ବୟସ ବଢ଼ିବା ସଙ୍ଗେ ସଙ୍ଗେ ଶରୀରର ବିଭିନ୍ନ ସମସ୍ୟା ଦେଖାଦେଇଥାଏ। ତେଣୁ ୪୦ ବର୍ଷ ପରେ ମହିଳାମାନେ ନିୟମିତ ଏହି ୫ଟି ପରୀକ୍ଷା କରାଇବା ଉଚିତ।

women

ଅଧିକ ପଢ଼ନ୍ତୁ: କାହିଁକି ହୋଇଥାଏ ସ୍ତନ ସଂକ୍ରମଣ? ଜାଣନ୍ତୁ ଏହାର ଲକ୍ଷଣ ଏବଂ ଚିକିତ୍ସା

ବୟସ ବଢ଼ିବା ସହ କାମର ଚାପ କେତେକ ମହିଳାଙ୍କୁ ଦୁର୍ବଳ କରିଦେଇଥାଏ। ଘର କାମ ଏବଂ ଅଫିସ କାମ ଯୋଗୁଁ ସେମାନେ ନିଜ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେଇ ପାରନ୍ତି ନାହିଁ। ଆଜିକାଲି ଅଧିକାଂଶ କମ ବୟସର କିଶୋରୀମାନେ ନିଜ ସ୍ୱାସ୍ଥ୍ୟକୁ ନେଇ ବେଶ ସଚେତନ ରହୁଛନ୍ତି। ସେହିପରି ବୟସ୍କ ବା ୪୦ ବର୍ଷରୁ ଉର୍ଦ୍ଧ୍ୱ ମହିଳାମାନେ ନିଜ ସ୍ଵାସ୍ଥ୍ୟ ପ୍ରତି ଧ୍ୟାନ ଦେବାର ଆବଶ୍ୟକ ରହିଛି।

୪୦ ବର୍ଷ ପରେ ମହିଳାମାନଙ୍କ ଉଚ୍ଚ କୋଲେଷ୍ଟ୍ରୋଲ, ରକ୍ତରେ ଶର୍କରା ସ୍ତର, ଗର୍ଭାଶୟରେ ସମସ୍ୟା, ସ୍ତନ କର୍କଟ ଏବଂ ଦୃଷ୍ଟି ଶକ୍ତି ହ୍ରାସ ଭଳି ଅନେକ ସମସ୍ୟା ଦେଖିବାକୁ ମିଳିଥାଏ। ତେଣୁ ନିୟମିତ ଭାବେ ସ୍ଵାସ୍ଥ୍ୟ ପରୀକ୍ଷା କରିନେବା ଭଲ।

ମଧୁମେହ ପରୀକ୍ଷା

ବୟସ ବଢ଼ିବା ସହ ମଧୁମେହର ଆଶଙ୍କା ମଧ୍ୟ ବୃଦ୍ଧି ହୋଇଥାଏ। ଗର୍ଭକାଳୀନ ମଧୁମେହ ସୁସ୍ଥ ମହିଳାମାନଙ୍କୁ ମଧ୍ୟ ରୋଗଗ୍ରସ୍ତ କରାଇଦେଇଥାଏ। ତେଣୁ ଡାକ୍ତରଙ୍କ ନିକଟରେ ଶର୍କରା ସ୍ତର ପରୀକ୍ଷା କରାଇନେବା ଉଚିତ। ଆପଣଙ୍କ ରକ୍ତଚାପରେ କୌଣସି ଅସନ୍ତୁଳନ ଦେଲେ ତୁରନ୍ତ ସୁଗାର ଲେଭଲ ପରୀକ୍ଷା କରାଇନେବା ଆବଶ୍ୟକ। ପୂର୍ବରୁ ପରିବାରର କେହି ସଦସ୍ୟ ମଧୁମେହରେ ଆକ୍ରାନ୍ତ ଥିଲେ ଆପଣଙ୍କୁ ହେବାର ଆଶଙ୍କା ରହିଛି। ତେଣୁ ଆପଣ ନିଜ ରକ୍ତ ପରୀକ୍ଷା ସହ ଶର୍କରା ପରୀକ୍ଷା କରାଇନେବା ଭଲ।

blood pressure

ଅଧିକ ପଢ଼ନ୍ତୁ: ଋତୁସ୍ରାବରେ ଅନିୟମିତତା କାହିଁକି ହୁଏ?

ରକ୍ତଚାପ ପରୀକ୍ଷା

ପୁରୁଷମାନଙ୍କ ଅପେକ୍ଷା ମହିଳାମାନଙ୍କ ରକ୍ତଚାପରେ ଅସନ୍ତୁଳନ ଦେଖାଯାଇଥାଏ। ଅଧିକ କାମର ଚାପ କିମ୍ବା ଦାୟିତ୍ୱ ଯୋଗୁଁ କେତେକ ମହିଳାଙ୍କ ରକ୍ତଚାପ ବଢ଼ିଯାଏ କିମ୍ବା କମିଯାଇଥାଏ। ତେଣୁ ୪୦ ବର୍ଷ ପରେ ରକ୍ତଚାପ ପରୀକ୍ଷା କରାଇବା ନିହାତି ଜରୁରୀ।

ସ୍ତନ ପରୀକ୍ଷା

ମହିଳାମାନଙ୍କ ନିକଟରେ ଦେଖାଯାଉଥିବା ସାଧାରଣ ରୋଗ ହେଉଛି ସ୍ତନ କର୍କଟ। ବୟସ ବଢ଼ିବା ସହ ଏହି ରୋଗର ଆଶଙ୍କା ଧୀରେ ଧୀରେ ବୃଦ୍ଧି ପାଇଥାଏ। ତେଣୁ ୪୦ ବର୍ଷ ପରେ ନିୟମିତ ଭାବେ ମହିଳାମାନଙ୍କ ସ୍ତନ ସମ୍ବନ୍ଧୀୟ ପରୀକ୍ଷା କରାଇନେବା ଉଚିତ। ଯଦି ପୂର୍ବରୁ ପରିବାରର କେହି ସ୍ତନ କର୍କଟରେ ପୀଡ଼ିତ ଅଛନ୍ତି ତେବେ ଆପଣଙ୍କୁ ହେବାର ଆଶଙ୍କା ରହିଥାଏ। ୪୦ ବର୍ଷ ପରେ ସ୍ତନ କର୍କଟ ପରୀକ୍ଷା ଏବଂ ମାମୋଗ୍ରାଫି କରି ନିଅନ୍ତୁ।

ଥାଇରଏଡ ପରୀକ୍ଷା

ମହିଳାମାନଙ୍କ ନିକଟରେ ହାଇପର ଥାଇରଏଡ ଏବଂ ହାଇପୋଥାଏରଏଡ ହେବାର ଆଶଙ୍କା ଅଧିକ ଥାଏ। ଯଦି ଆପଣଙ୍କର ଋତୁସ୍ରାବରେ ଅନିୟମିତତା ଦେଖାଦେଉଛି ତେବେ ଥାଇରଏଡ ପରୀକ୍ଷା କରାଇ ନିଅନ୍ତୁ। ଏହା ଫଳରେ ଥାଇରଏଡ ଗ୍ରନ୍ଥି ଠିକ ଭାବେ କାମ କରୁଛି କି ନାହିଁ ଜଣା ପଡ଼ିଯିବ।

eye test

ଅଧିକ ପଢ଼ନ୍ତୁ: କିଶୋରୀମାନଙ୍କ ଋତୁସ୍ରାବ, ସଙ୍କୋଚ ନ କରି ଜାଣନ୍ତୁ ଏହି ସବୁ କଥା ବାବଦରେ

ଚକ୍ଷୁ ପରୀକ୍ଷା

୪୦ ବର୍ଷରେ ଉଭୟ ପୁରୁଷ ଏବଂ ମହିଳାମାନଙ୍କଠାରେ ଚାଳିଶିଆ ଆଖି ସମସ୍ୟା ଦେଖାଦେଇଥାଏ। ବଢ଼ିବା ସଙ୍ଗେ ସଙ୍ଗେ ଶରୀରର ପୋଷଣ କମ ହୋଇଯାଇଥାଏ। ଫଳରେ ଆଖିକୁ ଠିକ ଭାବେ ଦେଖା ଯାଏ ନାହିଁ। ଶରୀରର ଏ, ସି ଭଳି ଭିଟାମିନର ଅଭାବ ଯୋଗୁଁ ଏପରି ହୋଇଥାଏ।