ମଧୁମେହ ଏବେ କେବଳ ଭାରତ ନୁହେଁ, ବରଂ ପୂରା ବିଶ୍ୱରେ ମହାମାରୀର ରୂପ ଧାରଣ କରିଛି। ଆମ ଦେଶରେ ପ୍ରାୟ ୫ କୋଟି ଲୋକ ମଧୁମେହରେ ପୀଡ଼ିତ। ଖରାପ ଜୀବନଶୈଳୀ ଏହାର ପ୍ରମୁଖ କାରଣ। ଏହି ରୋଗରେ ପୀଡ଼ିତ ଲୋକଙ୍କୁ ନିଜର ରକ୍ତଶର୍କରାକୁ ନିୟନ୍ତ୍ରିତ ରଖିବାକୁ ପଡ଼ିଥାଏ। ଏଥିପାଇଁ ଘରୋଇ ଉପଚାର ଖୁବ ସହାୟକ ହୋଇଥାଏ। ଆସନ୍ତୁ ଜାଣିବା କିପରି ଘରୋଇ ଉପାୟରେ ଡାଇବେଟିସକୁ ନିୟନ୍ତ୍ରଣ କରିହେବ।

wheetgrass benefit

ଗହମ ଗଛର ରସ: ହ୍ୱିଟଗ୍ରାସ ଜୁସ ଅର୍ଥାତ ଛୋଟ ଛୋଟ ଗହମ ଗଛର ରସ ଅସାଧ୍ୟ ରୋଗକୁ ଦୂର କରିପାରିବ। ଏହା ଗ୍ରୀନ ବ୍ଲଡ ନାମରେ ମଧ୍ୟ ପରିଚିତ। ଅଧା କପ ଗହମ ରସକୁ ପ୍ରତିଦିନ ସକାଳ ଓ ସନ୍ଧ୍ୟାବେଳେ ପିଇଲେ ମଧୁମେହ ରୋଗୀଙ୍କୁ ଲାଭ ମିଳିବ।

methi or fenugreek

ମେଥି: ରକ୍ତଶର୍କରାକୁ ନିୟନ୍ତ୍ରିତ କରିବା ଲାଗି ମେଥିର ସେବନ ଖୁବ୍ ଲାଭଦାୟକ। ଏହାକୁ ନିୟମିତ ଭାବେ  ଖାଇଲେ ଗ୍ଲୁକୋଜର ସ୍ତର ନିମ୍ନଗାମୀ ହୋଇଥାଏ। ଏହାଦ୍ୱାରା ମଧୁମେହ ରୋଗୀଙ୍କୁ ଫାଇଦା ମିଳେ। ଏଥିପାଇଁ ମେଥିଦାନାକୁ ତାୱାରେ ଭାଜି ନିଅନ୍ତୁ। ପରେ ତାକୁ ପେଶିଦେଇ ଗୁଣ୍ଡ କରି ନିଅନ୍ତୁ। ପ୍ରତିଦିନ ସକାଳୁ ଖାଲି ପେଟରେ ଏକ ଚାମଚ ମେଥିଗୁଣ୍ଡ ଖାଇଲେ ଶର୍କରା ନିୟନ୍ତ୍ରିତ ହେବ।

jamun_black berry

ଜାମୁକୋଳି: ଜାମୁକୋଳି ଗଛର ରସ, ପତ୍ର ଏବଂ ମଞ୍ଜି ସବୁଯାକ ମଧୁମେହ ରୋଗ ପାଇଁ ଉପକାରୀ। ଶୁଖିଲା ଜାମୁକୋଳିର ମଞ୍ଜିକୁ ଗୁଣ୍ଡକରି ଦିନରେ ଦୁଇଥର ପାଣି ସହିତ ପିଇଲେ ମଧୁମେହ ନିୟନ୍ତ୍ରିତ ହୋଇଥାଏ।

amla

ଅଁଳା ରସ: ଅଁଳା ରସ ଆମର ଶରୀର ପାଇଁ ଖୁବ ଉପକାରୀ। ଏକ ଚାମଚ ଅଁଳା ରସ ସହିତ ସେତିକି ମାତ୍ରାରେ କଲରା ରସକୁ ମିଶାଇ ନିୟମିତ ପିଇଲେ ରକ୍ତରେ ଶର୍କରାର ପରିମାଣ ନିୟନ୍ତ୍ରିତ ହୋଇଥାଏ।

tulsi leaf

ତୁଳସୀ ପତ୍ର: ତୁଳସୀ ପତ୍ରରେ ରୋଗ ପ୍ରତିରୋଧକ ଶକ୍ତି ସହିତ ଅନ୍ୟ ଜରୁରୀ ଗୁଣ ମଧ୍ୟ ରହିଥାଏ। ସେହି ଗୁଣ ଇନସୁଲିନ ଜମା କରୁଥିବା ଏବଂ ଛାଡୁଥିବା କୋଷିକାକୁ ଠିକ ଭାବେ କାମ କରିବାକୁ ସହାୟକ ହୋଇଥାଏ। ରକ୍ତ ଶର୍କରାକୁ ନିୟନ୍ତ୍ରିତ କରିବା ଲାଗି ପ୍ରତିଦିନ ଖାଲି ପେଟରେ ୫ଟି ତୁଳସୀ ପତ୍ର ଖାଆନ୍ତୁ। ଇଚ୍ଛା ହେଲେ ତୁଳସୀର ଜୁସ ମଧ୍ୟ ପିଇପାରିବେ।