ମାଇଲ୍ଡ ହାର୍ଟ ଆର୍ଟାକକୁ ଅଣଦେଖା ନକରି ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

heart-attack

ଅଧିକ ପଢ଼ନ୍ତୁ: ଜାଣନ୍ତୁ, ହାର୍ଟ ଆର୍ଟାକ ଏବଂ ବାଇପାସ ହାର୍ଟ ସର୍ଜରି ବାବଦରେ

ଅନେକ ସମୟରେ ଛାତିରେ ସାମାନ୍ୟ କଷ୍ଟ ଅନୁଭବ ହୋଇଥାଏ। କିନ୍ତୁ ଏହା କୌଣସି କାରଣ ଯୋଗୁଁ ହୋଇଥାଇ ପାରେ ଭାବି ଲୋକେ ଅଣଦେଖା କରନ୍ତି। ଯାହା ଫଳରେ ପରବର୍ତ୍ତୀ ସମୟରେ ବିପଦ ସୃଷ୍ଟି କରିଥାଏ। କିଛି ଲୋକଙ୍କୁ ହାଲୁଆ ହାର୍ଟ ଆର୍ଟାକ ଅନୁଭବ ହୋଇଥାଏ ଯାହାକୁ ମାଇଲ୍ଡ ହାର୍ଟ ଆର୍ଟାକ ବୋଲି କୁହାଯାଏ। ଏହାକୁ ଅଣଦେଖା କରିବା ଉଚିତ ନୁହେଁ। ଏହାର ପରିଣାମ ଅତି ଭୟଙ୍କର ହୋଇପାରେ। ଏହା ଏକ ପ୍ରକାର ବଡ଼ ହାର୍ଟ ଆଟାକର ପୂର୍ବାଭାଷ। କିନ୍ତୁ ଲୋକେ ଏହାକୁ ଗ୍ୟାସିଷ୍ଟିକ ଭାବି ଅଣଦେଖା କରନ୍ତି। ଗ୍ୟାସ ଯୋଗୁଁ ଏପରି ହୋଇଥାଇପାରେ ବୋଲି ମନେ କରନ୍ତି।

ସାଧାରଣତଃ ମାଇଲ୍ଡ ହାର୍ଟ ଆର୍ଟାକକୁ ଲୋକ ଛୋଟ ହାର୍ଟ ଆଟାକ ବୋଲି କହିଥାନ୍ତି। ଯାହାକୁ ନନ ଏସଟି ଏଲିବେସନ ମାୟୋକାର୍ଡିୟଲ ଇନଫ୍ରାକସନ କୁହାଯାଏ।

ମାଇଲ୍ଡ ହାର୍ଟ ଆର୍ଟାକରେ ହୃଦ ସ୍ପନ୍ଦନ ଶତ ପ୍ରତିଶତ ବନ୍ଦ ହୋଇନଥାଏ। ମାଇଲ୍ଡ ହାର୍ଟ ଆର୍ଟାକ ବା ଛୋଟ ହାର୍ଟ ଆଟାକ ପରେ ଶରୀରରେ ରକ୍ତ ପ୍ରବାହ ସାମାନ୍ୟ ରହିଥାଏ। କିନ୍ତୁ ଏହାକୁ ବଡ଼ ହାର୍ଟ ଆର୍ଟାକ ପୂର୍ବ ସଂକେତ ବୋଲି କୁହାଯାଏ। ଆଗାମୀ ୩୦ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ହାର୍ଟ ଆର୍ଟାକ ହେବାର ଆଶଙ୍କା ରହିଥାଏ।

ମାଇଲ୍ଡ ହାର୍ଟ ଆର୍ଟାକର ଲକ୍ଷଣ

ମାଇଲ୍ଡ ହାର୍ଟ ଆର୍ଟାକ ସଂକେତ ଓ ହାର୍ଟ ଆର୍ଟାକର ସଂକେତ ସମାନ।

ଜୋରରେ ଛାତି ଦରଜ ହେବା

ଚାଲିଲା ବେଳେ ଥକା ଅନୁଭବ କରିବା

ଦେହରୁ ଝାଳ ବୋହିବା

ଡର ଡର ଭଳି ଅନୁଭବ କରିବା

ଚାଲୁ ଚାଲୁ ପଡ଼ିଯିବା

heart attack

ଅଧିକ ପଢ଼ନ୍ତୁ: ହାର୍ଟ ଆଟାକର ମୁଖ୍ୟ କାରଣ ଓ ଲକ୍ଷଣ ବିଷୟରେ ଜାଣନ୍ତୁ

ମାଇଲ୍ଡ ହାର୍ଟ ଆର୍ଟାକ ବାବଦରେ ଜାଣିବା ପରେ କ’ଣ କରିବେ?

ଆପଣଙ୍କୁ ମାଇଲ୍ଡ ହାର୍ଟ ଆର୍ଟାକର କୌଣସି ଲକ୍ଷଣ ଅନୁଭବ ହେଇଥିଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

ନିଜ ଓଜନ ଏବଂ ରକ୍ତ ଚାପ ନିୟନ୍ତ୍ରଣରେ ରଖନ୍ତୁ।

ଧୂମ୍ରପାନ ଏବଂ ନିଶାସେବନ କରନ୍ତୁ ନାହିଁ।

ପ୍ରତିଦିନ ଅଧ ଘଣ୍ଟା ବ୍ୟାୟାମ କରନ୍ତୁ।

ହାର୍ଟକୁ ସୁସ୍ଥ ରଖୁଥିବା ଖାଦ୍ୟ ଖାଆନ୍ତୁ।

ଚିନ୍ତାମୁକ୍ତ ରହନ୍ତୁ।

ଅଧିକ ପଢ଼ନ୍ତୁ: କାର୍ଡିଆକ୍‌ ଆରେଷ୍ଟ କ’ଣ? ଜାଣନ୍ତୁ ଏହାର ଲକ୍ଷଣ