ମହିଳାମାନଙ୍କଠାରେ ଦେଖାଯାଉଥିବା କେତେକ ଶାରୀରିକ ସମସ୍ୟା ବାବଦରେ ଆସନ୍ତୁ ଜାଣିବା।

multitasking women

ଅଧିକ ପଢ଼ନ୍ତୁ: କାହିଁକି ହୋଇଥାଏ ସ୍ତନ ସଂକ୍ରମଣ? ଜାଣନ୍ତୁ ଏହାର ଲକ୍ଷଣ ଏବଂ ଚିକିତ୍ସା

ଉଭୟ ପୁରୁଷ ଏବଂ ମହିଳାଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟା ଦେଖାଯାଇଥାଏ। କିନ୍ତୁ ପୁରୁଷଙ୍କ ଅପେକ୍ଷା ମହିଳାମାନଙ୍କ ନିକଟରେ ଅଧିକ ଶାରୀରିକ ସମସ୍ୟା ଚିହ୍ନଟ କରାଯାଇଥାଏ।

ପ୍ରସୂତି ସମ୍ପର୍କିତ ସମସ୍ୟା (ଗାଇନିକ ପ୍ରବ୍ଲେମ)

ମହିଳାମାନଙ୍କ ନିକଟରେ ଋତୁସ୍ରାବ ଅନିୟମିତତା, ଋତୁସ୍ରାବ ସମୟରେ ଯନ୍ତ୍ରଣା, ଜରାୟୁରେ ସମସ୍ୟା, ପରିସ୍ରା ଦ୍ବାର ସଂକ୍ରମଣ ଭଳି ଅନେକ ସମସ୍ୟା ଦେଖାଦେଇଥାଏ।

ଅଧିକ ପଢ଼ନ୍ତୁ: ୪୦ ବର୍ଷ ପରେ ମହିଳାମାନେ କରନ୍ତୁ ଏହି ୫ଟି ସ୍ଵାସ୍ଥ୍ୟ ପରୀକ୍ଷା

ଗର୍ଭାବସ୍ଥା ଜନିତ ସମସ୍ୟା

ଗର୍ଭଧାରଣଠାରୁ ଆରମ୍ଭ କରି ଶିଶୁ ଜନ୍ମ ହେବା ପର୍ଯ୍ୟନ୍ତ ଅନେକ ସମସ୍ୟା ରହିଛି। ଗର୍ଭାବସ୍ଥା ସମୟରେ ମହିଳାମାନଙ୍କ ନିକଟରେ ବିଭିନ୍ନ ସମସ୍ୟା ଦେଖାଦେଇଥାଏ। ଏହି ସମୟରେ ସେମାନେ ଡିପ୍ରେସନର ଶିକାର ହୋଇଥାନ୍ତି। ଯାହା ଉଭୟ ମା’ ଏବଂ ଶିଶୁ ପାଇଁ ବିପଦ ଆଣିଦିଏ। ଶିଶୁ ଜନ୍ମ ପରେ କେତେକ ମହିଳା ପେରିନାଟାଲ ଡିପ୍ରେସନର ଆକ୍ରାନ୍ତ ହୋଇଥାନ୍ତି। ସ୍ତନ୍ୟପାନ, ସ୍ତନ ସଂକ୍ରମଣ ଭଳି ସମସ୍ୟା ଦେଖାଦେଇଥାଏ।

କେଶ ଝଡ଼ିବା

ବିଭିନ୍ନ କାରଣରୁ ଆଜିକାଲି ସବୁ ବୟସର ମହିଳାମାନଙ୍କ କେଶ ଝଡ଼ୁଛି। ୩୦ ବର୍ଷ ପରେ ମହିଳାମାନଙ୍କ କେଶ ଅଧିକ ଝଡ଼ିଥାଏ। ଏହି ସମୟରେ ଶରୀରରୁ ଭିଟାମିନର ଅଭାବ ଏବଂ ଉପଯୁକ୍ତ ପୋଷଣ ନ ମିଳିବା ଯୋଗୁଁ ମହିଳାମାନଙ୍କ କେଶ ଝଡ଼ିବା ଆରମ୍ଭ ହୋଇଥାଏ। ଆଇରନ ଏବଂ ଭିଟାମିନ ଡିର ଅଭାଵରେ କେଶ ଝଡ଼ିଥାଏ। ଶରୀରର ହରମୋନ ଅସନ୍ତୁଳନ ଯୋଗୁଁ ଏପରି ହୋଇଥାଏ।

ଅଧିକ ପଢ଼ନ୍ତୁ: ଋତୁସ୍ରାବରେ ଅନିୟମିତତା କାହିଁକି ହୁଏ?

ଓଜନ ବଢ଼ିବା

ଅଧିକାଂଶ ମହିଳାମାନେ ଘର କାମରେ ବ୍ୟସ୍ତ ରହି ନିଜ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେଇପାରୁନାହାନ୍ତି। ତେଣୁ ସେମାନଙ୍କ ଓଜନରେ ନିୟନ୍ତ୍ରଣ ରହିନଥାଏ। ମହିଳାମାନଙ୍କର ଥାଇରଏଡ ଏବଂ କୋଲେଷ୍ଟ୍ରୋଲ ଯୋଗୁଁ ମଧ୍ୟ ଓଜନ ବୃଦ୍ଧି ହୋଇଥାଏ।

ଉଚ୍ଚ ରକ୍ତଚାପ

ଅଧିକ କାମର ଚାପ ଏବଂ ଘରର ଦାୟିତ୍ୱ ଭାର ଯୋଗୁଁ କେତେକ ମହିଳା ଚିନ୍ତିତ ହୋଇପଡ଼ନ୍ତି। ଫଳରେ ସେମାନଙ୍କ ରକ୍ତଚାପ ସ୍ତରରେ ଅସନ୍ତୁଳନ ଦେଖାଯାଇଥାଏ। ଅଧିକ ମୋଟାପଣ ଯୋଗୁଁ ମଧ୍ୟ ସେମାନେ ଉଚ୍ଚ ରକ୍ତଚାପର ଶିକାର ହୋଇଥାନ୍ତି।