ସ୍ତନ୍ୟପାନ କରାଉଥିବା ମା’ମାନଙ୍କଠାରେ ସ୍ତନ ସଂକ୍ରମଣ ହେବାର ଆଶଙ୍କା ଅଧିକ ଦେଖାଯାଇଥାଏ।

breast cancer effects

ଅଧିକ ପଢ଼ନ୍ତୁ: ଋତୁସ୍ରାବରେ ଅନିୟମିତତା କାହିଁକି ହୁଏ?

ସ୍ତନ ସଂକ୍ରମଣକୁ ଇଂରାଜୀରେ ମାଷ୍ଟାଇଟସ କୁହାଯାଏ। ଏହି ସଂକ୍ରମଣ ସ୍ତନର ଏକ ଟିସୁ ବା ତନ୍ତୁରେ ଦେଖାଯାଏ। ଏହି ସଂକ୍ରମଣ ହେବା ଫଳରେ ସ୍ତନରେ ଥିବା ଫ୍ୟାଟି ଟିସୁ ପ୍ରଭାବିତ ହୋଇଥାଏ। ତେଣୁ ସ୍ତନ ଫୁଲିବା ସହ ଯନ୍ତ୍ରଣା ହୋଇଥାଏ। ଅନେକ କ୍ଷେତ୍ରରେ ଏହି ସଂକ୍ରମଣ ସ୍ତନ କର୍କଟର କାରଣ ମଧ୍ୟ ହୋଇଥାଏ।

ମାଷ୍ଟାଇଟସର କାରଣ (Causes of mastitis in odia)

ଚର୍ମରେ ଥିବା ଷ୍ଟାଫାଇଲୋକସସ ବ୍ୟାକ୍ଟେରିଆ ଯୋଗୁଁ ସ୍ତନ ସଂକ୍ରମଣ ହୋଇଥାଏ। ଏହି ବ୍ୟାକ୍ଟେରିଆ ସ୍ତନର ନିପଲ ମାଧ୍ୟମରେ ଭିତରକୁ ଯାଇ ସଂକ୍ରମଣ କରାଇଥାଏ।

ସ୍ତନ୍ୟପାନ କରାଇବା ସମୟରେ ଶିଶୁ ପାଟିର ଜୀବାଣୁ ସ୍ତନ ସଂସ୍ପର୍ଶରେ ଆସି ସଂକ୍ରମଣ କରାଇଥାନ୍ତି। ଏହାକୁ ଲାକ୍ଟେସନ ମାଷ୍ଟାଇଟସ କୁହାଯାଏ। ଏହି ଜୀବାଣୁ ଶିଶୁ ପାଟିରୁ ସ୍ତନାଗ୍ର ଫାଟ ଦେଇ କ୍ଷୀର କେନାଲରେ ପ୍ରବେଶ କରି ସଂକ୍ରମଣ କରାଇଥାଏ।

ଶିଶୁ ଜନ୍ମ ହେବାର ଏକରୁ ତିନି ମାସ ମଧ୍ୟରେ ଏହି ସଂକ୍ରମଣ କେତେକ ମହିଳାମାନଙ୍କ ନିକଟରେ ଦେଖାଯାଇଥାଏ। ବିଶେଷ କରି ମଧୁମେହ, ଏଡସ, ରୋଗ ପ୍ରତିରୋଧକ ଶକ୍ତି କମ ଥିବା ଥିବା ମହିଳାମାନଙ୍କ ନିକଟରେ ଏହି ସମସ୍ୟା ଅଧିକ ଦେଖାଯାଇଥାଏ।

ଶରୀରରେ ହରମୋନ ପରିବର୍ତ୍ତନ ଯୋଗୁଁ ମୃତ କୋଷଗୁଡ଼ିକ କ୍ଷୀର କେନାଲରେ ଜମା ହୋଇଯାଆନ୍ତି। ଫଳରେ ସ୍ତନ ସଂକ୍ରମଣ ହୋଇଥାଏ।

breast cancer effect

ମାଷ୍ଟାଇଟସର ଲକ୍ଷଣ (Symptoms of mastitis in odia)

ଅସ୍ୱାଭାବିକ ଭାବେ ସ୍ତନ ଫୁଲିଯିବା

ସଂକ୍ରମିତ ହୋଇଥିବା ସ୍ତନ ଯନ୍ତ୍ରଣା ହେବା

ଅସହଜ ଏବଂ ଅଶ୍ୱସ୍ତିକର ମନେ ହେବା

ସ୍ତନ୍ୟପାନ କରାଇବା ସମୟରେ ଜଳାପୋଡ଼ା ହେବା

ସ୍ତନ କୁଣ୍ଡାଇ ହେବା

ଅନେକ ସମୟରେ ଜ୍ୱର ଆସିବା

ଫ୍ଲୁ ଭଳି ସମସ୍ୟା ଦେଖାଦେବା

ସଂକ୍ରମଣ ପ୍ରଭାବରୁ ବେକ ଗ୍ରନ୍ଥି ଫୁଲିବା

ସ୍ତନ କର୍କଟ ରୋଗର ଏକ ପ୍ରଧାନ ଲକ୍ଷଣ ହେଉଛି ସ୍ତନ ସଂକ୍ରମଣ। ଏହି କର୍କଟ କେତେକ ମହିଳାଙ୍କଠାରେ ଦେଖିବାକୁ ମିଳିଥାଏ। ସ୍ତନରେ ଥିବା ତନ୍ତୁମାନଙ୍କରେ ଅସ୍ୱାଭାବିକ ବିଭାଜନ ଯୋଗୁଁ ସ୍ତନ କର୍କଟ ହୋଇଥାଏ। ଏହି କୋଷ ଶରୀରରୁ ବିଷାକ୍ତ ପଦାର୍ଥ କାଢୁଥିବା ଲସିକା ନଳୀକୁ ଅବରୋଧ କରିଥାଏ। ଫଳରେ ସ୍ତନ ସଂକ୍ରମଣ ହୋଇଥାଏ। ସଂକ୍ରମଣ ପ୍ରଭାବରେ ସ୍ତନର ଚର୍ମ ଲାଲ ରଙ୍ଗ ଦେଖାଯିବା ସହ ଯନ୍ତ୍ରଣା ହୋଇଥାଏ।

ଅଧିକ ପଢ଼ନ୍ତୁ: କିଶୋରୀମାନଙ୍କ ଋତୁସ୍ରାବ, ସଙ୍କୋଚ ନ କରି ଜାଣନ୍ତୁ ଏହି ସବୁ କଥା ବାବଦରେ

କିପରି ମାଷ୍ଟାଇଟସ ଚିହ୍ନଟ କରାଯାଏ? (How to diagnosed mastitis in odia)

ସ୍ତନରେ କୌଣସି ଯନ୍ତ୍ରଣା ଅନୁଭବ ହେଲେ ଡାକ୍ତରଙ୍କ ନିକଟରେ ପରାମର୍ଶ କରନ୍ତୁ। ଡାକ୍ତରମାନେ ସ୍ତନ୍ୟପାନ କରାଉଥିବା ମହିଳାଙ୍କ ଶାରୀରିକ ପରୀକ୍ଷା ଏବଂ ଲକ୍ଷଣ ଆଧାରରେ ଏହି ରୋଗ ବାବଦରେ ଜାଣିପାରନ୍ତି।

ସ୍ତନ କ୍ଷୀରକୁ ଲବୋରେଟୋରୀକୁ ପଠାଯାଇ ସଂକ୍ରମଣ ହୋଇଛି କି ନାହିଁ ପରୀକ୍ଷା କରାଯାଇଥାଏ।

ଯଦି ଆପଣ ସ୍ତନ୍ୟପାନ କରାଉନାହାନ୍ତି ତେବେ ଏପରି ସଂକ୍ରମଣ ହେବାର କାରଣ ଯାଞ୍ଚ କରାଯାଏ।

ସ୍ତନ ସଂକ୍ରମଣ ବାବଦରେ ଜାଣିବା ପାଇଁ ମାମୋଗ୍ରାମ ଏବଂ ସ୍ତନ ଟିସୁର ବାୟୋପସି କରାଯାଇଥାଏ।

ବ୍ରେଷ୍ଟ ଆଲଟ୍ରାସାଉଣ୍ଡ ଏବଂ ଏମଆରଆଇ ମାଧ୍ୟମରେ ସ୍ତନ ସଂକ୍ରମଣ ହୋଇଛି କି ନାହିଁ ପରୀକ୍ଷା କରାଯାଇଥାଏ।

ଚିକିତ୍ସା (Treatment of mastitis in odia)

ସ୍ତନ ସଂକ୍ରମଣ ଚିକିତ୍ସା ପାଇଁ ଡାକ୍ତର ଆଣ୍ଟିବାୟୋଟିକ ଖାଇବାକୁ ପରାମର୍ଶ ଦେଇଥାନ୍ତି। ୪୮ରୁ ୭୨ ଘଣ୍ଟା ମଧ୍ୟରେ ଏହି ସଂକ୍ରମଣ ଭଲ ହୋଇଯାଏ।

ସ୍ତନ ସଂକ୍ରମଣ ଯୋଗୁଁ ସ୍ତନରେ ଘା’ ହୋଇଥାଏ। ତେଣୁ ଘା’ ଶୁଖିବା ପର୍ଯ୍ୟନ୍ତ ଶିଶୁଙ୍କୁ କ୍ଷୀର ଦିଅନ୍ତୁ ନାହିଁ।

ଅନେକ ସମୟରେ ସ୍ତନ ସଂକ୍ରମଣ କର୍କଟ ରୋଗର କାରଣ ହୋଇଥାଏ। ତେଣୁ ସ୍ତନ କର୍କଟର ଚିକିତ୍ସା ପାଇଁ କେମୋଥେରାପି ଏବଂ ରାଡିଏସନ କରାଯାଇଥାଏ। ଅନେକ ମହିଳାମାନଙ୍କ ସ୍ତନ କିମ୍ବା ଆଖପାଖ ଗ୍ରନ୍ଥି କାଟି ବାହାର କରିଦିଆଯାଇଥାଏ।

breastfeeding

ଅଧିକ ପଢ଼ନ୍ତୁ: ମହିଳାମାନେ ନିୟମିତ ବ୍ୟବଧାନରେ କରନ୍ତୁ ସ୍ୱାସ୍ଥ୍ୟ ପରୀକ୍ଷା

ମାଷ୍ଟାଇଟସର ପ୍ରତିକାର (Prevention of mastitis in odia)

ଶିଶୁକୁ ଦୁଇ ପାଖ ସ୍ତନରୁ ସମାନ ମାତ୍ରାରେ ସ୍ତନ୍ୟପାନ କରାନ୍ତୁ।

ସ୍ତନ୍ୟପାନ କରାଉଥିବା ମା’ ପ୍ରଚୁର ମାତ୍ରାରେ ପାଣି ପିଅନ୍ତୁ।

ସ୍ତନକୁ ସବୁ ସମୟରେ ସଫା ରଖନ୍ତୁ।

ନିଜ ସ୍ତନ ପରୀକ୍ଷା କରନ୍ତୁ। ଯଦି କୌଣସି ଅସୁବିଧା ହେବା ପରି ଅନୁଭବ ହେଉଛି ତେବେ ତୁରନ୍ତ ଡାକ୍ତରଙ୍କ ନିକଟରେ ପରାମର୍ଶ କରନ୍ତୁ।