ଅଧିକ ପଢ଼ନ୍ତୁ: ସକାଳୁ କରନ୍ତୁ ଏହି ୪ଟି ଏକ୍ସରସାଇଜ୍‌ – ରହିବେ ଫିଟ୍‌

ବର୍ତ୍ତମାନ ସମୟରେ ଓଜନ କମ୍‌ କରିବା ଏକ ବଡ଼ ଚ୍ୟାଲେଞ୍ଜ ପାଲଟିଗଲାଣି। ବିଭିନ୍ନ ଡାଏଟ୍‌, ଉପବାସ ଓ ବ୍ୟାୟାମ କରିବା ସତ୍ତ୍ୱେ ମଧ୍ୟ ଓଜନ କମ୍‌ ହେବା କଷ୍ଟକର। ହେଲେ ନିୟମିତ ଏହି ଡ୍ରିଙ୍କ୍‌ ପିଇବା ଦ୍ୱାରା ଓଜନ ହ୍ରାସ ହେବାର ସମ୍ଭାବନା ଅଧିକ।

ଜିରା ପାଣି

ଜିରା ପାଣି ଏକ ଉତ୍କୃଷ୍ଟ କମ୍ କ୍ୟାଲୋରିଯୁକ୍ତ ପାନୀୟ, ଯାହା ହଜମ ଏବଂ ମେଟାବୋଲିଜିମ୍ ବୃଦ୍ଧି କରିବାରେ ସାହାଯ୍ୟ କରେ। ଭୋକ ନିୟନ୍ତ୍ରଣ କରିବା ସହ ଚର୍ବି କମ୍‌ କରିବାରେ ସହାୟକ ହୋଇଥାଏ ଜିରା ପାଣି। ଗୋଟେ ଗ୍ଲାସ୍‌ ପାଣିରେ ଏକ ଚାମଚ ଜିରା ମିଶାଇ ରାତିସାରା ଛାଡ଼ିଦିଅ। ସକାଳୁ ଉଠିବା ପରେ ଏହି ପାଣିକୁ ଖାଲିପେଟରେ ପିଅନ୍ତୁ। ନିୟମିତ ଜିରା ପାଣି ପିଇବା ଦ୍ୱାରା ଓଜନ କମ୍‌ ହୋଇଥାଏ।

ଆପେଲ ସାଇଡର ଭିନେଗାର

ଓଜନ ହ୍ରାସ କରିବା ପାଇଁ ସାଧାରଣତ ଆପେଲ ସାଇଡର ଭିନେଗାର ବ୍ୟବହୃତ ହୁଏ। ଏହା ଶରୀରର ଅଧିକ କ୍ୟାଲୋରୀ ଜାଳେ ଏବଂ ପେଟର ଚର୍ବି ହ୍ରାସ କରିବାରେ ବିଶେଷ ସାହାଯ୍ୟ କରେ। ଓଜନ ହ୍ରାସ କରିବାକୁ, ଏକ ଗ୍ଲାସ୍ ଉଷୁମ ପାଣିରେ ଏକରୁ ଦୁଇ ଚାମଚ ଆପେଲ ଭିନେଗାର ମିଶାନ୍ତୁ ଏବଂ ସକାଳେ ଖାଲି ପେଟରେ ପିଅନ୍ତୁ।

ଅଧିକ ପଢ଼ନ୍ତୁ: ସାଇକେଲ ଚଳାନ୍ତୁ – ଓଜନ କମାନ୍ତୁ

ଲେମ୍ବୁ ପାଣି

ଆପଣଙ୍କ ଦିନ ଏକ ଗ୍ଲାସ୍‌ ଲେମ୍ବୁ ପାଣିରୁ ଆରମ୍ଭ କରନ୍ତୁ। ଏହାଦ୍ଵାରା ଆପଣଙ୍କ ପେଟର ଚର୍ବି କମିଯାଏ। ଲେମ୍ବୁରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ପେକ୍ଟିନ୍ ଫାଇବର ଭରପୂର ରହିଛି, ଯାହା ପେଟର ଚର୍ବି ହ୍ରାସ କରିବାରେ ସାହାଯ୍ୟ କରିଥାଏ।

ଏକ ଗ୍ଲାସ୍‌ ଉଷୁମ ପାଣିରେ ଅଧ ଚାମଚ ଲେମ୍ବୁ ରସ ଏବଂ ଅଧଚାମଚ ମହୁ ମିଶାଇ ସକାଳେ ଖାଲିପେଟରେ ପିଅନ୍ତୁ।

ଗ୍ରୀନ୍‌ ଟି

ଆଣ୍ଟିଅକ୍ସିଡାଣ୍ଟ, କ୍ୟାଟେଚିନ୍‌ରେ ଭରପୂର ରହିଛି ଗ୍ରୀନ୍‌ ଟି, ଯାହାକି ମେଟାବଲିଜିମ୍‌କୁ ସୁଦୃଢ଼ କରିଥାଏ। ଗ୍ରୀନ୍‌ ଟିକୁ ନିୟମିତ ପିଇବା ଦ୍ୱାରା ଓଜନ କମ୍‌ ହୋଇଥାଏ। କିନ୍ତୁ, ଏହାକୁ ବିନା ଚିନିରେ ପିଇବା ଆବଶ୍ୟକ। ଦୈନିକ ୨ରୁ ୩ କପ୍‌ ଗ୍ରୀନ୍‌ ଟି ପିଇପାରିବେ।

ଖାଲିପେଟରେ ଗ୍ରୀନ୍‌ ଟି ପିଇବା ଦ୍ୱାରା ଅଧିକ ଲାଭ ମିଳିଥାଏ।