ଶାରୀରିକ ସମସ୍ୟା, ମାନସିକ ଚାପ, ଷ୍ଟ୍ରେସ୍‌ ଭଳି ଅନେକ ସମସ୍ୟା ଯୋଗୁଁ ଲୋକଙ୍କୁ ନିଦ ହୋଇନଥାଏ। ଭଲ ନିଦରେ ଶୋଇବା ପାଇଁ ଆପଣାନ୍ତୁ ଏହି ଟିପ୍ସ।

ଶରୀରରେ ପ୍ରସ୍ତୁତ ହେଉଥିବା କେମିକାଲ ଏବଂ ହରମୋନ୍‌ର ସନ୍ତୁଳନ ରକ୍ଷା କରିବା ପାଇଁ ନିଦ ଅତ୍ୟନ୍ତ ଜରୁରୀ। ଜଣେ ସାଧାରଣ ବ୍ୟକ୍ତି ଦିନକୁ ପ୍ରାୟ ୬ରୁ ୮ ଘଣ୍ଟା ଶୋଇବା ଦରକାର। ହେଲେ ବର୍ତ୍ତମାନ କାମର ଚାପ ଓ ଅନ୍ୟାନ୍ୟ କାର୍ଯ୍ୟ ଯୋଗୁଁ ଲୋକେ ଅଳ୍ପ ସମୟ ବା ୪ରୁ ୬ ଘଣ୍ଟା ପାଇଁ ଶୋଉଛନ୍ତି ଓ କେତେକ ଲୋକ ୯ରୁ ୧୦ ଘଣ୍ଟା ଧରି ଶୋଇଥାଆନ୍ତି।

  • ଅଧିକାଂଶ ଲୋକ ଶୋଉଥିବା ବିଛଣାରେ ପଢ଼ନ୍ତି, ବସି ଟିଭି ଦେଖନ୍ତି, ବସି ଖାଆନ୍ତି। କିନ୍ତୁ, ଶୋଇବା ପାଇଁ ବିଛଣାର ବ୍ୟବହାର କରନ୍ତୁ।
  • ବେଡ୍‌ସିଟ୍‌, ତକିଆ ଅପରିଷ୍କାର ଥିଲେ ନିଦ ଭଲ ଭାବରେ ହୋଇନଥାଏ। ତେଣୁ ସବୁବେଳେ ପରିଷ୍କାର ବେଡ୍‌ସିଟ୍‌ ଓ ତକିଆ ଖୋଳ ବ୍ୟବହାର କରନ୍ତୁ ଓ ବେଡ୍‌ସିଟ୍‌କୁ ଅଡ଼ୁଆ କରନ୍ତୁ ନାହିଁ।
  • ଶୋଇବା ଓ ଉଠିବାର ସମୟ ନିର୍ଦ୍ଧାରଣ କରନ୍ତୁ। ସବୁବେଳେ ଗୋଟେ ସମୟରେ ଶୋଇବାକୁ ଯାଆନ୍ତୁ, ଏହାଦ୍ୱାରା ଆପଣଙ୍କୁ ଉକ୍ତ ସମୟରେ ନିଦ ଲାଗିବ।
  • ଯେଉଁମାନେ ନିଶାଦ୍ରବ୍ୟର ସେବନ ଅଧିକ କରିଥାଆନ୍ତି ସେମାନଙ୍କର ନିଦରେ ବ୍ୟାଘାତ ସୃଷ୍ଟି ହୁଏ।
  • ଅତ୍ୟଧିକ ଚା’ କଫି ପିଇବା ଦ୍ଵାରା ମଧ୍ୟ ନିଦ ଠିକ୍‌ ଭାବରେ ହୋଇନଥାଏ। ତେଣୁ ସନ୍ଧ୍ୟା ପରେ ଚା’ କଫି ପିଅନ୍ତୁ ନାହିଁ।
  • ଶୋଇବା ପୂର୍ବରୁ ଧୀର ସଙ୍ଗୀତ ଶୁଣନ୍ତୁ ଅବା ମନ ପସନ୍ଦର ବହି ପଢ଼ନ୍ତୁ।
  • ରାତି ଭୋଜନ ଅଳ୍ପ ମାତ୍ରାରେ ଖାଆନ୍ତୁ ଓ କୌଣସି ଉତ୍ତେଜକ ଖାଦ୍ୟ ଖାଆନ୍ତୁ ନାହିଁ।
  • ଦିନ ତମାମ ଶାରୀରିକ ଭାବେ ସକ୍ରିୟ ରହନ୍ତୁ। ଫଳରେ ଥକ୍କା ଲାଗିଥାଏ ଓ ରାତିରେ ଭଲ ନିଦ ହୋଇଥାଏ।
  • ନିୟମିତ ସକାଳେ ବ୍ୟାୟାମ, ଯୋଗ, ଜଗିଂ କରନ୍ତୁ।
  • କୌଣସି ଶାରୀରିକ ସମସ୍ୟା ବା ସର୍ଜରି ଯୋଗୁଁ ରାତିରେ ନିଦ ହେଉନଥିଲେ, ଡାକ୍ତରଙ୍କ ପରାମର୍ଶ କରନ୍ତୁ।