ଓଭାରିଆନ୍ କ୍ୟାନ୍‌ସରର କାରଣ, ଲକ୍ଷଣ ଓ ଚିକିତ୍ସାକୁ ନେଇ ବିଶିଷ୍ଟ ରେଡିଏସନ୍ ଅଙ୍କୋଲୋଜିଷ୍ଟ୍ ଡାକ୍ତର ସଂଜୀବ କୁମାର ମିଶ୍ର କ’ଣ କହୁଛନ୍ତି।

ମହିଳାମାନଙ୍କଠାରେ ଦ୍ଵିତୀୟ ବୃହତ୍ତମ କର୍କଟ ରୋଗ ହେଉଛି ଓଭାରିଆନ୍ କ୍ୟାନସର ବା ଗର୍ଭାଶୟ କର୍କଟ ରୋଗ। ଏହା ମହିଳାମାନଙ୍କ ଗର୍ଭାଶୟରେ ହୋଇଥାଏ। ଓଭାରିଆନ୍ କ୍ୟାନସର ସାଧାରଣତଃ ବଂଶଗତ କାରଣ ଯୋଗୁଁ ହୋଇଥାଏ। ତେଣୁ ନିୟମିତ ଡାକ୍ତରଙ୍କ ପରାମର୍ଶ କରି ପ୍ରାରମ୍ଭିକ ଅବସ୍ଥାରୁ ଓଭାରିଆନ୍ କ୍ୟାନସରକୁ ଚିହ୍ନି ପାରିଲେ ଏହାର ଚିକିତ୍ସା ଫଳପ୍ରଦ ହୋଇଥାଏ।

ମହିଳାଙ୍କର ପେଲଭିକ୍‌ କ୍ୟାଭିଟି ଭିତରେ ୟୁଟେରସ୍‌ ପାଖରେ ଓଭାରି ଥାଏ। ଓଭାରି ଯେତେବେଳେ ବଡ଼ ହୋଇଯାଇଥାଏ, ସେଥିରେ ବିଭିନ୍ନ କାରଣରୁ ଟ୍ୟୁମର ହୋଇଥାଏ। ପ୍ରାୟ ୩୫ରୁ ୬୦ ବର୍ଷ ବୟସର ମହିଳାଙ୍କଠାରେ ଏପିଥେଲିଆଲ ଓଭାରିଆନ୍‌ କ୍ୟାନ୍‌ସର ହୋଇଥାଏ।

cancer cells

ଅଧିକ ପଢ଼ନ୍ତୁ: ପ୍ରୋଷ୍ଟେଟ୍‌ କ୍ୟାନ୍‌ସର କ’ଣ? ଜାଣନ୍ତୁ, ଡାକ୍ତର କ’ଣ କହୁଛନ୍ତି

ଓଭାରିଆନ୍‌ କ୍ୟାନ୍‌ସର ହେବାର କାରଣ (Causes of Ovarian Cancer in Odia)

ବଂଶଗତ କାରଣ

ଯେଉଁ ମହିଳାଙ୍କର କମ୍‌ ବୟସରୁ ଋତୁସ୍ରାବ ଓ ଅଧିକ ବୟସରେ ମେନୋପଜ୍‌ ହୋଇଥାଏ

ଜୀବନଶୈଳୀ

ମଦ୍ୟପାନ

ଓଭାରିଆନ୍‌ କ୍ୟାନ୍‌ସରର ଲକ୍ଷଣ (Symptoms of Ovarian Cancer in Odia)

ପ୍ରାୟ ଲୋକ ଓଭାରିଆନ୍‌ କ୍ୟାନ୍‌ସର ଜାଣିପାରନ୍ତି ନାହିଁ। ତେଣୁ ସେମାନେ ସିଧାସଳଖ କର୍କଟ ବିଶେଷଜ୍ଞଙ୍କ ପାଖକୁ ନ ଯାଇ ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କ ପାଖକୂ ଯାଇଥା’ନ୍ତି। ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କମାନେ ପ୍ରଥମେ ଅଲଟ୍ରାସାଉଣ୍ଡ କରି ଜାଣିପାରିଲେ ସେମାନେ ଅଙ୍କୋଲୋଜିଷ୍ଟ ପାଖକୁ ଯିବା ପାଇଁ ପରାମର୍ଶ ଦେଇଥା’ନ୍ତି। ଓଭାରିଆନ୍‌ କର୍କଟର ଲକ୍ଷଣଗୁଡ଼ିକ ହେଲା

ବାନ୍ତି ହେବା

ଖାଇଲେ ଖାଇପାରୁ ନଥିବେ

ovarian cancer

ଅଧିକ ପଢ଼ନ୍ତୁ: ଗ୍ୟାଷ୍ଟ୍ରୋଇଣ୍ଟେଷ୍ଟିନାଲ କ୍ୟାନସର କ’ଣ ଓ ଏହା କାହିଁକି ହୁଏ?

ଓଭାରିଆନ୍‌ କ୍ୟାନ୍‌ସରର ପରୀକ୍ଷଣ (Diagnosis/ Examination of Ovarian Cancer in Odia)

ଓଭାରିଆନ୍‌ କ୍ୟାନ୍‌ସରର ଚିହ୍ନଟ କରିବା ପାଇଁ ପ୍ରଥମେ ସିଏ-୧୨୫ ପରୀକ୍ଷା କରାଯାଏ। ସିଏ-୧୨୫ ଅଧିକା ଥିଲେ ଓଭାରିଆନ୍‌ କ୍ୟାନ୍‌ସର ହେବାର ଆଶଙ୍କା ଅଧିକ। ଏହାପରେ ଆବ୍ଡୋମେନ୍‌ ପେଲଭିସ୍‌ର ସିଟି ସ୍କାନ କରି କର୍କଟ କେଉଁ ଷ୍ଟେଜ୍‌ରେ ଅଛି ଜାଣିପାରିଥାଉ।

ଷ୍ଟେଜ୍‌୧ରେ କର୍କଟ କୋଷଟି କେବଳ ଓଭାରି ଭିତରେ ଥାଏ। ଷ୍ଟେଜ୍‌ ୩ରେ ପେଟ ଭିତରେ ପାଣି ଜମା ହୋଇଥାଇଥିବ ଏବଂ ଗୋଟେ ପେଲ୍‌ଭିକ୍‌ ମାସ୍‌ ଥିବ। ଷ୍ଟେଜ୍‌ ୪ରେ କର୍କଟ କୋଷଗୁଡ଼ିକ ଫୁସ୍‌ଫୁସ୍‌ ଆଡ଼େ ମାଡ଼ିଯାଇଥିବ ଓ ଛାତିରେ ପାଣି ଜମା ହୋଇଯାଇଥିବ।

ଷ୍ଟେଜ୍‌ ୩ କିମ୍ବା ୪ରେ ରୋଗୀଙ୍କର ପେଟରୁ ଛୁଞ୍ଚି ଫୋଡ଼ାଯାଇ ପାଣି କଢ଼ାଯାଇଥାଏ। ଏହି ପାଣିକୁ ପରୀକ୍ଷା କରାଯାଇଥାଏ। ଯଦି କର୍କଟ କୋଷଟି ପ୍ରାଥମିକ ଅବସ୍ଥାରେ ଅଛି, ତେବେ ପେଟରେ ପାଣି ନଥାଏ। ଏଭଳି କ୍ଷେତ୍ରରେ ସିଧାସଳଖ ଅପରେସନ୍‌ କରାଯାଏ।

ଓଭାରିଆନ୍‌ କ୍ୟାନ୍‌ସରର ଚିକିତ୍ସା (Treatment of Ovarian Cancer in Odia)

ଅଧିକାଂଶ ଲୋକ ଷ୍ଟେଜ୍‌ ୩ ଏବଂ ୪ରେ ଡାକ୍ତରଙ୍କ ପାଖକୁ ଆସିଥା’ନ୍ତି। ଏଭଳି କ୍ଷେତ୍ରରେ ନିଓଡ୍‌ଜୁଭାଣ୍ଟ କେମୋଥେରାପି ଦିଆଯାଇଥାଏ। ଏହାପରେ ତାଙ୍କର ସର୍ଜରୀ କରାଯାଇଥାଏ। ଓଭାରିଆନ୍‌ କର୍କଟରେ ଦରକାର ପଡ଼ିଲେ ରୋଗୀଙ୍କର ଦୁଇ ପଟ ଓଭାରି, ଦୁଇପଟ ଟ୍ୟୁବ୍‌, ୟୁଟେରସ୍‌, ପେଲ୍‌ଭିକ୍‌ ଲିମ୍ଫ ନୋଡ୍‌, ଓମେନ୍‌ଟୋମ୍‌ ବାହାର କରିଦେଉ। ସର୍ଜରୀ ପରେ ଦରକାର ପଡ଼ିଲେ କେମୋଥେରାପି ଦିଆଯାଏ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ସଞ୍ଜୀବ କୁମାର ମିଶ୍ରଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on Ovarian Cancer, in Odia language, is based on an extensive interview with Radiation Oncologist, Dr Sanjib Kumar Mishra.

ଡାକ୍ତର ସଞ୍ଜୀବ କୁମାର ମିଶ୍ର ହେଉଛନ୍ତି ଓଡ଼ିଶାର ଜଣେ ଜଣାଶୁଣା ରେଡିଏସନ୍ ଅଙ୍କୋଲୋଜିଷ୍ଟ। କ୍ୟାନସର ବା କର୍କଟ ରୋଗ ଚିକିତ୍ସା କ୍ଷେତ୍ରରେ ତାଙ୍କର ରହିଛି ଦୀର୍ଘ ଦିନର ଅନୁଭୂତି। ବର୍ତ୍ତମାନ ଡାକ୍ତର ମିଶ୍ର ଭୁବନେଶ୍ୱରରେ ରହି ଚିକିତ୍ସା କରୁଛନ୍ତି। ତାଙ୍କ ସହ ଯୋଗାଯୋଗ କରିବା ପାଇଁ 9938668843 ନମ୍ବରରେ କଲ୍ କରିପାରିବେ।