କାର୍ଡିଆକ ଆରେଷ୍ଟ ସମୟରେ ସିପିଆର ଏକ ଭଲ ବିକଳ୍ପ ଭାବେ କାମ କରିଥାଏ। ଏହାକୁ ଯେକୌଣସି ବ୍ୟକ୍ତି ଚାହିଁଲେ କରିପାରିବେ।

What is CPR | American Heart Association CPR & First Aid

ଅଧିକ ପଢ଼ନ୍ତୁ: କାହିଁକି କରାଯାଏ ଇସିଜି?

ହାର୍ଟ ଆର୍ଟାକ ଓ କାର୍ଡିଆକ ଆରେଷ୍ଟ ହେଉଛି ଦୁଇଟି ସାଂଘାତିକ ରୋଗ। ହାର୍ଟ ଆର୍ଟାକ ସମୟରେ ବଞ୍ଚିବାର ସମ୍ଭାବନା ଅଧିକ ଥିବାବେଳେ କାର୍ଡିଆକ ଆରେଷ୍ଟ ସମୟରେ ବଞ୍ଚିବାର ଆଶଙ୍କା କମ ଥାଏ। ଏପରିସ୍ଥଳେ ଯଦି ରୋଗୀଙ୍କ ଉପଚାର ଠିକ ସମୟରେ କରା ନ ଯାଏ ତେବେ ରୋଗୀର ଜୀବନ ମଧ୍ୟ ଚାଲି ଯାଇପାରେ। ଅନେକ ସମୟରେ ସୁବିଧା ନ ଥିବାରୁ ଠିକ ସମୟରେ ଉପଚାର ହୋଇପାରି ନ ଥାଏ। ତେଣୁ ଆପାତକାଳୀନ ପରିସ୍ଥିତିରେ କାର୍ଡିଆକ ଆରେଷ୍ଟର ଶିକାର ରୋଗୀଙ୍କୁ ଠିକ୍‌ ସମୟରେ କାର୍ଡିଓ ପଲ୍ମୋନାରୀ ରେସେସିଟେସନ (ସିପିଆର) ଦେଇ ଜୀବନ ରକ୍ଷା କରାଯାଇ ପାରିବ।

କାର୍ଡିଆକ ଆରେଷ୍ଟ ଏପରି ଏକ ମେଡିକାଲ ସ୍ଥିତି, ଯେଉଁଥିରେ ହୃତପିଣ୍ଡ ଅଚାନକ କାମ କରିବା ବନ୍ଦ କରିଦିଏ କିମ୍ବା ହୃଡି ସ୍ପନ୍ଦନ ବନ୍ଦ ହୋଇଯାଏ। ତେଣୁ ଆମ୍ବୁଲାନ୍ସ ଆସିବା ପୂର୍ବରୁ ଯଦି ପାଖରେ ଥିବା କୌଣସି ବ୍ୟକ୍ତି ପୀଡ଼ିତ ବ୍ୟକ୍ତିଙ୍କୁ ସିପିଆର ଦିଅନ୍ତି, ତେବେ ରୋଗୀର ଜୀବନ ବଞ୍ଚି ଯାଇପାରେ।

The Hero Within: Knowing Hands-Only CPR & How To Use An AED Can Save Lives  | | Blogs | CDC

ଅଧିକ ପଢ଼ନ୍ତୁ: କାର୍ଡିଆକ୍‌ ଆରେଷ୍ଟ କ’ଣ? ଜାଣନ୍ତୁ ଏହାର ଲକ୍ଷଣ

ସିପିଆର କ’ଣ?

ସିପିଆର ଏକ ପ୍ରକାରର ଛାତିର ମାଲିସ ପ୍ରକ୍ରିୟା। ଏହା ମାଧ୍ୟମରେ ରୋଗୀଙ୍କୁ କୃତ୍ରିମ ଭାବେ ଅମ୍ଳଜାନ ଦିଆଯାଇ ଥାଏ। ଯାହାଫଳରେ ମସ୍ତିଷ୍କକୁ ଅମ୍ଳଜାନ ମିଳିଥାଏ। କାର୍ଡିଆକ ଆରେଷ୍ଟ ସମୟରେ ସିପିଆର ମାଧ୍ୟମରେ ରୋଗୀଙ୍କ ବଞ୍ଚିବା ସମ୍ଭାବନା ବହୁତ ବଢ଼ି ଯାଇଥାଏ। କାରଣ ୩ ମିନିଟ ଯାଏ ବ୍ରେନକୁ ଅମ୍ଳଜାନ ନ ମିଳିଲେ ମସ୍ତିଷ୍କ କାମ କରିବା ବନ୍ଦ କରିଦିଏ। କାର୍ଡିଆକ ଆରେଷ୍ଟ ସମୟରେ ହୃତପିଣ୍ଡର ଗତି ଅଚାନକ ପୂରାପୂରି କମିଯାଏ।

ସିପିଆରର ଆବଶ୍ୟକତା

ହାର୍ଟ ଆର୍ଟାକ ଓ କାର୍ଡିଆକ ଆରେଷ୍ଟ ଦୁଇଟି ଅଲଗା ଅଲଗା ସମସ୍ୟା। ଯଦିଓ ହାର୍ଟ ଆର୍ଟାକ ହେବାର ଠିକ ପରେ କିମ୍ବା ଭଲ ହେବା ପରେ କାର୍ଡିଆକ ଆରେଷ୍ଟ ହୋଇପାରେ। କାର୍ଡିଆକ ଆରେଷ୍ଟ ହେବା ପୂର୍ବରୁ କୌଣସି ଲକ୍ଷଣ ଦେଖା ଦେଇ ନ ଥାଏ। କୌଣସି ବ୍ୟକ୍ତି ଅଚାନକ ପଡ଼ିଗଲେ ଓ ପୂରାପୂରି ଭାବେ ଅଚେତ ଅବସ୍ଥାକୁ ଚାଲିଗଲେ, ହୃତପିଣ୍ଡର ଗତିବିଧି ବନ୍ଦ ହେବା ସହିତ ଯଦି ଶରୀରରେ କୌଣସି ପ୍ରତିକ୍ରିୟା ନ ମିଳେ ତେବେ ତାଙ୍କୁ ସିପିଆର ଦେବା ଉଚିତ।

Latest AHA Statistics on Cardiac Arrest Survival Reveal Little Progress |  Sudden Cardiac Arrest Foundation

ଅଧିକ ପଢ଼ନ୍ତୁ: ଜାଣନ୍ତୁ, ହାର୍ଟ ଆର୍ଟାକ ଏବଂ ବାଇପାସ ହାର୍ଟ ସର୍ଜରି ବାବଦରେ

କିପରି ଦେବେ ସିପିଆର?

ସିପିଆର ଏକ ସହଜ ଉପାୟ ଅଟେ ଓ ଏହାକୁ ଯେ କୌଣସି ବ୍ୟକ୍ତି କରିପାରିବେ। ସିପିଆରର ଆବଶ୍ୟକ ହେଲେ ପ୍ରଥମେ ମେଡିକାଲକୁ ଫୋନ କରନ୍ତୁ। ସିପିଆର ଦେବା ପାଇଁ ପ୍ରଥମେ ରୋଗୀଙ୍କୁ ସମତଳ ଓ କଠୋର ସ୍ଥାନରେ ଶୁଆଇ ଦିଅନ୍ତୁ। ରୋଗୀଙ୍କୁ ତଳେ ଶୁଆଇବା ପରେ ଦୁଇ ହାତର ଆଙ୍ଗୁଠିକୁ ପରସ୍ପର ସହ ଛନ୍ଦି ରୋଗୀଙ୍କ ଛାତିକୁ କମ ସମୟ ଅନ୍ତରାଳରେ ଦବାଇବା ଉଚିତ। ସାମାନ୍ୟ ହୃଦସ୍ପନ୍ଦନ ୬୦ରୁ ୧୦୦ ହୋଇଥାଏ। ଏପରିସ୍ଥଳେ ଚେଷ୍ଟା କରନ୍ତୁ ୧ ମିନିଟରେ ୬୦ ଥର ରୋଗୀଙ୍କ ଛାତି ଦବାଇବାକୁ। ମଝିରେ ମଝିରେ ରୋଗୀଙ୍କ ନାକ ବନ୍ଦ କରି ଜୋର ଜୋରରେ ତାଙ୍କ ମୁହଁକୁ ଫୁଙ୍କନ୍ତୁ। ଏହି ପ୍ରକ୍ରିୟା ସମୟରେ ଆପଣଙ୍କୁ ଜୋରରେ ରୋଗୀର ଛାତିକୁ ଦବାଇବା ଉଚିତ। ଛାତିକୁ ଏତେ ଜୋରରେ ଦବାନ୍ତୁ ଯେ ପ୍ରତ୍ୟେକ ଥର ରୋଗୀର ଛାତି ପାଖାପାଖି ଦେଢ଼ ଇଞ୍ଚ ଦାବି ହେବା ଉଚିତ। ଏସବୁ ଆପଣ ଖୁବ ଶୀଘ୍ର କରିବା ଦରକାର।