ସୁସ୍ଥ ଶରୀର ପାଇଁ ବ୍ୟାୟାମ ଜରୁରୀ। ତେଣୁ ପ୍ରତିଦିନ ସକାଳୁ ଉଠିବା ପରେ ଏହି ୪ଟି ବ୍ୟାୟାମ କରନ୍ତୁ, ଫିଟ୍‌ ରହିବା ସଙ୍ଗେ ସଙ୍ଗେ ଓଜନ ମଧ୍ୟ ହ୍ରାସ ପାଇବ।

ଅଧିକ ପଢ଼ନ୍ତୁ: ଏହି ୨୦ଟି ଟିପ୍ସ ଆପଣାନ୍ତୁ – ଓଜନ କମ୍‌ କରନ୍ତୁ

ଜମ୍ପିଂ ଜ୍ୟାକ୍‌ (Jumping jack in Odia): ଏହି ବ୍ୟାୟାମରେ ହାତ ଏବଂ ଗୋଡ଼କୁ ଏକା ସାଙ୍ଗରେ ଚଉଡ଼ା କରାଯାଏ। ଏହି ବ୍ୟାୟାମକୁ ଧୀରେ ଧୀରେ କରିବେ ଏବଂ ହାତ ଉପରକୁ ଉଠାଇବା ବେଳେ ନିଶ୍ୱାସ ନେବେ ଓ ହାତ ତଳକୁ ଆଣିବା ବେଳକୁ ଶ୍ୱାସ ଛାଡ଼ିବେ। ଏହି ବ୍ୟାୟାମକୁ ଅତିକମ୍‌ରେ ୨୦ ସେକେଣ୍ଡ ଓ ଅତିବେଶିରେ ୬୦ ସେକେଣ୍ଡ ପାଇଁ କରିବେ।

ହିପ୍‌ ଟୁଇଷ୍ଟ (Hip twist in Odia): ଏହି ବ୍ୟାୟାମରେ ଦୁଇ ଗୋଡ଼କୁ ଯୋଡ଼ି କରି ଅଣ୍ଟାକୁ ବାମ ଓ ଦକ୍ଷିଣକୁ ଘୂରାଇବେ ଏବଂ ଜମ୍ପ କରିବେ। ଏହି ବ୍ୟାୟାମକୁ ଅତିକମ୍‌ରେ ୨୦ ସେକେଣ୍ଡ ଓ ଅତିବେଶିରେ ୬୦ ସେକେଣ୍ଡ ପାଇଁ କରିବେ। ହିପ୍‌ ଟୁଇଷ୍ଟ ବ୍ୟାୟାମ କଲାବେଳେ ନିଶ୍ୱାସ ପ୍ରଶ୍ୱାସ ସାଧାରଣ ଭାବେ ରଖିବେ।

ଲେଗ୍‌ ରେଜ୍‌ ଟୁ ଆର୍ମ ପାମ (Leg raise to Arm Palm in Odia): ଏହି ବ୍ୟାୟାମରେ ଦୁଇ ହାତର ପାପୁଲିକୁ ତଳକୁ କରି ସାମ୍ନାରେ ରଖିବେ, ବାମ ଗୋଡ଼ ଓ ଡାହାଣ ଗୋଡ଼ ଗୋଟେ ପରେ ଗୋଟେ ଉଠାଇ ପାପୁଲିକୁ ଛୁଆଁଇବେ। ଏହି ବ୍ୟାୟାମ କଲାବେଳେ ଯଦି ଗୋଡ଼ ବେଶି ଉପରକୁ ଉଠାଇପାରୁ ନାହାନ୍ତି, ତେବେ ହାତ ସାମାନ୍ୟ ତଳକୁ କରିଦିଅନ୍ତୁ। ଏହି ବ୍ୟାୟାମକୁ ଅତିକମ୍‌ରେ ୨୦ ସେକେଣ୍ଡ ଓ ଅତିବେଶିରେ ୬୦ ସେକେଣ୍ଡ ପାଇଁ କରିବେ।

ଅଧିକ ପଢ଼ନ୍ତୁ: ପେଟରୁ ଚର୍ବି କମାଏ କପାଳଭାତି ପ୍ରାଣାୟାମ

ବରପି (Burpees in Odia): ବରପି କରିବା ଦ୍ଵାରା ସମଗ୍ର ଶରୀରର ବ୍ୟାୟାମ ହୋଇଯାଏ। ଏହା ସମଗ୍ର ଶରୀରର ମାଂସପେଶୀ ଉପରେ ପ୍ରଭାବ ପକାଇଥାଏ। ଏହି ବ୍ୟାୟାମକୁ ପ୍ରଥମେ ଧୀରେ ଧୀରେ କରିବେ ଓ ପରେ ଏହାର ବେଗ ବଢ଼ାଇବେ। ଏହି ବ୍ୟାୟାମକୁ ମଧ୍ୟ ଅତିକମ୍‌ରେ ୨୦ ସେକେଣ୍ଡ ପାଇଁ ଓ ଅତିବେଶିରେ ୬୦ ସେକେଣ୍ଡ ପାଇଁ କରିବେ।

ଶାରୀରିକ ସମସ୍ୟା ଥିଲେ ଏହି ବ୍ୟାୟାମ କରିବା ପୂର୍ବରୁ ଡାକ୍ତରଙ୍କ ସହ ପରାମର୍ଶ କରାଇନେବା ଜରୁରୀ।

ଏହି ବ୍ୟାୟାମଗୁଡ଼ିକ ଆପଣ ପ୍ରତିଦିନ କରିପାରିବେ। ଏହି ବ୍ୟାୟାମକୁ ୨୦ ସେକେଣ୍ଡ ପାଇଁ କରି ୩୦ ସେକେଣ୍ଡ ବିଶ୍ରାମ କରି ପୁଣି ୨୦ ସେକେଣ୍ଡ ପାଇଁ ୪ରୁ ୫ ଥର ପୁନରାବୃର୍ତ୍ତି କରିପାରିବେ। ଏହା ପ୍ରତିଦିନ କରିବା ଦ୍ୱାରା ଆପଣଙ୍କ ଚର୍ବି କମିବ, ହୃଦସ୍ପନ୍ଦନ ବଢ଼ିବ ଓ ଷ୍ଟାମିନା ମଧ୍ୟ ବୃଦ୍ଧି ପାଇବ।