ପ୍ଲାଙ୍କ୍ ଏକ୍ସରସାଇଜ କରିବା ଦ୍ୱାରା ଶରୀର ଫ୍ଲେକ୍ସିବଲ ବା ନମନୀୟ ହୋଇଥାଏ। ଖାଲି ସେତିକି ନୁହେଁ ଏହା ଦ୍ୱାରା ପିଠି ଯନ୍ତ୍ରଣାରୁ ମଧ୍ୟ ମୁକ୍ତି ମିଳିଥାଏ।

exerciseଏକ୍ସରସାଇଜ ଶରୀରକୁ ଶକ୍ତ ଏବଂ ମଜଭୁତ ରଖିଥାଏ। ଆଜିକାଲି ପ୍ଲାଙ୍କ୍ ଏକ୍ସରସାଇଜର ବେଶ ଚାହିଦା ରହିଛି। ଏହି ଏକ୍ସରସାଇଜକୁ ଆପଣ ନିୟମିତ ଅଭ୍ୟାସ କରିବା ଉଚିତ। ଯାହା ଦ୍ୱାରା ଆପଣଙ୍କର ମାଂସପେଶୀ ଦୃଢ଼ ହେବା ସହ ହାଡ଼ ମଜଭୁତ ହୋଇଥାଏ।

କିପରି କରିବେ ପ୍ଲାଙ୍କ୍?

ପ୍ରଥମେ ପେଟ ତଳକୁ କରି ଭୂମିରେ ଶୋଇପଡ଼ନ୍ତୁ।

ହାତର କହୁଣୀ ଏବଂ ପାଦର ଆଙ୍ଗୁଠିକୁ ଭୂମି ସହ ଲଗାଇ ଧୀରେ ଧୀରେ ଉପରକୁ ଉଠନ୍ତୁ।

ଆପଣଙ୍କ ବଳ ଅନୁସାରେ ହାତ ଏବଂ ଗୋଡ଼ ଉପରେ ଯେତେ ସମ୍ଭବ ଚାପ ପକାଇ ପାରିବେ।

ନିଜର ସାମର୍ଥ୍ୟ ଅନୁସାରେ ଏପରି ଅବସ୍ଥାରେ କିଛି ସମୟ ନିଅନ୍ତୁ।

ମନେ ରଖନ୍ତୁ ଏହି ଏକ୍ସରସାଇଜ କରିବା ସମୟରେ ଠିକ ଭାବେ ନିଶ୍ୱାସପ୍ରଶ୍ଵାସ ନେବା ଉଚିତ।

ପ୍ଲାଙ୍କ୍ ଏକ୍ସରସାଇଜରର ଉପକାରିତା

ଭୂମି ସହ ଭାରସାମ୍ୟ ବଜାୟ ରଖିବାରେ ପ୍ଲାଙ୍କ୍ ଏକ୍ସରସାଇଜର ସାହାଯ୍ୟ କରିଥାଏ। ଯାହା ଫଳରେ ବ୍ୟକ୍ତି ସହଜରେ ତଳେ ପଡ଼ିଥାଏ ନାହିଁ।

ପ୍ଲାଙ୍କ୍ ଏକ୍ସରସାଇଜର କରିବା ସମୟରେ ପିଠି ସିଧା ରହିଥାଏ। ତେଣୁ ଏହି ଏକ୍ସରସାଇଜ କରିବା ଦ୍ୱାରା ପିଠି ଏବଂ ମେରୁଦଣ୍ଡ ସମସ୍ୟାରୁ ମୁକ୍ତି ମିଳିଥାଏ।

ଖେଳାଳୀମାନେ ନିୟମିତ ପ୍ଲାଙ୍କ୍ ଏକ୍ସରସାଇଜ କରିବା ଆବଶ୍ୟକ। ଏହା ଦ୍ୱାରା ସେମାନଙ୍କର ଆଣ୍ଠୁ ଏବଂ ପାଦ ଶକ୍ତ ହେବା ସହ ଆଣ୍ଠୁ ତଳ ମାଂସପେଶୀରେ ଯନ୍ତ୍ରଣା ହୋଇନଥାଏ।

exerciseବେକ ତଳ ମେରୁଦଣ୍ଡ ଜନିତ ସମସ୍ୟାରୁ ମୁକ୍ତି ପାଇଁ ପ୍ଲାଙ୍କ୍ ଏକ୍ସରସାଇଜର କରିବା ଜରୁରୀ। ଏହା ଦ୍ୱାରା ବେକରେ ରକା ଲାଗିବା କିମ୍ବା ବେକ ବ୍ୟଥା ଭଳି ସମସ୍ୟା ଦୂର ହୋଇଥାଏ।

ଶରୀରର ମେଟାବଲିଜିମ ବଜାୟ ରଖିବାରେ ପ୍ଲାଙ୍କ୍ ଏକ୍ସରସାଇଜର ସାହାଯ୍ୟ କରିଥାଏ। ଏହି ଏକ୍ସରସାଇଜ ଦ୍ୱାରା ଶରୀରରେ ଅଦରକାରୀ କ୍ୟାଲୋରୀ ନଷ୍ଟ ହୋଇଥାଏ। ଫଳରେ ଅଧିକ ଚର୍ବି ଜମାଟ ବାନ୍ଧି ପାରେ ନାହିଁ ଏବଂ ବ୍ୟକ୍ତି ନିକଟରେ ମେଦବହୁଳତା ଭଳି ସମସ୍ୟାର ଆଶଙ୍କା ନଥାଏ।

ଶରୀରକୁ ଫ୍ଲେକ୍ସିବଲ କରିବାରେ ପ୍ଲାଙ୍କ୍ ଏକ୍ସରସାଇଜର ସାହାଯ୍ୟ କରିଥାଏ।

ପ୍ଲାଙ୍କ୍ ଏକ୍ସରସାଇଜର କରିବା ଫଳରେ କେବଳ ଶାରୀରିକ ନୁହେଁ ମସ୍ତିଷ୍କ ମଧ୍ୟ ସୁସ୍ଥ ରହିଥାଏ।