ଅଧିକ ପଢ଼ନ୍ତୁ: ପିସିଓଏସ୍ ଥିଲେ ଗର୍ଭଧାରଣରେ ସମସ୍ୟା ହୁଏ କି?

ମାସିକ ଋତୁଚକ୍ର ସମୟରେ ଅତ୍ୟଧିକ ରକ୍ତସ୍ରାବକୁ ଡାକ୍ତରୀ ଭାଷାରେ ମେନୋରେଜିଆ କୁହାଯାଏ। ଏଥିରେ ଋତୁସ୍ରାବ ୭ ଦିନରୁ ଅଧିକ ହୋଇପାରେ ଫଳରେ ଏଥିରେ ପୀଡ଼ିତା ମହିଳାଙ୍କୁ ଅଧିକଥର ସାନିଟାରି ନାପକିନ୍‌ ବଦଳେଇବାକୁ ପଡ଼ିଥାଏ। ମେନୋରେଜିଆରେ ପୀଡ଼ିତା ମହିଳାଙ୍କୁ ଅନିମିଆ ହେବାର ଆଶଙ୍କା ଅଧିକ ଥାଏ।

ମେନୋରେଜିଆର ଲକ୍ଷଣ (Symptoms of menorrhagia in Odia)

ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ଦିନକରେ ଅଧିକ ଥର ସାନିଟାରି ପ୍ୟାଡ୍‌ ବଦଳେଇବାକୁ ପଡ଼ିଥାଏ।

୭ ଦିନରୁ ବି ଅଧିକ ଦିନ ଧରି ରକ୍ତସ୍ରାବ ହେବା।

ରାତିରେ ନିଦରୁ ଉଠି ପ୍ୟାଡ୍‌ ବଦଳେଇବାକୁ ପଡ଼ିପାରେ।

ଆନିମିଆର ଲକ୍ଷଣ ଯେପରିକି: ଥକ୍କାପଣ, ଦୁର୍ବଳ ଲାଗିବା ଓ ନିଶ୍ୱାସ ନେବାରେ ଅସୁବିଧା ହେବା।

ତଳି ପେଟରେ ଦରଜ ହେବା।

menstruation of women

ଅଧିକ ପଢ଼ନ୍ତୁ: ମହିଳାମାନଙ୍କ ପିସିଓଏସ ସମସ୍ୟା କ’ଣ? ଜାଣନ୍ତୁ ଏହାର କାରଣ

ମେନୋରେଜିଆର କାରଣ (Causes of menorrhagia in Odia)

କେତେକ କ୍ଷେତ୍ରରେ ମେନୋରେଜିଆର କାରଣ ଜଣାପଡ଼ି ନଥାଏ। ହେଲେ ଅନେକ କ୍ଷେତ୍ରରେ ଏହିସବୁ କାରଣ ଯୋଗୁଁ ମେନୋରେଜିଆ ହୋଇପାରେ।

ହରମୋନ୍‌ ଅସନ୍ତୁଳନ: ମାସିକ ଋତୁସ୍ରାବରେ ପ୍ରୋଜେଷ୍ଟେରୋନ୍‌ ଏବଂ ଏଷ୍ଟ୍ରୋଜେନ୍‌ ମଧ୍ୟରେ ସନ୍ତୁଳନ ଗର୍ଭାଶୟ (ଏଣ୍ଡ୍ରୋମେଟ୍ରିଅମ୍‌)ର ଗଠନକୁ ନିୟନ୍ତ୍ରଣ କରିଥାଏ।

ପ୍ରୋଜେଷ୍ଟେରୋନ୍‌ ଏବଂ ଏଷ୍ଟ୍ରୋଜେନ୍‌ ହରମୋନରେ କୌଣସି ପରିବର୍ତ୍ତନ ହେଲେ ଏଣ୍ଡୋମେଟ୍ରିଅମ୍ ଅତ୍ୟଧିକ ବିକଶିତ ହୁଏ ଏବଂ ଅତ୍ୟଧିକ ରକ୍ତସ୍ରାବ ହୋଇଥାଏ।

ପଲିସିଷ୍ଟିକ୍‌ ଓଭାରିଆନ୍‌ ସିଣ୍ଡ୍ରୋମ୍‌ (ପିସିଓଏସ୍‌), ମୋଟାପଣ ଏବଂ ଥାଇରଏଡ୍‌ ସମସ୍ୟା ଥିବା ମହିଳାଙ୍କର ହରମୋନ୍‌ ଅସନ୍ତୁଳିତ ହୋଇଥାଏ।

ଡିମ୍ବାଶୟ ସମସ୍ୟା: ଯଦି ଡିମ୍ବାଶୟରୁ ଡିମ୍ବାଣୁ ବାହାରି ନଥା’ନ୍ତି, ତେବେ ପ୍ରୋଜେଷ୍ଟେରୋନ୍‌ ହରମୋନ୍‌ ଉତ୍ପାଦନ ହୁଏ ନାହିଁ। ଫଳରେ ମାସିକ ଋତୁଚକ୍ର ସମୟରେ ଅତ୍ୟଧିକ ରକ୍ତସ୍ରାବ ହୋଇଥାଏ।

ଗର୍ଭାଶୟ ଫାଇବ୍ରଏଡ୍‌: ଏହି କାରଣରୁ ଅଧିକ ଋତୁସ୍ରାବ ହୋଇଥାଏ।

ଗର୍ଭାଶୟ ପୋଲିପ୍‌: ଏହି କାରଣରୁ ହରମୋନ୍‌ ସ୍ତର ବୃଦ୍ଧି ହୋଇଯାଏ, ଯାହାକି ହରମୋନ୍‌ ଅସନ୍ତୁଳନର କାରଣ ହୋଇଥାଏ। ଏହାଯୋଗୁଁ ରକ୍ତସ୍ରାବ ଅଧିକ ହୁଏ।

କର୍କଟ: ଗର୍ଭାଶୟ କ୍ୟାନ୍‌ସର, ସର୍ଭାଇକାଲ କ୍ୟାନ୍‌ସର ପ୍ରଜନନ ତନ୍ତ୍ରକୁ ପ୍ରଭାବିତ କରିଥାଏ, ଫଳରେ ଅତ୍ୟଧିକ ରକ୍ତସ୍ରାବ ହୋଇଥାଏ।

ବଂଶଗତ କାରଣ: ବଂଶଗତ କାରଣରୁ ମଧ୍ୟ ମାସିକ ଋତୁଚକ୍ର ସମୟରେ ଅତ୍ୟଧିକ ରକ୍ତସ୍ରାବ ହୋଇଥାଏ।

ଏହାଛଡ଼ା ଥାଇରଏଡ୍‌ ସମସ୍ୟା, କିଡ୍‌ନି ଜନିତ ରୋଗ କାରଣରୁ ବି ଋତୁସ୍ରାବ ସମୟରେ ଅଧିକ ରକ୍ତସ୍ରାବ ହୋଇପାରେ।

ମେନୋରେଜିଆ କାରଣରୁ ହୋଇପାରେ ଏହି ସମସ୍ୟା

ଆନିମିଆ: ଅତ୍ୟଧିକ ଋତୁସ୍ରାବ କାରଣରୁ ଶରୀରରେ ଲୋହିତ ରକ୍ତ କଣିକାର ଅଭାବ ଦେଖାଦିଏ, ଯାହାକି ଆନିମିଆ ହେବାର କାରଣ ହୋଇଥାଏ। ଅନିମିଆ ହେବା ଯୋଗୁଁ ତ୍ୱଚା ହଳଦିଆ ପଡ଼ିଯାଏ, ଦୁର୍ବଳ ଲାଗିବା ଓ ଥକ୍କାପଣ ଭଳି ସମସ୍ୟା ଦେଖାଦିଏ।

ଯନ୍ତ୍ରଣା: ମାସିକ ଋତୁଚକ୍ରରେ ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ପେଟରେ ଯନ୍ତ୍ରଣା ଅନୁଭବ ହୋଇଥାଏ। କେତେକ ମହିଳାଙ୍କର ଗୋଡ଼ ହାତ ବିନ୍ଧିବା ଭଳି ଲକ୍ଷଣ ଦେଖାଦିଏ।

କରିବେ?

ମାସିକ ଋତୁଚକ୍ରରେ ଯଦି ରକ୍ତସ୍ରାବ ଅତ୍ୟଧିକ ହୁଏ କିମ୍ବା ବେଶି ଦିନ ଧରି ହୁଏ, ତେବେ ଡାକ୍ତରଙ୍କ ସହ ପରାମର୍ଶ କରିବା ନିହାତି ଜରୁରୀ।  ଡାକ୍ତର ଆପଣଙ୍କ ସମସ୍ୟାକୁ ଦେଖି ଚିକିତ୍ସା କରିବେ।