home quarantine

ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଗାଇଡ୍‌ଲାଇନ୍‌ ଅନୁସାରେ ସାଧାରଣ ଲକ୍ଷଣ ଥିବା କରୋନା ଆକ୍ରାନ୍ତ ଘରେ ସଙ୍ଗରୋଧରେ ରହି ସୁସ୍ଥ ହୋଇପାରିବେ। ତେଣୁ ଆପଣ ଯଦି କରୋନା ଆକ୍ରାନ୍ତ ହୋଇଛନ୍ତି ଏବଂ ଘରେ ସଙ୍ଗରୋଧରେ ଅଛନ୍ତି ତେବେ ଜାଣନ୍ତୁ କ’ଣ କରିବା ଆବଶ୍ୟକ ଓ କ’ଣ ନୁହେଁ।

ସଙ୍ଗରୋଧରେ ରହିଥିବା ବେଳେ ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ସେବନ କରିବା ସହ ନିଜ ସ୍ଵାସ୍ଥ୍ୟ ଉପରେ ଧ୍ୟାନ ଦେବା ଅତ୍ୟନ୍ତ ଜରୁରୀ।

ଣ କରିବେ

  • ଠିକ୍‌ ସମୟରେ ଉଠନ୍ତୁ, ଠିକ୍‌ ସମୟରେ ଖାଆନ୍ତୁ ଏବଂ ଘର ଭିତରେ ଚଲାବୁଲା କରନ୍ତୁ। ଏଭଳି କରିବା ଦ୍ୱାରା ଶାରୀରିକ ଓ ମାନସିକ ସ୍ଥିତି ଠିକ୍‌ ରହିବ।    
  • ସନ୍ତୁଳିତ ଏବଂ ସହଜରେ ହଜମ ହୋଇପାରୁଥିବା ଖାଦ୍ୟ ଖାଆନ୍ତୁ। ଅଧିକ ସମଲାଯୁକ୍ତ ଏବଂ ଅତ୍ୟଧିକ ଥଣ୍ଡାଜାତୀୟ କିମ୍ବା ଅଧିକ ଗରମ ଖାଦ୍ୟ ଖାଆନ୍ତୁ ନାହିଁ। 
  • ବାରମ୍ବାର ଉଷୁମ ପାଣି, ଚା’, ସୁପ୍, ଗରମ ଖିର, ହଳଦୀ ଖିର, କଫି ଏବଂ କାଢ଼ା ପିଅନ୍ତୁ। ଏହା ଦ୍ୱାରା ଗଳାଜନିତ ସଂକ୍ରମଣ ଦୂର ହେବ। 
  • ସବୁବେଳେ ମାସ୍କ ପିନ୍ଧନ୍ତୁ। 
  • ବ୍ରିଦିଙ୍ଗ ଏକ୍ସରସାଇଜ୍‌ କରନ୍ତୁ। ଏକ ସ୍ପାଇରୋମେଟ୍ରିର ସାହାଯ୍ୟରେ ବ୍ରିଦିଙ୍ଗ ଏକ୍ସରସାଇଜ୍‌ କରନ୍ତୁ। ଏଭଳି କରିବା ଦ୍ୱାରା ଫୁସ୍‌ଫୁସ୍‌ ସୁସ୍ଥ ରହିବା ସହିତ ସଂକ୍ରମଣକୁ ହ୍ରାସ କରାଯାଇ ପାରିବ। 
  • ଏହି ସଂକ୍ରମଣଠାରୁ ଜିତିବାକୁ ହେଲେ ମାନସିକ ଭାବରେ ନିଜକୁ ଦୃଢ଼ ରଖିବା ଅତ୍ୟନ୍ତ ଜରୁରୀ। ତେଣୁ ଘରେ ରହିବା ସମୟରେ କରୋନା ଏବଂ ଏହି ସମ୍ବନ୍ଧୀୟ ନକରାତ୍ମକ ଖବରକୁ ଏଡ଼ାଇବାକୁ ଚେଷ୍ଟା କରନ୍ତୁ। କରୋନା ଦ୍ୱାରା ହେଉଥିବା ମୃତ୍ୟୁ ଖବରକୁ ଦେଖନ୍ତୁ ନାହିଁ।
  • ଏହି ସମୟରେ ନୂଆ ନୂଆ ଜିନିଷ ଶିଖନ୍ତୁ ଓ ନିଜ ସାଙ୍ଗସାଥୀ ଏବଂ ପ୍ରିୟଜନଙ୍କ ସହ ଭିଡିଓକଲ୍‌ରେ କଥା ହୁଅନ୍ତୁ।

କରୋନା ସହିତ ଲଢ଼େଇ କରିବାକୁ ହେଲେ ନିଜଠାରେ ଦେଖାଦେଉଥିବା ଲକ୍ଷଣ ଉପରେ ଧ୍ୟାନ ଦିଅନ୍ତୁ। ନିଜ ପାଖରେ ପଲ୍ସ ଅକ୍ସିମିଟର ଏବଂ ଥର୍ମୋମିଟର ଆଦି ରଖନ୍ତୁ। ଦିନକୁ ଅତିକମ୍‌ରେ ଦୁଇରୁ ତିନିଥର ଅମ୍ଳଜାନ ଏବଂ ତାପମାତ୍ରା ପରୀକ୍ଷା କରନ୍ତୁ ଏବଂ ତା’ର ରେକର୍ଡ ଲେଖି ରଖନ୍ତୁ। ରେକର୍ଡ ଥିଲେ ଡାକ୍ତରଙ୍କୁ କହିବାକୁ ସୁବିଧା ହେବ।

ଅଧିକ ପଢ଼ନ୍ତୁ: କୋଭିଡ୍‌ ରୋଗୀଙ୍କ ପାଇଁ ବ୍ରିଦିଙ୍ଗ ଏକ୍ସରସାଇଜ୍‌

ଣ ରହିଛି ଗୁରୁତର ଲକ୍ଷଣ 

ସଙ୍ଗରୋଧରେ ଥିବା ବେଳେ ଯଦି ଏହିସବୁ ଲକ୍ଷଣ ଦେଖାଦିଏ, ତେବେ ଡାକ୍ତରଙ୍କ ସହ ତୁରନ୍ତ ପରାମର୍ଶ କରନ୍ତୁ। ଯେପରିକି:

  • ଅମ୍ଳଜାନ ସ୍ତର ୯୫ରୁ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ଥିଲେ କୌଣସି ବିପଦ ନାହିଁ। ଯଦି ଅମ୍ଳଜାନ ସ୍ତର ୯୫ରୁ କମ୍ ଏବଂ ୧୦୦ରୁ ହୁଏ, ତେବେ ପରିସ୍ଥିତି ଗୁରୁତର ହୋଇପାରେ।  
  • ଶରୀରର ତାପମାତ୍ରା ଲଗାତାର ୩ଦିନ ଧରି ୧୦୧ରୁ ଅଧିକ ରହିଲେ।  
  • ରକ୍ତଚାପ ୮୦ ମିଲିମିଟର ମର୍କ୍ୟୁରୀରୁ କମ୍ ରହିଲେ। 
  • ପେଟ ପ୍ରବଳ ଦରଜ ହେଉଥିଲେ 
  • ଠିକ୍‌ ଭାବରେ ଖାଇନପାରିଲେ  

ଘରେ ସଙ୍ଗରୋଧରେ ରହିବା ବେଳେ କଣ କରିବେ ନାହି?

  • ଘର ବାହାରକୁ ଯାଆନ୍ତୁ ନାହିଁ ।
  • ଆପଣ ବ୍ୟବହାର କରୁଥିବା ଶଯ୍ୟା, ବାସନ ଏବଂ ବ୍ରସ୍ ଅନ୍ୟ କାହାକୁ ଦିଅନ୍ତୁ ନାହିଁ ।
  • ଡାକ୍ତରଙ୍କ ବିନା ପରାମର୍ଶରେ ସଙ୍ଗରୋଧ ବନ୍ଦ କରନ୍ତୁ ନାହିଁ ।

କରୋନାରେ ପୀଡ଼ିତ ହୋଇ ଅନେକ ଲୋକ ସୁସ୍ଥ ହେଉଛନ୍ତି। କେବଳ ସତର୍କତା ହିଁ ଏହି ଭୂତାଣୁଠାରୁ ରକ୍ଷା କରିପାରିବ। ତେଣୁ ସତର୍କ ରହନ୍ତୁ ଓ ସୁରକ୍ଷିତ ରହନ୍ତୁ।