ଯୁବାବସ୍ଥାରେ ହାର୍ଟ ଆର୍ଟାକ ହେଲେ ବାଇପାସ ହାର୍ଟ ସର୍ଜରି ଦ୍ଵାରା ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରେ। ତେବେ ଜାଣନ୍ତୁ ଏହି ସର୍ଜରି କିପରି କରାଯାଇଥାଏ?

Heart Attack

ଅଧିକ ପଢ଼ନ୍ତୁ: ହାର୍ଟ ଆଟାକର ମୁଖ୍ୟ କାରଣ ଓ ଲକ୍ଷଣ ବିଷୟରେ ଜାଣନ୍ତୁ

ଆମ ଶରୀରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେଉଛି ହାର୍ଟ ବା ହୃଦୟ। ହାର୍ଟ ଦ୍ଵାରା ଆମ ଶରୀରର ସମସ୍ତ ଅଙ୍ଗକୁ ରକ୍ତ ସଞ୍ଚାଳନ ହୋଇଥାଏ। ମାତ୍ର ହାର୍ଟ ତାର ନିଜ କାମ କରିବା ପାଇଁ ଆବଶ୍ୟକ ହେଉଥିବା ରକ୍ତ ଏବଂ ଅମ୍ଳଜାନ ହାର୍ଟ ଭିତରେ ଥିବା ବିଭିନ୍ନ କୋରନାରୀ ଆଟେରୀ ବା ଧମନୀଠାରୁ ମିଳିଥାଏ। କିନ୍ତୁ ଏହି ଧମନୀଗୁଡ଼ିକରେ ବ୍ଲକଏଜେ କିମ୍ବା ଅବରୋଧ ଯୋଗୁଁ ହାର୍ଟକୁ ଠିକ ଭାବରେ ରକ୍ତ ସଞ୍ଚାଳନ ହୋଇପାରେ ନାହିଁ। ଫଳରେ ହାର୍ଟ କାମ କରିବା ବନ୍ଦ କରିଦିଏ। ଏହା ଦ୍ୱାରା ବ୍ୟକ୍ତି ମୃତ୍ୟୁର ହେବାର ଆଶଙ୍କା ଥାଏ।

ହାର୍ଟ ଆର୍ଟାକ ହେବାର କାରଣ

ଉଚ୍ଚ ରକ୍ତଚାପ

ଡାଏବେଟିସ

ଅନିୟନ୍ତ୍ରିତ ଜୀବନଶୈଳୀ

ରକ୍ତରେ କୋଲେଷ୍ଟ୍ରୋଲର ମାତ୍ରା ଅଧିକ

ଅତ୍ୟଧିକ ଧୂମ୍ରପାନ ଏବଂ ନିଶା ସେବନ

ଅଧିକ ତେଲ, ମସଲା ଏବଂ ଚର୍ବି ଯୁକ୍ତ ଖାଦ୍ୟ

ମାନସିକ ଚାପ

heart attack

ଅଧିକ ପଢ଼ନ୍ତୁ: କାର୍ଡିଆକ୍‌ ଆରେଷ୍ଟ କ’ଣ? ଜାଣନ୍ତୁ ଏହାର ଲକ୍ଷଣ

ହାର୍ଟ ଆର୍ଟାକର ଲକ୍ଷଣ

ଛାତିର ମଝି ଭାଗରେ ଯନ୍ତ୍ରଣା ହେବା

ନିଶ୍ଵାସପ୍ରଶ୍ଵାସ ବନ୍ଦ ହୋଇଯିବା ପରି ମନେ ହେବା

ଅଧିକ ଝାଳ ବାହାରିବା

କାନ୍ଧ, ହାତ ଏବଂ ପିଠିରେ ଯନ୍ତ୍ରଣା ଅନୁଭବ ହେବା

ଛାତି ଓଜନିଆ ଭଳି ମନେ ହେବା

ଚିକିତ୍ସା

ହାର୍ଟ ଆର୍ଟାକର କୌଣସି ଲକ୍ଷଣ ଜାଣିପାରୁଥିଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ଇସିଜି, ଟିଏଣ୍ଟି ଏବଂ ଇକୋ ପରୀକ୍ଷା ମାଧ୍ୟମରେ ହାର୍ଟର ଗତି ବାବଦରେ ଜଣ ପଡ଼ିଥାଏ। ହାର୍ଟର କେଉଁଠି ଏବଂ କେତୋଟି ବ୍ଲକ ଅଛି ଜାଣିବା ପାଇଁ ଆଞ୍ଜିଓଗ୍ରାମ କରାଯାଇଥାଏ। ହାର୍ଟରେ ଗୋଟିଏ ଜାଗାରେ ବ୍ଲକ ଥିଲେ ଆଞ୍ଜିଓପ୍ଲାଷ୍ଟ ଦ୍ୱାରା ଷ୍ଟ୍ରେଣ୍ଟ ସାହାଯ୍ୟରେ ବ୍ଲକଗୁଡ଼ିକ ଖୋଲି ଦିଆଯାଇଥାଏ। ହାର୍ଟରେ ବଡ଼ ଏବଂ ଅଧିକ ବ୍ଲକ ଥିଲେ ବାଇପାସ ସର୍ଜରି କରାଯାଇଥାଏ।

heart-attack

ଅଧିକ ପଢ଼ନ୍ତୁ: ମଧୁମେହ ରୋଗୀଙ୍କୁ ହୋଇପାରେ ହୃଦରୋଗ

କିଭଳି କରାଯାଏ ବାଇପାସ ସର୍ଜରି?

ହାର୍ଟ ସମସ୍ୟା ଅଧିକ ଗୁରୁତର ହୋଇଯାଇଥିଲେ ବିଟିଙ୍ଗ ବାଇପାସ ହାର୍ଟ ସର୍ଜରି କରାଯାଇଥାଏ। ହୃଦ ସ୍ପନ୍ଦନ ଚାଲୁଥିବା ସମୟରେ ଏହି ସର୍ଜରି କରାଯାଇଥାଏ। ଏଥିରେ ଗୋଡ଼ କିମ୍ବା ଛାତିରୁ ଭେନ ହାର୍ଟ ସହ ଯୋଡ଼ି ଅପରେସନ କରାଯାଇଥାଏ। ଏହା ସବୁଠାରୁ ସୁରକ୍ଷିତ ସର୍ଜରି। ଏହା ସମୟ ସାପେକ୍ଷ ଏବଂ ରୋଗୀ ୫-୬ଘଣ୍ଟା ମଧ୍ୟରେ ସମ୍ପର୍କୀୟଙ୍କ ସହ କଥା ମଧ୍ୟ ହୋଇପାରିଥାଏ।

ବାଇପାସ ସର୍ଜରିରେ ହାର୍ଟ ସୁରକ୍ଷିତ ରହିଥାଏ। ଏହି ସର୍ଜରିରେ ଆନାସ୍ଥାସିଆ ବ୍ୟବହାର ହୁଏ ନାହିଁ। ଫଳରେ ରୋଗୀ ଶୀଘ୍ର ଭଲ ହୋଇଥାଏ।