ଇସିଜି କ’ଣ? ଏହା କାହିଁକି କରାଯାଏ? ଜାଣନ୍ତୁ ଏହା ବାବଦରେ ଅଧିକ ତଥ୍ୟ

ecg for heart

ଅଧିକ ପଢ଼ନ୍ତୁ: ଜାଣନ୍ତୁ, ମାଇଲ୍ଡ ହାର୍ଟ ଆର୍ଟାକର ଲକ୍ଷଣ ଏବଂ ଏହାର ଚିକିତ୍ସା

ହୃଦୟ ବା ହାର୍ଟର ଇଲେକ୍ଟ୍ରିକାଲ ଆକ୍ଟିଭିଟି ମାପିବା ପାଇଁ ଇଲେକ୍ଟ୍ରୋକାର୍ଡିଓଗ୍ରାଫି ବା ଇସିଜି କରାଯାଇଥାଏ। ଏହା ସୁବିଧା ଜନକ ଏବଂ କମ ଯନ୍ତ୍ରଣା ଦାୟକ ମଧ୍ୟ। ଏହି ପରୀକ୍ଷାର ଫଳାଫଳ ଇଲେକ୍ଟ୍ରୋକାର୍ଡିଓଗ୍ରାମରେ ଦେଖାଯାଇଥାଏ। ତରଙ୍ଗ ଢେଉ ଚାଲିବା ଭଳି ଏହା ହୃଦୟର ଗତି ବାବଦରେ ସୂଚାଇଥାଏ। ହୃଦ ସ୍ପନ୍ଦନ, ହୃତ୍‌ପିଣ୍ଡର ଇଲେକ୍ଟ୍ରିକାଲ ଗତିବିଧି ଏବଂ ହୃଦୟର ଲୟ ଜାଣିବା ପାଇଁ ଇସିଜି କରାଯାଇଥାଏ।

ଆପଣ କାହିଁକି ଇସିଜି କରିବେ?

ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷାର ଏହା ଏକ ଅଂଶ ବିଶେଷ। ମଧ୍ୟମ ବୟସ୍କ କିମ୍ବା ଅଧିକ ବୟସର ବ୍ୟକ୍ତିଙ୍କ ପାଇଁ ଇସିଜି କରିବା ଜରୁରୀ।

ହୃଦଜନିତ କୌଣସି ସମସ୍ୟା ବା ଲକ୍ଷଣ ବିଷୟରେ ସନ୍ଦେହ କଲେ ଇସିଜି କରାଇବା ଜରୁରୀ। ନିଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ, ହୃଦସ୍ପନ୍ଦନର ଗତି ଅଧିକ କିମ୍ବା ଧୀର ହେଲେ କିମ୍ବା ଛାତିରେ ଯନ୍ତ୍ରଣା ହେଲେ ଇସିଜି ଦ୍ୱାରା ପ୍ରକୃତ କାରଣ ଜଣାପଡ଼ିଥାଏ।

ecg for heart

ଅଧିକ ପଢ଼ନ୍ତୁ: ଜାଣନ୍ତୁ, ହାର୍ଟ ଆର୍ଟାକ ଏବଂ ବାଇପାସ ହାର୍ଟ ସର୍ଜରି ବାବଦରେ

ଇସିଜି କିପରି କରାଯାଇଥାଏ?

ଇସିଜି ହେଉଛି ଛୋଟ ଏବଂ ଗୋଲାକାର ଇଲେକ୍ଟ୍ରୋରଡ ଯାହାକି କାଖ ତଳେ, ଗୋଡ଼ ଏବଂ ଛାତିରେ ରଖି ପରୀକ୍ଷା କରାଯାଇଥାଏ।

ଏହି ରଡ ସହ ତାର ଏବଂ ସେନସର ସଂଯୋଗ ହୋଇଥାଏ।

ଆପଣଙ୍କ ହୃଦସ୍ପନ୍ଦନ ଅନୁସାରେ ଏହି ସେନସର ହାର୍ଟର ଇଲେକ୍ଟ୍ରିକାଲ କରେଣ୍ଟ ମାପିଯାଇଥାଏ।

ଇସିଜିରେ କୌଣସି ପାର୍ଶ୍ୱପ୍ରତିକ୍ରିୟା ଅଛି କି?

ଏଥିରେ କୌଣସି ପାର୍ଶ୍ୱପ୍ରତିକ୍ରିୟା ନାହିଁ। ପରନ୍ତୁ ଇସିଜି ପରେ ମଧ୍ୟ କିଛି ପ୍ରକାର କଷ୍ଟ ହୋଇନଥାଏ।

ecg for heart

ଅଧିକ ପଢ଼ନ୍ତୁ: କାର୍ଡିଆକ୍‌ ଆରେଷ୍ଟ କ’ଣ? ଜାଣନ୍ତୁ ଏହାର ଲକ୍ଷଣ

ଇସିଜିରୁ ହାର୍ଟ ବାବଦରେ କ’ଣ ଜାଣିହେବ?

ହୃଦୟର ଗତିବିଧି

ମାଇଲ୍ଡ ହାର୍ଟ ଆର୍ଟାକ

ଅନିୟମିତ ହୃଦସ୍ପନ୍ଦନ

ହୃଦୟରେ ସଠିକ ଭାବେ ଅମ୍ଳଜାନ ଏବଂ ରକ୍ତ ସଞ୍ଚାଳନ

ହୃଦୟର ଭିତର ଏବଂ ବାହାର ସ୍ଥିତି

ଜଣେ ବ୍ୟକ୍ତି ଚାହିଁଲେ ନିଜ ଇସିଜି ରିପୋର୍ଟ ନିଜ ସାଥିରେ ରଖିପାରିବ। ଆବଶ୍ୟକ ପଡ଼ିଲେ ପୁରୁଣା ଇସିଜି ଆଧାରରେ ଡାକ୍ତର ରୋଗୀଙ୍କର ଚିକିତ୍ସା କରାଇଥା’ନ୍ତି।