ପ୍ରି-ଡାଏବେଟିସ ହେଉଛି ଡାଏବେଟିସର ପୂର୍ବାବସ୍ଥା। ତେଣୁ ଡାଏବେଟିସ ହେବା ପୂର୍ବରୁ ଖାଦ୍ୟପେୟ ସହ ସବୁ ଜିନିଷ ଉପରେ ଧ୍ୟାନ ଦେବା ଆବଶ୍ୟକ। ଆସନ୍ତୁ ଜାଣିବା ଏହି ସମୟରେ ଖାଦ୍ୟକୁ ନେଇ କପରି ସତର୍କ ରହିବା।

pre diabetes

ଅଧିକ ପଢ଼ନ୍ତୁ: କାହିଁକି ଚିନ୍ତାର ବିଷୟ ପ୍ରି-ଡାଏବେଟିସ୍?

ପ୍ରି-ଡାଏବେଟିସ କ’ଣ?

ପ୍ରି-ଡାଏବେଟିସ ବା ଡାଏବେଟିସର ପୂର୍ବାବସ୍ଥା ବା ପ୍ରାକ ମଧୁମେହ, ଏହାର ଅର୍ଥ ହେଉଛି ଡାଏବେଟିସ ରୋଗ ସମ୍ପୂର୍ଣ୍ଣ ଭାବେ ହୋଇ ନାହିଁ କିନ୍ତୁ ରୋଗ ହେବାର ଆଶଙ୍କା ରହିଛି। ଶରୀରରେ ରକ୍ତ ଶର୍କରାର ପରିମାଣ ବଢ଼ିଗଲେ ଏହି ଅବସ୍ଥା ଆରମ୍ଭ ହୋଇଥାଏ। ଖାଲି ପେଟରେ ରକ୍ତ ଶର୍କରା ୧୨୬ରୁ ବେଶି, ଖାଇବା ପରେ ରକ୍ତ ଶର୍କରା ୨୦୦ରୁ ବେଶି ହେଲେ ଏବଂ ଯେକୌଣସି ସମୟରେ ଯଦି ରକ୍ତ ଶର୍କରା ୨୦୦ରୁ ବେଶି ଅଛି, ତେବେ ଏହା ଡାଏବେଟିସ ବୋଲି କହିଥାଉ। କିନ୍ତୁ, ଖାଲି ପେଟରେ ରକ୍ତ ଶର୍କରା ୧୦୦ରୁ ୧୨୬ ଭିତରେ ଓ ଖାଇସାରିବା ପରେ ୧୪୦ରୁ ୨୦୦ ରହିଲେ, ତା’କୁ ଆମେ ପ୍ରି-ଡାଏବେଟିସ ବୋଲି କହିଥାଉ।

କେଉଁ ଭଳି ଖାଦ୍ୟ ଖାଇବା ଜରୁରୀ?

ପ୍ରି-ଡାଏବେଟିସ ରୋଗୀମାନେ କମ ଗ୍ଲାଇସେମିକ ଯୁକ୍ତ ଖାଦ୍ୟ ଖାଇବା ଉଚିତ।

ମଇଦା ଭଳି ରିଫାଇନ ଖାଦ୍ୟ, ତେଲ, ଧଳା ପାଉଁରୁଟି ଭଳି ନ ଖାଇ ବ୍ରାଉନ ବ୍ରେଡ ଏବଂ ଅକାଣ୍ଡିଆ ଚାଉଳ ଖାଆନ୍ତୁ।

ରକ୍ତରେ ଶର୍କରା ସ୍ତର ବୃଦ୍ଧି ଏବଂ ଇନସୁଲିନ ସ୍ତର ହ୍ରାସ ଡାଏବେଟିସର କାରଣ ହୋଇଥାଏ। ତେଣୁ ଇନସୁଲିନର ମାତ୍ରା ବୃଦ୍ଧି କରିବା ପାଇଁ ପୁଷ୍ଟିକର ଏବଂ ସୁସ୍ଥ ଖାଦ୍ୟ ଖାଆନ୍ତୁ। ବିଶେଷ କରି ନିୟମିତ ସବୁଜ ପନିପରିବା ଏବଂ ଫଳମୂଳ ଖାଇବା ଉଚିତ।

ଖାଦ୍ୟରେ ଫାଇବର ଯୁକ୍ତ ଖାଦ୍ୟ ସାମିଲ କରନ୍ତୁ। ଯାହା ଫଳରେ ଡାଏବେଟିସ ହେବାର ଆଶଙ୍କା ହ୍ରାସ ପାଇଥାଏ।

ବିଭିନ୍ନ ପ୍ରକାର ଫଳ ଏବଂ ପନିପରିବାକୁ ଜୁସ ଏବଂ ସିଝେଇ ନ ଖାଇ କଞ୍ଚା ଏବଂ ଚୋବାଇ ଖାଇବା ପାଇଁ ଚେଷ୍ଟା କରନ୍ତୁ।

କେଉଁ ଖାଦ୍ୟ ଖାଇବେ ନାହିଁ?

food

ଅଧିକ ପଢ଼ନ୍ତୁ: ଡାଏବେଟିସ୍ ହୋଇଥିଲେ ଖାଆନ୍ତୁ ଏହି ଖାଦ୍ୟ

ହ୍ଵାଇଟ ବ୍ରେଡ,ବିଭିନ୍ନ କାର୍ବୋହାଇଡ୍ରେଟ୍ସ ଜାତୀୟ ଖାଦ୍ୟ ଭଳି ଉଚ୍ଚ ଗ୍ଲାଇସେମିକ ଖାଦ୍ୟ ଖାଆନ୍ତୁ ନାହିଁ।

ଚିନି କିମ୍ବା ଅଧିକ ମିଠାଜାତୀୟ ଖାଦ୍ୟଠାରୁ ଦୂରରେ ରହନ୍ତୁ।

ଫାଷ୍ଟ ଫୁଡ, ତେଲିଆ ଖାଦ୍ୟ ଏବଂ ମୃଦ ପାନୀୟ ସେବନ ନ କରିବା ସ୍ୱାସ୍ଥ୍ୟ ପକ୍ଷେ ହିତକର ହୋଇଥାଏ।

ଅଧିକ ସ୍ୟାଚୁରଟେଡ ଏବଂ ଫ୍ୟାଟ ଥିବା ଖାଦ୍ୟ ଖାଇବାରେ ସାମିଲ କରନ୍ତୁ ନାହିଁ।

ଡାଏବେଟିସ ନ ହେବା ପାଇଁ କ’ଣ କରିବେ?

ପ୍ରତିଦିନ କିଛି ସମୟ ବିଭିନ୍ନ ଯୋଗ ଏବଂ ବ୍ୟାୟାମରେ ସମୟ ଦିଅନ୍ତୁ।

ପ୍ରଚୁର ମାତ୍ରାରେ ପାଣି ପିଅନ୍ତୁ।

ଅଧିକ କିମ୍ବା କମ ନ ଖାଇ ସଠିକ ଭାବେ ଖାଦ୍ୟ ଖାଆନ୍ତୁ।

ସଠିକ ନିଦରେ ଶୋଇବାକୁ ଚେଷ୍ଟା କରନ୍ତୁ।

ଅଧିକ ପଢ଼ନ୍ତୁ: ଜାଣନ୍ତୁ, କେଉଁ ଲୋକଙ୍କୁ ପ୍ରିଡାଇବେଟିସ୍ ହେବାର ଆଶଙ୍କା ଅଧିକ?