ସଠିକ୍ ଖାଦ୍ୟ ଏବଂ ସୁସ୍ଥ ଜୀବନଶୈଳୀ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରିପାରିବ। ଶରୀରକୁ ସୁସ୍ଥ ରଖିବା ପାଇଁ ସଠିକ ପ୍ରତିଷେଧକ ଭାବେ ଭିଟାମିନ୍ ସି କାମ କରେ।

ଉଚ୍ଚ ରକ୍ତଚାପ ଏପରି ଏକ ଗମ୍ଭୀର ଅବସ୍ଥା ଯାହାର ଠିକ ସମୟରେ ଚିକିତ୍ସା ଆବଶ୍ୟକ। ଆପଣ ଯାହା ଖାଉଛନ୍ତି ତାହା ଆପଣଙ୍କ ସଂଖ୍ୟା ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ଫାଇବର ଯୁକ୍ତ ଖାଦ୍ୟ ରକ୍ତଚାପ ସଂଖ୍ୟାକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ।

ଭିଟାମିନ୍ ସି ଦ୍ଵାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ ଏବଂ ଶରୀରକୁ ସୁସ୍ଥ ରଖେ। ଏହା ଆପଣଙ୍କ ଚର୍ମ, ହାଡ ପାଇଁ ଲାଭଦାୟକ ହୋଇଥାଏ।  ଭିଟାମିନ୍ ସି ଶରୀରରୁ ଅଧିକ ତରଳ ପଦାର୍ଥ ବାହାର କରି ଏକ ଡାଇୟୁରେଟିକ ଭାବରେ କାମ କରିପାରେ। ଏହା ରକ୍ତ ଶିରା ଭିତରେ ଥିବା ଚାପକୁ କମ କରିବାରେ ସାହାଯ୍ୟ କରିଥାଏ।

  • ଶରୀରରେ ଭିଟାମିନ ସି ମାଂସପେଶୀକୁ ଯୋଡ଼ି ରଖିବାରେ ସାହାଯ୍ୟ କରିଥାଏ।
  • ଭିଟାମିନ ସି’ଯୁକ୍ତ ଖାଦ୍ୟ ଖାଇବା ଦ୍ଵାରା ପାଚନ ତନ୍ତ୍ର ମଜଭୁତ ହୋଇଥାଏ।
  • ତ୍ଵଚା ସମ୍ବନ୍ଧୀୟ ସମସ୍ୟା ପାଇଁ ଭିଟାମିନ ସି ଉପଯୁକ୍ତ।
  • ଭିଟାମିନ ସି କ୍ୟାନସର ଭଳି ରୋଗରୁ ରକ୍ଷା କରେ।
  • ଶରୀରରେ ରକ୍ତ ତିଆରି କରିବାରେ ଭିଟାମିନ ସି ସାହାଯ୍ୟ କରିଥାଏ।