଡେ଼ଇ ଯାଆନ୍ତୁ। ଏହା ଦ୍ଵାରା ସୂର୍ଯ୍ୟ କିରଣ ମୁହଁ ସଂସ୍ପର୍ଶରେ ଆସିପାରେ ନାହିଁ। ସୂର୍ଯ୍ୟ ନିକଟରୁ ଆସୁଥିବା ଅତି ବାଇଗଣୀ ରଶ୍ମି ମୁହଁରେ ହାଇପିଗମେଣ୍ଟସନ, କଳା ଦାଗ ଏବଂ କୁଞ୍ଚନ ଆଣିଦେଇଥାଏ। ଏସବୁ ସମସ୍ୟାରୁ ନିଜକୁ ଦୂରରେ ରଖିବା ପାଇଁ ୩୦ଏସପିଏଫ ସନସ୍କ୍ରିନ ବ୍ୟବହାର କରନ୍ତୁ। ବାହାରକୁ ଯିବା ପୂର୍ବରୁ ଏବଂ ଘରେ ଥିବା ଅବସ୍ଥାରେ ମଧ୍ୟ ଆପଣ ଏହି କ୍ରିମ ବ୍ୟବହାର କରିପାରିବେ।

ବିଭିନ୍ନ ଭିଟାମିନଯୁକ୍ତ ଖାଦ୍ୟ ଖାଆନ୍ତୁ

ମୁହଁରେ ସୁନ୍ଦରତା ଏବଂ ଫ୍ରେସନେସ ବଜାୟ ରଖିବା ପାଇଁ ପ୍ରତିଦିନ ବିଭିନ୍ନ ଭିଟାମିନ ଜାତୀୟ ଫଳ ଖାଇବା ଉଚିତ। ବିଶେଷ କରି ଭିଟାମିନ ସି ଯୁକ୍ତ ଖାଦ୍ୟରେ ଥିବା ଆଣ୍ଟିଅକ୍ସିଡାଣ୍ଟ ତ୍ୱଚାକୁ ସୁସ୍ଥ ରଖିବା ସହ ଚମକ ଆଣିଦେଇଥାଏ। ବାଦାମ, କ୍ଷୀର ଜାତୀୟ ଖାଦ୍ୟ, ଉଦ୍ଭିଦ ତେଲ, ସବୁଜ ପନିପରିବା, ସାଇଟ୍ରିକ ଫଳ ଖାଆନ୍ତୁ।

drink more water

ଅଧିକ ପଢ଼ନ୍ତୁ: ଉଜ୍ୱଳ ତ୍ୱଚା ପାଇଁ ଡାଏଟ୍‌ରେ ସାମିଲ କରନ୍ତୁ ଏହି ୮ଟି ଖାଦ୍ୟ

ପ୍ରଚୁର ପାଣି ପିଅନ୍ତୁ

ପ୍ରତିଦିନ ନିଜ ବୟସ ଏବଂ ଶରୀରର ଓଜନ ଅନୁସାରେ ପାଣି ପିଇବା ଆବଶ୍ୟକ। ଅତି କମରେ ଗୋଟିଏ ଦିନରେ ୮ ଗ୍ଲାସ ପାଣି ପିଅନ୍ତୁ। ଏହା ଫଳରେ ଚର୍ମରେ ହାଇଡ୍ରେଟ ବଜାୟ ରହିଥାଏ। ମୁହଁରେ କୋମଳ ଏବଂ ଚମକ ଆସିବା ପାଇଁ ପାଣିର ଆଵଶ୍ୟକତା ରହିଛି। ଡିହାଇଡ୍ରେସନ ଚର୍ମ କୁଞ୍ଚନ ଏବଂ ଦାଗର କାରଣ ହୋଇଥାଏ।

ଚାପ ମୁକ୍ତ ରହନ୍ତୁ

ଆପଣ ମାନସିକ ଏବଂ ଶାରୀରିକ ଭାବେ ଚାପ ଗ୍ରସ୍ତ ରହିଲେ ତା’ର ପ୍ରଭାବ ତ୍ୱଚା ଏବଂ କେଶ ଉପରେ ପଡ଼ିଥାଏ। ତେଣୁ ସବୁ ସମୟରେ ଶାନ୍ତ ରହିବାକୁ ଚେଷ୍ଟା କରନ୍ତୁ। ଚାପ ମୁକ୍ତ ରହିବା ପାଇଁ ଆପଣ ବିଭିନ୍ନ ଯୋଗ,ଚିତ୍ର ଅଙ୍କନ, ଗୀତ ଗାଇବା, ରୋଷେଇ ଭଳି ଅଭ୍ୟାସ ମଧ୍ୟ କରିପାରିବେ।

face wash

ଅଧିକ ପଢ଼ନ୍ତୁ: ଏହିସବୁ କାରଣରୁ ଯୁବାବସ୍ଥାରେ ଆସିଥାଏ ଅକାଳ ବାର୍ଦ୍ଧକ୍ୟ

ଶୋଇବା ପୂର୍ବରୁ ମେକଅପ ଛଡ଼େଇ ଦିଅନ୍ତୁ

ମନେରଖନ୍ତୁ ଶୋଇବା ପୂର୍ବରୁ ମେକଅପ ମୁହଁରୁ ସଫା କରି ଦିଅନ୍ତୁ। ନଚେତ ଆଖି ତଳ କଳା ଦାଗ ଏବଂ ମୁହଁରେ ବିଭିନ୍ନ ଦାଗ ଦେଖାଯିବାର ଆଶଙ୍କା ରହିଛି।

ମଶ୍ଚରାଇଜର ବ୍ୟବହାର କରନ୍ତୁ

ଗାଧୋଇ ସାରିବା ପରେ କିମ୍ବା ମେକଅପ ସଫା କରିବା ପରେ ମଶ୍ଚରାଇଜର କ୍ରିମ ମୁହଁରେ ଲଗାନ୍ତୁ। ଆପଣ ଗ୍ଲିସେରିନ, ମିନେରାଲ ଓଏଲ, ହାଇଲୁରୋନିକ ଏସିଡ ଲଗାଇପାରିବେ।