ଅଧିକ ପଢ଼ନ୍ତୁ: ସତରେ! ଦୈନିକ ଗୋଟେ ସେଓ ଖାଇଲେ କ’ଣ ଡାକ୍ତରଙ୍କ ପାଖକୁ ଯିବାକୁ ପଡ଼ି ନଥାଏ?

ଓଜନ ହ୍ରାସ କରିବାଠାରୁ ଆରମ୍ଭ କରି ମୁହଁରୁ ବ୍ରଣ ଦୂର କରିବା ଯାଏଁ ଆପେଲ ସାଇଡର ଭିନେଗାର ମ୍ୟାଜିକ୍‌ ଭଳି କାମ କରେ।

ଆପେଲ ସାଇଡର ଭିନେଗାର ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ହିତକର। ଏହା ସେଓରୁ ପ୍ରସ୍ତୁତ ଏକ ପ୍ରକାର ମିଶ୍ରଣ ଯାହା ଅନେକ ଦିନ ପର୍ଯ୍ୟନ୍ତ ନଷ୍ଟ ହୁଏ ନାହିଁ। ତଥାପି, ଅମ୍ଳୀୟ ସ୍ୱାଦ ହେତୁ ଏହାକୁ ସିଧାସଳଖ ଖାଇବା ନିଷେଧ।

ଆପେଲ ସାଇଡର ଭିନେଗାରର ଫାଇଦା (benefits of apple cider vinegar in Odia)

ଓଜନ ହ୍ରାସ କରିବା ପାଇଁ ସାଧାରଣତ ଆପେଲ ଭିନେଗାର ବ୍ୟବହୃତ ହୁଏ। ବର୍ତ୍ତମାନ ସମୟରେ ଅଧିକାଂଶ ଲୋକ ଏହି ସମୟରେ ମୋଟାପଣର ଶିକାର ହେଉଛନ୍ତି। ତେଣୁ ପ୍ରାୟ ଲୋକ ଆପେଲ ଭିନେଗାରକୁ ଆପଣେଉଛନ୍ତି। ଏହା ଶରୀରର ଅଧିକ କ୍ୟାଲୋରୀ ଜାଳେ ଏବଂ ପେଟର ଚର୍ବି ହ୍ରାସ କରିବାରେ ବିଶେଷ ସାହାଯ୍ୟ କରେ।

ଓଜନ ହ୍ରାସ କରିବାକୁ, ଏକ ଗ୍ଲାସ୍ ଉଷୁମ ପାଣିରେ ଏକରୁ ଦୁଇ ଚାମଚ ଆପେଲ ଭିନେଗାର ମିଶାନ୍ତୁ ଏବଂ ସକାଳେ ଖାଲି ପେଟରେ ପିଅନ୍ତୁ।

ବିଶେଷଜ୍ଞଙ୍କ ଅନୁଯାୟୀ, ଆପେଲ ସାଇଡର୍ ଭିନେଗାରର ଗୁଣ ରହିଛି ଯାହା ଡାଇବେଟିସ୍ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ରକ୍ତରେ ଶର୍କରା ସ୍ତର ହ୍ରାସ କରିବାରେ ଏହା ଏକ ପ୍ରଭାବଶାଳୀ ଭୂମିକା ଗ୍ରହଣ କରିଥାଏ। ତେଣୁ ମଧୁମେହ ରୋଗୀମାନେ ଏହାକୁ ଖାଇପାରିବେ।

ବ୍ୟବହାର ପଦ୍ଧତି: ଏକ ଗ୍ଲାସ ସାଧା ପାଣିରେ ଏକରୁ ଦୁଇ ଚାମଚ ଆପେଲ ସାଇଡର ଭିନେଗାର ମିଶାନ୍ତୁ ଏବଂ ଖାଇବା ପୂର୍ବରୁ ଅଧ ଘଣ୍ଟା ମଧ୍ୟରେ ଦୁଇ ଦିନ ପରେ ଏହାକୁ ଖାଆନ୍ତୁ। ରାତିରେ ଶୋଇବା ପୂର୍ବରୁ ଏହାକୁ ଖାଇବା ଅଧିକ ଲାଭଦାୟକ ହୋଇଥାଏ।

ଅଧିକ ପଢ଼ନ୍ତୁ: ବ୍ରଣକୁ ନେଇ କରନ୍ତୁ ନାହିଁ ଏହିସବୁ ଭୁଲ

ବ୍ରଣ ସମସ୍ୟା ଦୂର କରେ

ବ୍ରଣ ହଟାଇବାରେ ଆପେଲ ଭିନେଗାରର ବ୍ୟବହାର ମଧ୍ୟ ଅତ୍ୟନ୍ତ ଉପଯୋଗୀ। ବ୍ରଣ ସମସ୍ୟା ସାଧାରଣତଃ ଜୀବାଣୁ ଯୋଗୁଁ ହୋଇଥାଏ। ଆପେଲ ସାଇଡର୍ ଭିନେଗାରରେ ଥିବା ଏସିଡ୍ ବ୍ୟାକ୍ଟେରିଆକୁ ମାରିଦିଏ ଏବଂ ସଂକ୍ରମଣକୁ ବିସ୍ତାର କରିବାରେ ରୋକିଥାଏ। ଏହା ଚର୍ମର pH ସ୍ତରକୁ ମଧ୍ୟ ନିୟନ୍ତ୍ରଣ କରିଥାଏ।

୩ଏମ୍‌ଏଲ୍‌ ଆପେଲ ଭିନେଗାରକୁ କିଛି ପାଣିରେ ମିଶାଇ ସିଧାସଳଖ ବ୍ରଣ ଉପରେ ଲଗାନ୍ତୁ ଏବଂ ଏହାକୁ ରାତିସାରା ଶୁଖିବାକୁ ଦିଅନ୍ତୁ। ସକାଳେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ।

କୋଲେଷ୍ଟ୍ରଲ ହ୍ରାସ କରେ

ଦିନକୁ ଦିନ ହୃଦ୍ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି ଏବଂ ଏହାର ମୁଖ୍ୟ କାରଣ ହେଉଛି ଶରୀରରେ କୋଲେଷ୍ଟ୍ରଲ୍‌ର ମାତ୍ରା ଅଧିକ। ପଶୁମାନଙ୍କ ଉପରେ କରାଯାଇଥିବା କିଛି ଅନୁସନ୍ଧାନ ଅନୁଯାୟୀ, ଆପେଲ ସାଇଡର୍ ଭିନେଗାର କୋଲେଷ୍ଟ୍ରୋଲ୍ ଏବଂ ଟ୍ରାଇଗ୍ଲେସିରାଇଡ୍ ସ୍ତରକୁ ହ୍ରାସ କରିଥାଏ।

ବ୍ୟବହାର ପଦ୍ଧତି: ଏକ ଗ୍ଲାସ ସାଧା ପାଣିରେ ଏକରୁ ଦୁଇ ଚାମଚ ଆପେଲ ସାଇଡର ଭିନେଗାର ମିଶାନ୍ତୁ ଏବଂ ଖାଇବାର ଅଧ ଘଣ୍ଟା ପୂର୍ବରୁ ପିଅନ୍ତୁ।

ଆପେଲ ସାଇଡର୍ ଭିନେଗାରର ପାର୍ଶ୍ୱ ପ୍ରତିକ୍ରିୟା

ଅଷ୍ଟିଓପୋରୋସିସ୍ ଏବଂ ଅଷ୍ଟିଓଆର୍ଥ୍ରାଇଟିସ୍ ଭଳି ରୋଗ ଥିଲେ ଆପେଲ ସାଇଡର୍ ଭିନେଗାର ଖାଇବା ପୂର୍ବରୁ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ।

ଲେମ୍ବୁ କିମ୍ବା କମଳା ପରି ସାଇଟ୍ରସ୍ ଫଳ ରସ ସହିତ ଆପେଲ ସାଇଡର ଭିନେଗାର ଖାଇବା ଉଚିତ୍ ନୁହେଁ କାରଣ ଭିନେଗାରରେ ଅତ୍ୟଧିକ ଏସିଟିକ୍ ଏସିଡ୍ ଥାଏ।

ଚା’ କିମ୍ବା କଫି ପିଇବା ପରେ ଆପେଲ ସାଇଡର୍ ଭିନେଗାର ପିଅନ୍ତୁ ନାହିଁ। କଫିରେ ଥିବା କ୍ୟାଫେନ୍ ଆପଣଙ୍କ ହଜମ ପ୍ରକ୍ରିୟାରେ ପ୍ରଭାବ ପକାଇପାରେ।

ଚର୍ମରେ ସିଧାସଳଖ ଆପେଲ ସାଇଡର ଭିନେଗାର ବ୍ୟବହାର କରନ୍ତୁ ନାହିଁ। କାରଣ ଏଥିରେ ଅମ୍ଳ ଅଂଶ ଅଧିକ ଥାଏ। ଏହା ଚର୍ମକୁ ନଷ୍ଟ କରିପାରେ। ତେଣୁ, ଆପେଲ ସାଇଡର ଭିନେଗାରକୁ ବ୍ୟବହାର କରିବା ପୂର୍ବରୁ ହାତରେ ପ୍ୟାଚ୍‌ ଟେଷ୍ଟ କରି ଦେଖନ୍ତୁ। ଯଦି କୌଣସି ପାର୍ଶ୍ୱ ପ୍ରତିକ୍ରିୟା ହେଉ ନାହିଁ ତେବେ ଏହାକୁ ବ୍ୟବହାର କରିପାରିବେ।

ଆପେଲ ସାଇଡରରେ ଥିବା ଅତ୍ୟଧିକ ଏସିଡ୍‌ ଦାନ୍ତକୁ କ୍ଷତି କରିଥାଏ। ତେଣୁ ଏହାକୁ ସବୁବେଳେ ପାଣି ମିଶାଇ ପିଅନ୍ତୁ।

ଆପେଲ ସାଇଡର ଭିନେଗାରର ବ୍ୟବହାର ପୂର୍ବରୁ ଆପଣ ଡାକ୍ତରଙ୍କ ପରାମର୍ଶ କରିପାରିବେ।