ଅଧିକ ପଢ଼ନ୍ତୁ: ଆପଣଙ୍କ ଉଚ୍ଚତା ଅନୁସାରେ ଓଜନ ଠିକ୍‌ ଅଛି ତ?

ସାଇକେଲ ଚଳାଇବା ଦ୍ୱାରା କେବଳ ଯେ ବ୍ୟାୟାମ ହୋଇଥାଏ ତା’ ନୁହେଁ, ମାନସିକ ଭାବେ ବ୍ୟକ୍ତିକୁ ଏହା ସୁସ୍ଥ ରଖିଥାଏ। ସାଇକେଲ ଚାଳନାର ଅନ୍ୟ କିଛି ଉପକାରିତା ଜାଣନ୍ତୁ।

ହୃତପିଣ୍ଡ ସୁସ୍ଥ ରହେ: ସାଇକେଲ ଚଳାଇବା ଦ୍ୱାରା ହୃତପିଣ୍ଡ ଠିକ ଭାବେ କାର୍ଯ୍ୟ କରିଥାଏ। ବ୍ରିଟିଶ ମେଡିକାଲ ଆସୋସିଏସନ ଅନୁସାରେ ସପ୍ତାହରେ ଥରେ ୩୦ ମିନିଟ ଧରି ସାଇକେଲ ଚଳାଇବା ଦ୍ୱାରା ହୃଦରୋଗର ଆଶଙ୍କା ୫୦ ପ୍ରତିଶତ କମିଯାଏ।

ଶକ୍ତି ବଢେ: ସାଇକେଲ ଚାଳନା ଦ୍ୱାରା ମାଂସପେଶୀର ଶକ୍ତି ବୃଦ୍ଧି ହୋଇଥାଏ। ଏହା ମଧ୍ୟ ସେତେ କଠିନ କାର୍ଯ୍ୟ ନୁହେଁ, ତେଣୁ ସବୁ ବୟସର ଲୋକେ ଏହାକୁ କରିପାରିବେ।

ଓଜନ କମିବ: ସାଇକ୍ଲିଂ ମଧ୍ୟ ଓଜନ କମାଇବାରେ ଲୋକମାନଙ୍କୁ ସହାୟତା କରିଥାଏ। ପେଡାଲ ମାରିବା ଦ୍ୱାରା ବ୍ୟକ୍ତିଙ୍କର ଜଂଘ ଓ ପେଟରେ ଚର୍ବି ଜମା ହୁଏନାହିଁ। ତେଣୁ ଜିମ ନଯାଇ ସପ୍ତାହରେ ୪ ଦିନ ଆପଣ ୩୦ ମିନିଟ ଲେଖାଏଁ ସାଇକେଲ ଚଳାଇଲେ ଓଜନ ବୃଦ୍ଧି ଜନିତ ସମସ୍ୟାରୁ ରକ୍ଷା ପାଇପାରିବେ। ଆର୍ଥ୍ରାଇଟିସ୍‌, ପିଠି ଯନ୍ତ୍ରଣା, ମଧୁମେହ ଭଳି ସମସ୍ୟା ଭୋଗୁଥିବା ଲୋକଙ୍କ ପାଇଁ ଏହା ସର୍ବୋକୃଷ୍ଠ ବ୍ୟାୟାମ ବିକଳ୍ପ।

ମାନସିକ ଚାପ କମିବ: ସାଇକ୍ଲିଂ କରିବା ଦ୍ୱାରା ଶରୀରର ସବୁ ଅଙ୍ଗର ବ୍ୟାୟାମ ହେଉଥିବାରୁ ମାନସିକ ଚାପ ବହୁ ପରିମାଣରେ କମିଯାଇଥାଏ। ଏହା ମଧ୍ୟ ଶରୀରରେ ହାପି ହରମୋନର କ୍ଷରଣକୁ ପ୍ରେରିତ କରିଥାଏ। ଯାହାକି ବ୍ୟକ୍ତିକୁ ଖୁସି ରଖେ।

weight lose image

ଅଧିକ ପଢ଼ନ୍ତୁ: ଖାଆନ୍ତୁ ଏହି ଖାଦ୍ୟ – ଓଜନ ନିୟନ୍ତ୍ରଣରେ ରହିବ

ସାଇକ୍ଲିଂ ପାଇଁ ଯାଉଥିଲେ କରିବେ?

-ସାଇକ୍ଲିଂ ପାଇଁ ଯାଉଥିଲେ ଅଧିକ ଲମ୍ବା ପୋଷାକ ପିନ୍ଧନ୍ତୁ ନାହିଁ। ଆଣ୍ଠୁ ଯାଏ ପଡ଼ୁଥିବା ପୋଷାକ ସବୁଠୁ ଭଲ। ସେହିପରି ଝାଳ ଶୋଷିନେବା ଲାଗି ସୂତାର ଢିଲା ପୋଷାକ ପରିଧାନ କରନ୍ତୁ।

-ପାଦକୁ ଠିକ ଲାଗୁଥିବା ଜୋତା ପିନ୍ଧନ୍ତୁ। ନହେଲେ ପେଡାଲ ମାରିବା ସମୟରେ ଖସି ଯିବାର ଭୟ ଥାଏ। ସେହିପରି ସମ୍ଭାବ୍ୟ ଆଘାତରୁ ରକ୍ଷା ପାଇବା ଲାଗି ଆବଶ୍ୟକସ୍ଥଳେ ହେଲମେଟ, ନି ପ୍ୟାଡ ପିନ୍ଧନ୍ତୁ ।

 -ନିରାପତ୍ତା ପାଇଁ ମୋଟରସାଇକେଲ ଭଳି ଏକ ସାଇକେଲରେ ଏକ ମିରର ଲଗାଇବାକୁ ଭୁଲନ୍ତୁ ନାହିଁ।

-ସାଇକ୍ଲିଂ ସମୟରେ ପ୍ରବଳ ଝାଳ ବୁହେ। ତେଣୁ ଶରୀରରେ ଜଳୀୟ ଅଂଶ କମିଯାଏ। ଏହାକୁ ଦୂର କରିବା ଲାଗି ପାଖରେ ଓଆରଏସ ପାଣି କିମ୍ବା ଚିନିଲୁଣ ପାଣିକୁ ରଖନ୍ତୁ।

-ହାତକୁ ସବୁବେଳେ ସିଧା ରଖି ସାଇକେଲ ଚଳାନ୍ତୁ। ଏହାଦ୍ୱାରା ଶରୀର ଉପରେ ଚାପ କମ ପଡ଼ିବ।