ଡାଏବେଟିସ ରୋଗୀଙ୍କୁ ଜଣ୍ଡିସ ହେଲେ କିପରି ନିଜ ଖାଦ୍ୟପେୟ ଏବଂ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବେ ଆସନ୍ତୁ ଜାଣିବା।

diabetes

ଅଧିକ ପଢ଼ନ୍ତୁ: ମଧୁମେହ ରୋଗୀ ସାବଧାନ! ଏହି ୬ଟି ଖାଦ୍ୟ କରିଥାଏ ରକ୍ତ ଶର୍କରା ସ୍ତରରେ ଅସନ୍ତୁଳନ

ରକ୍ତରେ ଶର୍କରା ସ୍ତର ବୃଦ୍ଧି ହେଲେ ଡାଏବେଟିସ ହୋଇଥାଏ। ଏହି ରୋଗ ପ୍ରଭାବରେ ବ୍ୟକ୍ତି ଦୁର୍ବଳ ହୋଇପଡ଼େ। ଏପରି ସ୍ଥଳେ ଜଣେ ଡାଏବେଟିସ ରୋଗୀଙ୍କୁ ଜଣ୍ଡିସ ବା କାମଳ ରୋଗ ଶରୀର ପ୍ରତି ବିପଦ ଆଣିଦେଇଥାଏ।

ଡାଏବେଟିସ ରୋଗୀଙ୍କୁ ଜଣ୍ଡିସ ହେଲେ ସେମାନଙ୍କ ଚିକିତ୍ସା କରିବା କଷ୍ଟକର ହୋଇପଡ଼େ। ଏହି ରୋଗର ଚିକିତ୍ସା ପାଇଁ ଡାକ୍ତରମାନେ ଆଣ୍ଟିବାୟୋଟିକ ଏବଂ ଭିଟାମିନ ବି କମ୍ପ୍ଲେକ୍ସ ଖାଇବା ପାଇଁ ପରାମର୍ଶ ଦେଇଥାନ୍ତି। ଏହି ରୋଗରେ ରୋଗୀମାନଙ୍କୁ ହାଇକାର୍ବୋହାଇଡ୍ରେଟସ ଡାଏଟ ମାନିବାକୁ କୁହାଯାଏ। ଗଟ ଷ୍ଟେରିଲାଇଜେସନ ପଦ୍ଧତିରେ ମଧ୍ୟ ଏହାର ଚିକିତ୍ସା ସମ୍ଭବ।

ରୋଗୀକୁ ଅଧିକ ପରିମାଣରେ କାର୍ବୋହାଇଡ୍ରେଟ ଜାତୀୟ ଖାଦ୍ୟ ଖାଇବାକୁ ଦେବା ଆବଶ୍ୟକ।

ତେଲ, ଘିଅ ଭଳି ସ୍ନେହସାର ଜାତୀୟ ଖାଦ୍ୟ ରୋଗୀ ଖାଇବା ଉଚିତ ନୁହେଁ।

ଏହି ରୋଗୀମାନଙ୍କୁ ପ୍ରୋଟିନ ଜାତୀୟ ଖାଦ୍ୟ କମ ଦେବା ଉଚିତ।

food healthy lunch

ଅଧିକ ପଢ଼ନ୍ତୁ: ଘରୋଇ ଉପାୟରେ ଡାଇବେଟିସକୁ କରନ୍ତୁ ନିୟନ୍ତ୍ରଣ

ସ୍ୱାସ୍ଥ୍ୟକର ଖାଦ୍ୟ ଖାଆନ୍ତୁ।

ଆଣ୍ଟି ଅକ୍ସିଡାଣ୍ଟ ଖାଦ୍ୟ ଯେପରିକି ଖଟା ଜାତୀୟ ଫଳ, ବେରୀ, ଆଭକାଡୋ, ଟମାଟୋ, ରସୁଣ, ଗାଜର ଏବଂ ସବୁଜ ପନିପରିବା ଖାଇବା ଆବଶ୍ୟକ।

ଏହି ରୋଗୀମାନେ ହର୍ବାଲ ଚା’ ପିଇ ପାରିବେ।

ବାଦାମ ଭଳି ଡ୍ରାଏ ଫ୍ରୁଟ ଖାଇବା ଫଳରେ ଶୀଘ୍ର ଏହି ସମସ୍ୟା ଦୂର ହୋଇଥାଏ।

ପ୍ରତିଦିନ କିଛି ସମୟ ବ୍ୟାୟାମ କରନ୍ତୁ।

ଅଧିକ ପଢ଼ନ୍ତୁ: ପ୍ରି-ଡାଏବେଟିସ ରୋଗୀ, ଡାଏବେଟିସ ନ ହେବା ପାଇଁ ଆପଣାନ୍ତୁ ଏହି ଖାଦ୍ୟ ଶୈଳୀ