ଋତୁସ୍ରାବରେ ଅନିୟମିତତା କାହିଁକି ହୁଏ? ଋତୁସ୍ରାବର ପ୍ରକାର ଭେଦ ବାବଦରେ ଜାଣନ୍ତୁ।

ଅଧିକ ପଢ଼ନ୍ତୁ: ଜାଣନ୍ତୁ, ମହିଳାମାନଙ୍କ ଋତୁସ୍ରାବର ପ୍ରକାର ଭେଦ ବାବଦରେ

ମହିଳାମାନଙ୍କ ପିରିୟଡ଼ସ ହେବା ସ୍ୱାଭାବିକ କଥା। ସଠିକ ସମୟରେ ଏବଂ ଭଲ ଭାବେ ଋତୁସ୍ରାବ ହେବା ସୁସ୍ଥ ଶରୀରର ପରିଚୟ ଦେଇଥାଏ। ଋତୁସ୍ରାବରେ ଅନିୟମିତତା, ଯନ୍ତ୍ରଣା କୌଣସି ଗୁରୁତର ରୋଗର କାରଣ ହୋଇଥାଏ। ଋତୁସ୍ରାବରେ ଅନିୟମିତତା ହେଲେ ଗର୍ଭଧାରଣ ସମୟ ମହିଳାଙ୍କ ପ୍ରତି ବିପଦ ସୃଷ୍ଟି ହୋଇଥାଏ।

ଡିସମେନୋରିଆ ବା ଯନ୍ତ୍ରଣାଯୁକ୍ତ ଋତୁସ୍ରାବ

ଡିସମେନେରିଆ ବା ଯନ୍ତ୍ରଣାଯୁକ୍ତ ଋତୁସ୍ରାବ ସମୟରେ ମହିଳାମାନଙ୍କୁ ଏଭଳି ଯନ୍ତ୍ରଣା ହୋଇଥାଏ ଯେ ସେମାନେ ଦୈନନ୍ଦିନର କାମ କରିପାରନ୍ତି ନାହିଁ। ଏହା ଦୁଇ ପ୍ରକାରର ହୋଇଥାଏ, ପ୍ରାଇମେରୀ ଏବଂ ସେକେଣ୍ଡାରୀ।

ପ୍ରାଇମେରୀ ଡିସମେନୋରିଆ

ଏଥିରେ କୌଣସି ପ୍ରକାର ପେଟ ଜନିତ ସମସ୍ୟା ହୁଏନାହିଁ। ଋତୁସ୍ରାବ ହେବାର ଏକ ବା ଦୁଇଦିନ ପୂର୍ବରୁ ପେଟ ପ୍ରବଳ ଦରଜ ହୋଇଥାଏ। ଏକ ବା ଦୁଇଦିନ ଧରି ଏହା ରହିଥାଏ। ସାଧାରଣତଃ ସନ୍ତାନପ୍ରସବ ପରେ ଏହି ସମସ୍ୟା ହୁଏ ନାହିଁ।

stomach pain

ଅଧିକ ପଢ଼ନ୍ତୁ: ଋତୁସ୍ରାବ ସମୟରେ ଟିକିଏ ଭୁଲ ଆଣିଦିଏ ଅନେକ ସମସ୍ୟା

ସେକେଣ୍ଡାରୀ ଡିସମେନୋରିଆ

ପେଲଭିକ ଇନଫେକସନ, ୟୁଟେରାଇନ ଫାଇବ୍ରଏଡ କିମ୍ବା କପର-ଟି ଯୋଗୁଁ ଏହି ସମସ୍ୟା ହୋଇଥାଏ। ୩୦ ବର୍ଷୀୟ ମହିଳାଙ୍କ ନିକଟରେ ଏହା ଅଧିକ ଦେଖାଯାଏ। ଏହାର ଚିକିତ୍ସା ମଧ୍ୟ ସମ୍ଭବପର।

ଆମେନୋରିୟା ବା ପିରିୟଡସ ନ ହେବା

ପିରିୟଡସ ବା ଋତୁସ୍ରାବ ନ ହେବା ବିଭିନ୍ନ କାରଣରୁ ହୋଇଥାଏ। କିଛି ଝିଅଙ୍କର ନିର୍ଦ୍ଦିଷ୍ଟ ବୟସ ହେବା ସତ୍ତ୍ୱେ ପିରିୟଡସ ହୁଏନାହିଁ। ଆଉ କିଛି ଜଣଙ୍କର ଋତୁସ୍ରାବ ଆରମ୍ଭ ହୋଇ ବନ୍ଦ ହୋଇଥାଏ। ଏହାର ୩ଟି ଭିନ୍ନ ଭିନ୍ନ ସ୍ୱରୂପ ରହିଛି।

ଋତୁସ୍ରାବରେ ଅନିୟମିତତା କାହିଁକି ହୋଇଥାଏ?

ଖାଇବା ପିଇବାରେ ନିୟନ୍ତ୍ରଣ ନ ରହିଲେ ଋତୁସ୍ରାବରେ ଅନିୟମିତତା ଦେଖାଦେଇଥାଏ।

ଶରୀରରେ ଅତ୍ୟଧିକ ଥାଇରଏଡ ହରମୋନ ଯୋଗୁଁ ଋତୁସ୍ରାବ ଠିକ ସମୟରେ ହୁଏ ନାହିଁ।

ରକ୍ତରେ ପ୍ରୋଲାକ୍ଟିନର ମାତ୍ରା ବୃଦ୍ଧି ହୋଇଗଲେ ଋତୁସ୍ରାବ ନିୟମିତ ଭାବେ ହୋଇନଥାଏ।

ଅଧିକ ପଢ଼ନ୍ତୁ: ଋତୁସ୍ରାବରେ ଅନିୟମିତତା କାହିଁକି ହୁଏ?

କେତେକ ମେଡିସିନ ଋତୁସ୍ରାବ ଉପରେ ପ୍ରଭାବ ପକାଇଥାଏ।

ପିସିଓଡି ଏବଂ ପିସିଓଏସ ଭଳି ସମସ୍ୟାରେ ଶିକାର ମହିଳାମାନଙ୍କର ଋତୁସ୍ରାବରେ ଅନିୟମିତତା ଦେଖାଦେଇଥାଏ।

ମାନସିକ ଚାପ ଯୋଗୁଁ ଋତୁସ୍ରାବରେ ଅସୁବିଧା ଦେଖାଦେଇଥାଏ।

ଋତୁସ୍ରାବ ଅନିୟମିତତା ପାଇଁ ହରମୋନ ଅସନ୍ତୁଳନ ମଧ୍ୟ ଦାୟୀ।

କେତେବେଳେ ଡାକ୍ତରଙ୍କୁ ଦେଖାଇବେ?

ଋତୁସ୍ରାବ ବିଳମ୍ବ କିମ୍ବା ମାସ ମାସ ଧରି ଲାଗି ରହୁଥିଲେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

୧୫ ବର୍ଷ ପରେ ଋତୁସ୍ରାବ ଆରମ୍ଭ ହୋଇନଥିଲେ ତୁରନ୍ତ ଡାକ୍ତରଙ୍କ ସହ କଥାବାର୍ତ୍ତା କରନ୍ତୁ।

ପିରିୟଡସରେ ଅଧିକ ଯନ୍ତ୍ରଣା ହେଉଥିଲେ ଆପଣ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ସହ ଡାକ୍ତରଙ୍କ ମତାମତ ନେଇପାରିବେ।