ପରିସ୍ରା ରଙ୍ଗରୁ ଜଣାପଡ଼ିବ ଆପଣଙ୍କ ସ୍ୱାସ୍ଥ୍ୟ ବାବଦରେ। କଥାଟି ସତ। ଆପଣଙ୍କ କେତେ ମାତ୍ରାରେ ସୁସ୍ଥ ତାହା ଆପଣଙ୍କ ପରିସ୍ରା ରଙ୍ଗ ଦେଖି ଜାଣିବା ସମ୍ଭବ।

urine

ଅଧିକ ପଢ଼ନ୍ତୁ: ମହିଳାଙ୍କୁ କାହିଁକି ହୋଇଥାଏ ୟୁରିନାରୀ ଟ୍ରାକ୍ଟ ଇନଫେକସନ୍?

ଯଦି ଆପଣଙ୍କର ଗାଢ଼ ହଲଦିଆ ରଙ୍ଗର ପରିସ୍ରା ହେଉଛି ତେବେ ଆପଣଙ୍କୁ ଡିହାଇଡ୍ରେସନ ହୋଇଥାଇପାରେ। ଶରୀର ଆବଶ୍ୟକ କରୁଥିବା ପାଣିର ଅଭାବ ହେଲେ ପରିସ୍ରା ରଙ୍ଗ ଏପରି ଦେଖାଯାଇଥାଏ। ବୟସ ଏବଂ ଓଜନ ଅନୁସାରେ ଶରୀର ଜଳ ଆବଶ୍ୟକ କରିଥାଏ। ତେଣୁ ପ୍ରତିଦିନ ଅତିକମରେ ୮ଗ୍ଲାସ ପାଣି ପିଇବା ଉଚିତ।

ଆପଣଙ୍କ ପରିସ୍ରା ଯଦି ଦୁର୍ଗନ୍ଧଯୁକ୍ତ ହୋଇଥାଏ ତେବେ ଆପଣ କୌଣସି ଗୁରୁତର ରୋଗରେ ଆକ୍ରାନ୍ତ ହୋଇଥାଇପାରନ୍ତି। ଡାଏବେଟିସ, କିଡନୀ ସମସ୍ୟା, ଲିଭର ସମସ୍ୟା ଯୋଗୁଁ ପରିସ୍ରା ସାଧାରଣ ଅପେକ୍ଷା ଅଧିକ ଗନ୍ଧ ହୋଇଥାଏ।

ଆପଣଙ୍କୁ ସଠିକ ଭାବେ ପରିସ୍ରା ନ ହେଉଥିଲେ କିମ୍ବା ପରିସ୍ରା ରଙ୍ଗ ସବୁଜ ଦେଖାଯାଉଥିଲେ ତାହା ୟୁରିନାରୀ ଟ୍ରାକ୍ଟ ଇନଫେକ୍ସନକୁ ସୂଚାଇ ଥାଏ।

urine

ଅଧିକ ପଢ଼ନ୍ତୁ: ଜାଣନ୍ତୁ, କିଡ୍‌ନି ଫେଲ୍ୟୁଅରର କାରଣ କ’ଣ?

କୌଣସି ପେଟ ଜନିତ ସମସ୍ୟା ଥିଲେ ପରିସ୍ରା କରିବା ସମୟରେ ଯନ୍ତ୍ରଣା ବା ଗାଢ଼ ରଙ୍ଗର ପରିସ୍ରା ହୋଇଥାଏ।

ଡାଏବେଟିସ ରୋଗୀଙ୍କର ପରିସ୍ରା ରଙ୍ଗ ହାଲକା ଲାଲି ଦେଖାଯାଇଥାଏ। ସେମାନଙ୍କ ରକ୍ତରେ ଶର୍କରା ସ୍ତର ବଢ଼ି ଯାଇଥିବାରୁ ପରିସ୍ରା ମାଧ୍ୟମରେ ଗ୍ଲୁକୋଜ ବାହାରକୁ ଆସିଥାଏ।

ଗର୍ଭବତୀ ମହିଳାମାନଙ୍କ ପରିସ୍ରା ରଙ୍ଗରେ ପରିବର୍ତ୍ତନ ଦେଖାଯାଇଥାଏ। ସେମାନଙ୍କ ପରିସ୍ରାରେ ହ୍ୟୁମାନ କୋରିଅନିକ ଗୋନାଡ଼ଟ୍ରପିନ ହରମୋନ ଥିବା ହେତୁ ପରିସ୍ରା ରଙ୍ଗ ଏପରି ଦେଖାଯାଇଥାଏ।

କୌଣସି ଖାଦ୍ୟ କିମ୍ବା ପନିପରିବା ଖାଇବା ଯୋଗୁଁ ବେଳେ ବେଳେ ପରିସ୍ରା ରଙ୍ଗରେ ପରିବର୍ତ୍ତନ ଦେଖାଦେଇଥାଏ। ମନେକର ଅଧିକ ପରିମାଣରେ ବିଟ ଖାଇବା ଫଳରେ ଲାଲି ରଙ୍ଗର ପରିସ୍ରା ହୋଇଥାଏ। ତେଣୁ ସବୁ ଖାଦ୍ୟ ପଦାର୍ଥ ସୀମିତ ମାତ୍ରାରେ ସେବନ କରିବା ଉଚିତ।

urine

ଅଧିକ ପଢ଼ନ୍ତୁ: କିଡ୍‌ନିରେ ଷ୍ଟୋନ୍‌ ହୁଏ କାହିଁକି? ଜାଣନ୍ତୁ ଡାକ୍ତର କ’ଣ କହୁଛନ୍ତି

ଅନେକ ସମୟରେ କୌଣସି ଔଷଧ ପ୍ରଭାବରେ ପରିସ୍ରା ରଙ୍ଗ ଅଲଗା ଦେଖାଯାଇଥାଏ। ଯେପରିକି ମ୍ୟାଲେରିଆ ଔଷଧ ଖାଇବା ଫଳରେ ପରିସ୍ରା ରଙ୍ଗ ଗାଢ଼ ବାଦାମୀ ଦେଖାଯାଏ। ଇଣ୍ଡୋମେଥାସିନ ମେଡିସିନ ଖାଇବା ଯୋଗୁଁ ପରିସ୍ରା ରଙ୍ଗ ହାଲକା ନୀଳ ଏବଂ ପ୍ରୋ ମେଥାଜାଇନ ଯୋଗୁଁ ସବୁଜ ହୋଇଥାଏ।

ହଳଦିଆ ରଙ୍ଗର ପରିସ୍ରାକୁ ସାଧାରଣ ବୋଲି ମନେ କରାଯାଇଥାଏ। କିନ୍ତୁ ଅଧିକ ପାଣି ପିଇବା ଯୋଗୁଁ ଓ୍ଵାଟର ଇନଟକ୍ସିକେସନ ହୋଇଥାଏ। ଫଳରେ ପରିସ୍ରା ରଙ୍ଗ ଲୋହିତ ଦେଖାଯାଇଥାଏ।