olive oil egg

ଅଧିକ ପଢ଼ନ୍ତୁ: ଖାଆନ୍ତୁ ଏହି ୫ଟି ଭିଟାମିନଯୁକ୍ତ ଖାଦ୍ୟ ଦୂର ହେବ ଆଖି ତଳ କଳା ଦାଗ

ଥକ୍କାପଣ ଓ ଦୁର୍ବଳତା, ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ଯୋଗୁଁ ହୋଇଥାଏ।

ଆମ ମସ୍ତିଷ୍କର କାର୍ଯ୍ୟପ୍ରକ୍ରିୟା ଏବଂ ଲୋହିତ ରକ୍ତକଣିକାର ସୃଷ୍ଟି ପାଇଁ ଭିଟାମିନ୍ ବି-୧୨ର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଏହା ଆମର ସ୍ନାୟବିକ ପ୍ରକ୍ରିୟା ଏବଂ ରକ୍ତକୋଷିକାକୁ ସୁସ୍ଥ ରଖିଥାଏ। ସେହିପରି ଭିଟାମିନ୍ ବି- ୧୨ ଡିଏନ୍ଏ ପ୍ରସ୍ତୁତିରେ ସହାୟକ ହୁଏ। ତେଣୁ ଶରୀରରେ ଭିଟାମିନ୍ ବି-୧୨ର ଅଭାବ ଦେଖାଗଲେ ଗୁରୁତର ନ୍ୟୁରୋଲୋଜିକାଲ ସମସ୍ୟା ଦେଖାଯାଏ।

ଏକ ଆକଳନ ଅନୁସାରେ ଭାରତରେ ୭୦%ରୁ ଅଧିକ ଲୋକଙ୍କଠାରେ ଏହି ଭିଟାମିନ୍‌ର ଅଭାବ ଦେଖାଯାଏ। କିନ୍ତୁ ସେମାନଙ୍କ ମଧ୍ୟରୁ ଅଧିକାଂଶ ଏ ସଂପର୍କରେ ପରୀକ୍ଷା କରନ୍ତି ନାହିଁ। କିନ୍ତୁ ଯଦି ପ୍ରାଥମିକ ଭାବେ ଏହାର ଚିକିତ୍ସା କରା ନ ଯାଏ ଏହା ଲୋକଙ୍କୁ ମାନସିକ ଭାବେ ଭିନ୍ନକ୍ଷମ ବି କରିପାରେ।

କେଉଁମାନେ ଏହାଦ୍ୱାରା ପ୍ରଭାବିତ ହୋଇଥା’ନ୍ତି?

ମାଛ, ମାଂସ, ଅଣ୍ଡା ଏବଂ ଦୁଗ୍ଧ ଜାତୀୟ ଉତ୍ପାଦରୁ ଭିଟାମିନ୍ ବି-୧୨ ମିଳିଥାଏ। ତେଣୁ ଯେଉଁମାନେ ନିରାମିଶାଷୀ ସେମାନେ ଏହାଦ୍ୱାରା ଅଧିକ ଭାବେ ପ୍ରଭାବିତ ହୋଇଥା’ନ୍ତି। ସେହିଭଳି ଗ୍ୟାଷ୍ଟ୍ରିକ୍ ଏବଂ ମାଲ-ଆବଜରପସନ୍ ସିଣ୍ଡ୍ରୋମ୍ (ଏହି ଅବସ୍ଥାରେ ଶରୀରର ଭିଟାମିନ୍ ଗ୍ରହଣ କରିବାର କ୍ଷମତା କମିଯାଏ)ରେ ପୀଡ଼ିତ ବ୍ୟକ୍ତିଙ୍କଠାରେ ଭିଟାମିନ୍ ବି-୧୨ର ଅଭାବ ଦେଖାଯାଏ।

ଯେଉଁମାନେ ନିୟମିତ ଭାବେ ଆଣ୍ଟାସିଡ୍ ବ୍ୟବହାର କରୁଥାନ୍ତି ସେମାନେ ମଧ୍ୟ ଏହି ସମସ୍ୟାରେ ପୀଡ଼ିତ ହୋଇଥାନ୍ତି। ଏହାଛଡ଼ା ଅଧିକ ମଦ୍ୟପାନ କରୁଥିବା ଲୋକଙ୍କଠାରେ ବି ଏହି ସମସ୍ୟା ଦେଖାଯାଏ। ହାରାହାରି ଭାବେ ଦିନକୁ ୨ରୁ ଅଧିକ ଡ୍ରିଙ୍କସ୍ ନେଲେ ପେଟରେ କ୍ଷତ ସୃଷ୍ଟି ହୋଇଥାଏ। ଏହାଯୋଗୁଁ ପେଟରୁ ଏସିଡ୍ ଝରିବା କମିଯାଏ ଏବଂ ଶରୀର ଆବଶ୍ୟକ ପରିମାଣରେ ବି-୧୨ ଗ୍ରହଣ କରିପାରେ ନାହିଁ। କେବଳ ସେତିକି ନୁହେଁ, ଭିଟାମିନ୍ ବି-୧୨ ଯକୃତରେ ସଞ୍ଚିତ ହୋଇ ରହେ, ମଦ୍ୟପାନ କରିବା ଯୋଗୁଁ ଯକୃତ ବି ପ୍ରଭାବିତ ହୁଏ। ଏସବୁ ବ୍ୟତୀତ ଆନିମିଆ ବା ରକ୍ତହୀନତାରେ ପୀଡ଼ିତ ଲୋକ ମଧ୍ୟ ଭିଟାମିନ୍ ବି ୧୨କୁ ଗ୍ରହଣ କରିପାରନ୍ତି ନାହିଁ। ଡାଏବେଟିସରେ ପୀଡ଼ିତ ଲୋକ ଯେଉଁମାନେ ମେଟଫରମିନ୍ ନାମକ ଔଷଧ ବ୍ୟବହାର କରନ୍ତି ସେମାନେ ଭିଟାମିନ୍ ବି ୧୨ ଅଭାବର ସାମ୍ନା କରନ୍ତି।

getting tired easily

ଅଧିକ ପଢ଼ନ୍ତୁ: କେମିତି ଜାଣିବେ ଶରୀରରେ ଭିଟାମିନ୍ ଡି’ର ଅଭାବ ଅଛି?

କିଭଳି ସମସ୍ୟା ଆଣେ?

ବିଭିନ୍ନ ଲୋକଙ୍କ ପାଖରେ ଏହାର ଭିନ୍ନ ଭିନ୍ନ ଲକ୍ଷଣ ଦେଖାଯାଏ। କୌଣସି କାରଣ ନ ଥାଇ ଏହାଯୋଗୁଁ ମୁଣ୍ଡ ବୁଲାଇବା ଏବଂ ଥକ୍କାପଣ ଲାଗେ। ପାଦରେ ଛୁଞ୍ଚି ମାରିବା ଭଳି ଲାଗିବା, ଦେହ ହାତ ଥରିବା, ପାଟିରେ ଅଲସର ଏବଂ ଜିଭ ଫୁଲିବା ଭଳି ଲକ୍ଷଣ ଦେଖାଯାଏ। ଲୋହିତ ରକ୍ତକୋଷିକାର ପ୍ରସ୍ତୁତି କମିଯିବା ଯୋଗୁଁ ଆନିମିଆ ହୋଇଥାଏ। ଏହାର ସବୁଠୁ ବଡ଼ କୁପ୍ରଭାବ ହେଲା ନ୍ୟୁରୋଲୋଜିକାଲ ସମସ୍ୟା।

ଭିଟାମିନ୍ ବି ୧୨ ଅଭାବରେ ମଣିଷର ସ୍କୃତିଶକ୍ତି ହ୍ରାସ ପାଏ, ଚିନ୍ତା କରିବାର ଶକ୍ତି କମିଯାଏ। ଡିମେନସିଆ ଭଳି ରୋଗ (ସ୍ମୃତିଶକ୍ତି ଲୋପ ପାଇଯିବା) ଦେଖାଯାଏ। ଆଖିର ଦୃଷ୍ଟିଶକ୍ତି କମିଯାଏ। ଗର୍ଭବତୀ ମହିଳାମାନଙ୍କଠାରେ ଏହାର ଅଭାବ ଦେଖାଦେଲେ ପିଲାର ମାନସିକ ବିକାଶ ହୋଇପାରେନାହିଁ।

କ’ଣ ଖାଇବେ?

ନିରାମିଶାଷୀ ହୋଇଥିଲେ ଶରୀରରେ ଭିଟାମିନ୍ ୧୨ର ସ୍ତରକୁ ନିୟନ୍ତ୍ରିତ ରଖିବା ଲାଗି କ୍ଷୀର, ଦହି ଭଳି ଦୁଗ୍ଧ ଜାତୀୟ ଖାଦ୍ୟକୁ ପ୍ରଚୁର ପରିମାଣରେ ଖାଆନ୍ତୁ। ଆମିଶାଷୀମାନେ ଅଣ୍ଡା, ମାଛ, ମାଂସ ଇତ୍ୟାଦି ସବୁପ୍ରକାର ଆମିଷ ଖାଦ୍ୟ ଗ୍ରହଣ କରିପାରିବେ। ଭେଗାନ୍ମାନେ (ଯେଉଁମାନେ କ୍ଷୀର ଜାତୀୟ ଖାଦ୍ୟ ବି ଖାଆନ୍ତି ନାହିଁ) ସେମାନେ ବିଭିନ୍ନ ପ୍ରକାର ଡାଲି ଏବଂ ସୋୟା ମିଲ୍କ, ସବୁଜ ପନିପରିବା, ବାଦାମ, ପାଉଁରୁଟି, ପାସ୍ତା, ଭାତ, ଏବଂ ଫଳ ଖାଇବା ଉଚିତ୍।

କିଭଳି ଜାଣିବେ

ଯେକୌଣସି ସାଧାରଣ ରକ୍ତ ପରୀକ୍ଷାରୁ ଏହା ଜଣାପଡ଼ିଯିବ। ଏହାପରେ ଆପଣ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଖାଦ୍ୟ ଓ ଔଷଧ ଖାଇପାରିବେ।

ଅଧିକ ପଢ଼ନ୍ତୁ: ଭିଟାମିନ ସି’ଯୁକ୍ତ ଖାଦ୍ୟ କମାଇଥାଏ ଉଚ୍ଚ ରକ୍ତଚାପ