ପାଦ ହସ୍ତାସନ କରିବା ଦ୍ଵାରା ହାର୍ଟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ମିଳିଥାଏ। ତେବେ ଜାଣନ୍ତୁ ଏହି ଆସନର ପଦ୍ଧତି ଏବଂ ଏହାର ଉପକାରିତା ବାବଦରେ।

pada hastasana exercise

ଅଧିକ ପଢ଼ନ୍ତୁ: ପିଠି ଏବଂ ଅଣ୍ଟା ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ ଅର୍ଦ୍ଧ ଚକ୍ରାସନ

ପାଦ ହସ୍ତାସନ ଶବ୍ଦଟି ଦୁଇଟି ଶବ୍ଦର ମିଶ୍ରଣର ହୋଇଛି। ଏହି ଆସନରେ ପାଦ ଏବଂ ହାତର ଉପଯୋଗ ହେଉଥିବାରୁ ଏହାର ନାମକରଣ ଏପରି ହୋଇଛି। ଏହି ଆସନ କରିବା ଫଳରେ ହାର୍ଟ ଜନିତ ସମସ୍ୟା ଦୂର ହୋଇଥାଏ।

ପାଦ ହସ୍ତାସନର ଉପକାରିତା (Benefits of pada hastasana in odia)

ଯକୃତ ଏବଂ ବୃକକ ସୁସ୍ଥ ରଖିଥାଏ।

ହାର୍ଟ ଜନିତ ଅସୁବିଧା ହେବାର ଆଶଙ୍କା ନ ଥାଏ।

ଜଙ୍ଘ ଏବଂ ମାଂସପେଶୀ ଶକ୍ତ କରିଥାଏ।

ଅଣ୍ଟାକୁ ପତଳା କରିବା ସହ ନିତମ୍ବକୁ ଫ୍ଲେକ୍ସିବଲ କରିଥାଏ।

ଏହି ଆସନ କରିବା ଫଳରେ କୋଷ୍ଠକାଠିନ୍ୟ, ଗ୍ୟାସ ଏବଂ ଏସିଡିଟି ଭଳି ସମସ୍ୟା ଦୂର ହୋଇଥାଏ।

ଶରୀରରେ ରକ୍ତ ସଞ୍ଚାଳନ ସଠିକ ଭାବେ ହୋଇଥାଏ।

ନିୟମିତ ଏହି ଆସନ ଅଭ୍ୟାସ ଦ୍ବାରା ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରଣ ରହିଥାଏ। ଫଳରେ ଡାଏବେଟିସ ହେବାର ଆଶଙ୍କା ହ୍ରାସ ପାଇଥାଏ।

ଖାଦ୍ୟ ସଠିକ ଭାବେ ହଜମ ହୋଇଥାଏ।

ମୁଣ୍ଡ ବିନ୍ଧା ଯନ୍ତ୍ରଣାରୁ ଉପଶମ ମିଳିଥାଏ।

ଅନିଦ୍ରା ଜନିତ ସମସ୍ୟା ଦୂର ହୋଇଥାଏ।

ଅଷ୍ଟିଓପରୋସିସ ଏବଂ ସାଇନସ ଭଳି ରୋଗ ଭଲ ହୋଇଥାଏ।

ଅଧିକ ପଢ଼ନ୍ତୁ: ଗର୍ଭାବସ୍ଥାରେ କରନ୍ତୁ ଏହି ବ୍ୟାୟାମ, ଉଭୟ ଶିଶୁ ଏବଂ ମା’ ରହିବେ ସୁସ୍ଥ

କିପରି କରିବେ ପାଦ ହସ୍ତାସନ? (How to do pada hastasana in odia)

ଦୁଇ ପାଦକୁ ଏକାଠି ରଖି ଠିଆ ହୁଅନ୍ତୁ।

ହାତ ସିଧା କରି କାନ ସହ ଲଗାନ୍ତୁ ଏବଂ ଧୀରେ ଧୀରେ ନିଶ୍ୱାସ ନିଅନ୍ତୁ।

ପ୍ରଶ୍ୱାସ ଛାଡ଼ନ୍ତୁ ଏବଂ ଅଣ୍ଟା ସିଧା ରଖି ତଳକୁ ନୁଁଅନ୍ତୁ।

ଦୁଇ ହାତରେ ପାଦର ଆଙ୍ଗୁଠିକୁ ଛୁଇଁବାକୁ ଚେଷ୍ଟା କରନ୍ତୁ।

ନିଜ ହାତ ପାପୁଲିକୁ ପାଦ ତଳେ ରଖିବା ପାଇଁ ଚେଷ୍ଟା କରନ୍ତୁ।

ମୁଣ୍ଡ, ବେକକୁ ସିଧା ରଖି ନିଶ୍ବାସ ନିଅନ୍ତୁ ଏବଂ ଆଣ୍ଠୁ ପାଖକୁ ମୁଣ୍ଡ ନିଅନ୍ତୁ।

ଶରୀରକୁ ଷ୍ଟ୍ରେଚିଂ କରନ୍ତୁ ଏବଂ ପ୍ରଶ୍ୱାସ ଛାଡ଼ିବା ବେଳେ ଆଉ ଟିକେ ଆଗକୁ ଯିବା ପାଇଁ ଚେଷ୍ଟା କରନ୍ତୁ।

ଅଧିକ ଦିନ ପର୍ଯ୍ୟନ୍ତ ଏହି ଆସନ ଅଭ୍ୟାସ କରିବା ପରେ ଆପଣ ସମୟ ସୀମା ବଢ଼େଇ ପାରିବେ।

ଗୋଡ଼ ସିଧା ରଖନ୍ତୁ ଏବଂ ବେକ ମାଂସପେଶୀ ଉପରେ ଚାପ ନ ପଡ଼େ ଦୃଷ୍ଟି ଦିଅନ୍ତୁ।

ଅଧିକ ପଢ଼ନ୍ତୁ: ପିଠି ଯନ୍ତ୍ରଣା ଦୂର କରିବା ପାଇଁ କରନ୍ତୁ ପ୍ଲାଙ୍କ୍ ଏକ୍ସରସାଇଜର

ସତର୍କତା (Precaution in pada hastasana in odia)

ପିଠି ଏବଂ ଅଣ୍ଟାରେ ଯନ୍ତ୍ରଣା ହେଉଥିଲେ ଏହି ଆସନ କରନ୍ତୁ ନାହିଁ।

ପେଟରେ କୌଣସି ଗୁରୁତର ରୋଗରେ ଶିକାର ବ୍ୟକ୍ତି ଏହି ଆସନ କରନ୍ତୁ ନାହିଁ।

ଗର୍ଭବତୀ ମହିଳାମାନେ ଏହି ଆସନ ଅଭ୍ୟାସ କରିବା ଠିକ ନୁହେଁ।

ପ୍ରଥମେ ପ୍ରଥମେ ପାଦ ଛୁଇଁ ପାରୁନଥିଲେ ମଧ୍ୟ ଶରୀରକୁ ଅଧିକ ଚାପ ଦିଅନ୍ତୁ ନାହିଁ।