ଅଧିକ ପଢ଼ନ୍ତୁ: ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ପିଅନ୍ତୁ କାଢ଼ା – କେମିତି କରିବେ ପ୍ରସ୍ତୁତ?

ଗୋଟେପଟେ କରୋନା ମହାମାରୀର ଭୟାଭୟତା ବଢ଼ିବାରେ ଲାଗୁଥିବା ବେଳେ ଅନ୍ୟପଟେ ଏହି ମହାମାରୀଠାରୁ କିଭଳି ରକ୍ଷା ପାଇବେ ସେ ବିଷୟରେ ନୂଆ ନୂଆ ଉପାୟ ବାହାରୁଛି। ନିକଟରେ ସିଡିସିର ଏକ ତଥ୍ୟ ଅନୁସାରେ ସମାଜିକ ଦୂରତା ପାଳନ କଲେ, ବାରମ୍ବାର ହାତ ଧୋଇବା ସହିତ ଡବଲ ମାସ୍କ ପିନ୍ଧିଲେ କରୋନା ସଂକ୍ରମଣଠାରୁ ସୁରକ୍ଷିତ ରହିପାରିବା। ଏହି ତଥ୍ୟ କହୁଛି ଡବଲ ମାସ୍କ ପିନ୍ଧିବା ଦ୍ୱାରା କରୋନା ମହାମାରୀର ସଂସ୍ପର୍ଶକୁ ୯୫ ପ୍ରତିଶତ ପର୍ଯ୍ୟନ୍ତ କମାଇ ଦିଆଯାଇ ପାରିବ। ତେବେ ଜାଣନ୍ତୁ କେମିତି ପିନ୍ଧିବେ ମାସ୍କ ଏବଂ କ’ଣ ରହିଛି ଏହାର ପ୍ରକ୍ରିୟା। 

କାହିଁକି ପିନ୍ଧିବେ ଡବଲ ମାସ୍କ

ଜନଗହଳିପୂର୍ଣ୍ଣ ସ୍ଥାନକୁ ଗଲେ, ଡାକ୍ତରଖାନାକୁ ଯାଉଥିଲେ ଏବଂ ଅନ୍ୟ ସ୍ଥାନକୁ ଯାତ୍ରା କରୁଥିଲେ ଡବଲ ମାସ୍କ ବ୍ୟବହାର କରିପାରିବେ। 

ପ୍ରଥମେ ଏକ ସର୍ଜିକାଲ ମାସ୍କକୁ ପିନ୍ଧନ୍ତୁ ସେହି ମାସ୍କର ରବର ଧାରକୁ ମୋଡ଼ିକି କାନରେ ଲଗାନ୍ତୁ। ଏହା ପରେ ଏକ କପଡ଼ା ମାସ୍କକୁ ସାଧାରଣ ଭାବରେ ପିନ୍ଧନ୍ତୁ। ଏହିଭଳି କରିବା ଦ୍ୱାରା ଡ୍ରପଲେଟକୁ ବ୍ୟାପିବାରେ ଆମେ ଅଟକେଇ ପାରିବା। 

ଅଧିକ ପଢ଼ନ୍ତୁ: ସଙ୍ଗରୋଧରେ ଥିଲେ କ’ଣ କରିବେ ଓ କ’ଣ ନାହିଁ?

’ଣ କରିବା ଦରକାର

  • ଡବଲ ମାସ୍କ ପିନ୍ଧିବା ପରେ ବି ଆପଣଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ ଯେପରି ଅସୁବିଧା ନ ହୁଏ, ସେଥିପ୍ରତି ଧ୍ୟାନ ଦିଅନ୍ତୁ। 
  • ଡବଲ ମାସ୍କ ପିନ୍ଧିଥିବା ବେଳେ ଆପଣ ଠିକ୍‌ ଭାବରେ କଥା ହୋଇଇପାରୁଛନ୍ତି କି ନାହିଁ ତାହା ନିଶ୍ଚିତ କରନ୍ତୁ। 
  • ମାସ୍କ ପିନ୍ଧିବା ବେଳେ ପାଟି ନାକ ଯେପରି ଘୋଡ଼ିହୁଏ, ସେନେଇ ସଜାଗ ହୁଅନ୍ତୁ।

ଣ କରିବେ ନାହିଁ

  • ଦୁଇଟି ସର୍ଜିକାଲ ମାସ୍କକୁ ଡବଲ ମାସ୍କ କରି ପିନ୍ଧନ୍ତୁ ନାହିଁ। 
  • ଅତି ପୁରୁଣା ଏବଂ ଖରାପ ହୋଇଯାଇଥିଲେ ସେହି ମାସ୍କ ପିନ୍ଧନ୍ତୁ ନାହିଁ। 
  • ମାସ୍କ ଉପରେ କେମିକାଲ ପଦାର୍ଥକୁ ବ୍ୟବହାର କରନ୍ତୁ ନାହିଁ। 
  • N-95 ମାସ୍କକୁ ଡବଲ ମାସ୍କ ଭାବରେ ବ୍ୟବହାର କରନ୍ତୁ ନାହିଁ। 

ଏହି ମାସ୍କ ପିନ୍ଧିବାର ଏକ ମାତ୍ର କାରଣ ହେଉଛି କରୋନା ସଂକ୍ରମଣକୁ ରୋକିବା। ଆପଣ N95 ମାସ୍କ ପିନ୍ଧୁଥିଲେ ମଧ୍ୟ ଚଳିବ କିନ୍ତୁ ଠିପି ଲାଗିଥିବା ମାସ୍କକୁ ବ୍ୟବହାର କରନ୍ତୁ ନାହିଁ। କରୋନାର କାୟା ଦିନକୁ ଦିନ ବଢ଼ିବାରେ ଲାଗୁଛି ତେଣୁ ସାବଧାନତା ବଜାୟ ରଖନ୍ତୁ ଏବଂ ଅତି ଦରାକର ନପଡ଼ିଲେ ଘରୁ ବାହାରନ୍ତୁ ନାହିଁ।