କିଶୋରୀମାନଙ୍କର ଋତୁସ୍ରାବ ହେବା ସାଧାରଣ କଥା। ମାତ୍ର ଏହି ସମୟରେ ସାମାନ୍ୟ ଅବହେଳା ବିଭିନ୍ନ ସମସ୍ୟାର କାରଣ ହୋଇଥାଏ। ତେବେ ଆସନ୍ତୁ ଜାଣନ୍ତୁ ଋତୁସ୍ରାବ ବାବଦରେ କିଛି କଥା।

କିଶୋରୀ ଅବସ୍ଥା ଆରମ୍ଭ ହେଲେ ଝିଅମାନଙ୍କ ନିକଟରେ ଋତୁସ୍ରାବ ହୋଇଥାଏ। ମାତ୍ର ଋତୁସ୍ରାବ ହେବା ସଙ୍ଗେ ସଙ୍ଗେ କିଶୋରୀ ଅବସ୍ଥା ଆରମ୍ଭ ହୋଇଥାଏ ବୋଲି ଅନେକ ମତ ଦିଅନ୍ତି। ଏହି ସମୟରେ ଝିଅମାନଙ୍କୁ ବିଶେଷ ଯତ୍ନବାନ ହେବାକୁ ପଡ଼ିଥାଏ।

ଅଧିକ ପଢ଼ନ୍ତୁ: ମହିଳାମାନେ ନିୟମିତ ବ୍ୟବଧାନରେ କରନ୍ତୁ ସ୍ୱାସ୍ଥ୍ୟ ପରୀକ୍ଷା

ମାସିକ ଋତୁସ୍ରାବ ବା ମାସିକ ଧର୍ମ

ସାଧାରଣତଃ ମହିଳା କିମ୍ବା ଝିଅମାନଙ୍କର ପ୍ରତି ୨୮ ଦିନ ବା ପ୍ରତି ମାସରେ ଥରେ ଋତୁସ୍ରାବ ହୋଇଥାଏ। ଏହା ୩-୫ ଦିନ ପର୍ଯ୍ୟନ୍ତ ଲାଗିରହିଥାଏ। ଆମ ଦେଶରେ ପ୍ରାୟ ୧୦-୧୨ ବର୍ଷ ମଧ୍ୟରେ ଅଧିକାଂଶ ଝିଅଙ୍କର ଋତୁସ୍ରାବ ଆରମ୍ଭ ହୋଇଥାଏ। ପ୍ରତି ମାସରେ ହେଉଥିବା ଏହି ପ୍ରକ୍ରିୟା ପ୍ରାୟ ୪୫ ବର୍ଷ ପର୍ଯ୍ୟନ୍ତ ଲାଗିରହେ। ଏହା ପରେ ଡିମ୍ବାଣୁ କ୍ଷରଣ ବନ୍ଦ ହୋଇଯିବାରୁ ଋତୁସ୍ରାବ ହୋଇନଥାଏ।

ଋତୁସ୍ରାବ ସମୟରେ ବ୍ୟବହାର ହେଉଥିବା କପଡ଼ା ସମ୍ପୂର୍ଣ୍ଣ ଭାବେ ପରିଷ୍କାର ହେବା ଉଚିତ।

ଗୁପ୍ତାଙ୍ଗ ଭଲ ଭାବରେ ପରିଷ୍କାର ରଖିବା ଆବଶ୍ୟକ।

ଋତୁସ୍ରାବ ଆରମ୍ଭ ହେବାର କିଛି ମାସ ପର୍ଯ୍ୟନ୍ତ ଏହା ଅନିୟମିତ ହୋଇଥାଏ। ଅନେକ କ୍ଷେତ୍ରରେ କେତେକ ମହିଳାମାନଙ୍କ ଋତୁସ୍ରାବ ଅସ୍ଵାଭାବିକ ହୋଇଥାଏ। ଏଥିପାଇଁ ବ୍ୟସ୍ତ ନହୋଇ ଉପଯୁକ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ।

menstruation of women

ଅଧିକ ପଢ଼ନ୍ତୁ: ଜାଣନ୍ତୁ, କିଶୋରୀ ଅବସ୍ଥାରେ ହେଉଥିବା ଶାରୀରିକ ଏବଂ ମାନସିକ ପରିବର୍ତ୍ତନ

ଋତୁସ୍ରାବ ଜନିତ କଷ୍ଟରୁ କିପରି ମୁକ୍ତି ମିଳିବ?

ଋତୁସ୍ରାବ ସମୟରେ ଶରୀରକୁ ଅଧିକ କଷ୍ଟ ହୋଇଥାଏ। ଏହି ଯନ୍ତ୍ରଣା ଋତୁସ୍ରାବର ଦୁଇ ତିନି ଦିନ ପୂର୍ବରୁ କିମ୍ବା ଋତୁସ୍ରାବ ହେବାର ଖୁବ ଅଳ୍ପ ସମୟରେ ଆଗରୁ ତଳିପେଟରେ ଅନୁଭବ ହୋଇଥାଏ।

ମହିଳାମାନେ ନିୟମିତ ଭାବେ ସୁସ୍ଥ ଏବଂ ପୁଷ୍ଟିକର ଖାଦ୍ୟ ଖାଇବା ଉଚିତ।

ଋତୁସ୍ରାବ ସମୟରେ ଉଷୁମ ପାଣିରେ ଗାଧୋଇବା ଆବଶ୍ୟକ। ଋତୁସ୍ରାବ ହେବାର ସାତଦିନ ଆଗରୁ ଗରମ ପାଣିରେ ଗାଧୋଇବା ଶରୀର ପକ୍ଷେ ଭଲ ହୋଇଥାଏ।

ଋତୁସ୍ରାବ ସମୟରେ ଥଣ୍ଡା ପାଣିରେ ଅଣ୍ଟା ତଳକୁ ଗାଧୋଇବା ଉଚିତ। ଏହା ଡିମ୍ବାଶୟର କାର୍ଯ୍ୟ ଠିକ ଭାବେ ହେବାର ସାହଯ୍ୟ କରିଥାଏ।

ଋତୁସ୍ରାବର ଠିକ ପୂର୍ବରୁ ଯଦି ଯନ୍ତ୍ରଣା ହେଉଥାଏ ତେବେ ଗର୍ଭାଶୟରେ କୌଣସି ଅସୁବିଧା ରହିଛି। ଅତି ଦୁର୍ବଳ ମହିଳାମାନଙ୍କର କ୍ଷେତ୍ରରେ ଏହା ବିଶେଷ ଭାବେ ଦେଖାଯାଇଥାଏ।

ଯଦି ଋତୁସ୍ରାବ ସମୟରେ ଯନ୍ତ୍ରଣା ହୁଏ ତେବେ ଏହା ଓଭାରୀ ଯୋଗୁଁ ହେଉଛି ବୋଲି ଜାଣିରଖନ୍ତୁ।

ଅତ୍ୟଧିକ ରକ୍ତସ୍ରାବ ହେଉଥିଲେ ମହିଳାଙ୍କୁ ସମ୍ପୂର୍ଣ୍ଣ ଶୋଇ ରହିବାକୁ ଦରକାର। ଦୁଇ ଗୋଡ଼ ପାଖାପାଖି ୧୦-୧୩ ସେ. ମି. ଉଚ୍ଚ ରଖନ୍ତୁ। ଶରୀରରୁ ଅଧିକ ରକ୍ତ ଯାଉଥିଲେ ସ୍ୱାସ୍ଥ୍ୟକର୍ମୀ ବା ଡାକ୍ତରଙ୍କ ପରାମର୍ଶକ୍ରମେ କିଛି ସଫା ଗଜ ବା କନା ପରିସ୍ରା ଦ୍ଵାରରେ ରଖିବାକୁ ପଡ଼ିଥାଏ।

ଅଧିକ ମସଲାଯୁକ୍ତ ଖାଦ୍ୟ, କ୍ଷୀର ଏବଂ ଫଳମୂଳ ଖାଇବା ଉଚିତ।

ଏହି ସମୟରେ ଅଧିକ ପରିଶ୍ରମ କରିବା ଏବଂ ଉତ୍ତେଜକ କାମ କରିବାକୁ ବାରଣ କରାଯାଇଥାଏ।

ଋତୁସ୍ରାବ ଜନିତ ଅନେକ ପ୍ରକାରର ବ୍ୟକ୍ତିଗତ ଅସୁବିଧା ଦେଖାଦେଇଥାଏ। ଏଥିପାଇଁ ସଙ୍କୋଚ ନ କରି ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

menstruation of women

ଅଧିକ ପଢ଼ନ୍ତୁ: ଗର୍ଭାବସ୍ଥାର ପ୍ରଥମ ମାସରେ ଜାଣନ୍ତୁ ମହିଳାଙ୍କ ଶାରୀରିକ ପରିବର୍ତ୍ତନ

ମାସିକ ଋତୁସ୍ରାବ ବିଷୟରେ କେତେ ଭୁଲ ଧାରଣା

ଏହି ସମୟରେ ମହିଳାମାନେ କୌଣସି ପ୍ରକାର ସଂକ୍ରାମକ ହୋଇଥାନ୍ତି।

ଋତୁସ୍ରାବ ରକ୍ତ ଅନ୍ୟ ସବୁ ରକ୍ତ ସହିତ ସମାନ। ଏଥିରେ କୌଣସି ଜୀବାଣୁ ସଂକ୍ରମଣ ନ ଥାଏ।

ଗାଧୋଇବା ଏବଂ ମୁଣ୍ଡ ଧୋଇବା ଋତୁ ହୋଇଥିବା ମହିଳା ଓ ଝିଅମାନଙ୍କ ପକ୍ଷରେ କ୍ଷତିକାରକ। ଏହି ସମୟରେ ପରିଷ୍କାର ପରିଚ୍ଛନ୍ନ ରହିବା ଅଧିକ ଆବଶ୍ୟକ।

ବିଳମ୍ବରେ ଋତୁସ୍ରାବ ହୋଇଥିବା ଝିଅମାନେ ବନ୍ଧ୍ୟା ହୋଇଯାଆନ୍ତି। ଏହା ଭୁଲ କଥା। ଝିଅମାନଙ୍କ ନିକଟରେ ଅନେକ କାରଣରୁ ବନ୍ଧ୍ୟାଦୋଷ ଦେଖା ଯାଇଥାଏ।

ଆଧାର: ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ