pimple face

ଶରୀରର ଦର୍ପଣ ହେଉଛି ମୁଖ। ମୁହଁରେ କିଛି ବାହାରିଲେ ଏହା ଆତ୍ମବିଶ୍ୱାସ ଉପରେ ପ୍ରଭାବ ପକାଇଥାଏ।

ବ୍ରଣ ହେଉଛି ଗ୍ଲାଣ୍ଡୁଲାର ସମସ୍ୟା। ଏହା ସାଧାରଣତଃ ହରମୋନ୍‌ରେ ପରିବର୍ତ୍ତନ ଯୋଗୁଁ ହୋଇଥାଏ। ତେଲ ତିଆରି କରୁଥିବା ଗ୍ରନ୍ଥିରେ ବ୍ଲକେଜ୍‌ ହେଲେ ମୁହଁରେ ବ୍ରଣ ବାହାରେ। ୯୦ ପ୍ରତିଶତ ଲୋକଙ୍କଠାରେ ବ୍ରଣ ବାହାରିଥାଏ।

ବ୍ରଣ ବିଭିନ୍ନ କାରଣରୁ ହୋଇଥାଇପାରେ। ତେଣୁ ବ୍ରଣକୁ କେବେ ଚିପନ୍ତୁ ନାହିଁ କିମ୍ବା ବାରମ୍ବାର ହାତ ମାରନ୍ତୁ ନାହିଁ। ଏହାଦ୍ୱାରା ଅଧିକ ବ୍ରଣ ବାହାରିବା ସହ ତ୍ଵଚାରେ କଳାଦାଗ ହେବ। ସବୁବେଳେ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ। କେଉଁ ପ୍ରକାରର ବ୍ରଣ ଦେଖି ଡାକ୍ତର ଚିକିତ୍ସା ପରାମର୍ଶ କରିଥା’ନ୍ତି।

ଅଧିକାଂଶ ଲୋକ ମୁହଁରୁ ବ୍ରଣ ଦୂର କରିବା ପାଇଁ ବିଜ୍ଞାପନରେ ଦେଖାଯାଉଥିବା କ୍ରିମ୍‌ ଆଣି ବ୍ୟବହାର କରିଥା’ନ୍ତି। ହେଲେ ଏହି କ୍ରିମ୍‌ ତ୍ଵଚାକୁ ଶୁଷ୍କ କରିବା ସହ ସମସ୍ୟାକୁ ଆହୁରି ବଢ଼ାଇଦିଏ।

ଅନେକ ଲୋକ ଚନ୍ଦନ, ହଳଦୀ, ପିଆଜରସ ଓ ଲେମ୍ବୁରସ ଭଳି ଘରୋଇ ଉପଚାର ବି ମୁହଁରେ ଲଗାଇଥା’ନ୍ତି। କିନ୍ତୁ, ଅତ୍ୟଧିକ ଲେମ୍ବୁରସ ମୁହଁକୁ ପୋଡ଼ିଦିଏ। ତେଣୁ ମୁହଁରେ ବ୍ରଣ ହେଲେ ଚର୍ମ ରୋଗ ବିଶେଷଜ୍ଞଙ୍କ ସହ ପରାମର୍ଶ କରିବା ପରେ ହିଁ ଔଷଧ ବ୍ୟବହାର କରନ୍ତୁ।

କେତେକ ଲୋକ ରାତିରେ ଶୋଇବା ପୂର୍ବରୁ ତ୍ୱଚାକୁ ସଫା ନକରି ଶୋଇଯାଆନ୍ତି। ହେଲେ ଏହା ସମ୍ପୂର୍ଣ୍ଣ ଭୁଲ। ଏହାଦ୍ୱାରା ତ୍ୱଚାରେ ଜୀବାଣୁ ସଂକ୍ରମଣ ଅଧିକ ହୋଇ ବ୍ରଣ ହୋଇଥାଏ।

ପ୍ରାୟ ଲୋକ ବ୍ରଣ ହେଲେ ତାକୁ ହାତରେ ଚିପନ୍ତି। ହେଲେ ଏହା ତ୍ୱଚାରେ ଦାଗ କରିବା ସହ ବଡ଼ ବଡ଼ କଣା (ଓପନ୍‌ ପୋର୍‌) ସଦୃଶ କରିଥାଏ।

ବିନା ଡାକ୍ତରଙ୍କ ପରାମର୍ଶରେ କୌଣସି ମେଡିସିନ୍‌ ବ୍ୟବହାର କରନ୍ତୁ ନାହିଁ।