ଗୋଲାପି ଓ କୋମଳ ଓଠ ସମସ୍ତଙ୍କୁ ପସନ୍ଦ। କିନ୍ତୁ ଓଠର ଠିକ ଭାବେ ଯତ୍ନ ନ ହେବା ଦ୍ୱାରା ଓଠ କଳା ପଡ଼ିଥାଏ। ଓଠ କଳା ପଡ଼ିବା ଦ୍ୱାରା ମୁହଁ ମଧ୍ୟ ଖରାପ ଦେଖାଯାଇଥାଏ।

lip

ଅଧିକ ପଢ଼ନ୍ତୁ: ଶୀତ ଦିନରେ କେମିତି ନେବେ ଶୁଷ୍କ ତ୍ୱଚାର ଯତ୍ନ?

କେବଳ ମୁହଁ ସୁନ୍ଦର ଦେଖାଗଲେ ହେବ ନାହିଁ, ଓଠ ମଧ୍ୟ ସୁନ୍ଦର ଦେଖାଯିବା ଆବଶ୍ୟକ। ନିଜ କେଶ ଓ ତ୍ୱଚା ଭଳି ଓଠର ମଧ୍ୟ ଯତ୍ନ ନେବା ଜରୁରୀ। କିନ୍ତୁ ଖାଦ୍ୟରେ ଅନିୟମିତତା, ଚା’ କଫି ଅଧିକ ପିଇବା ଓ ଧୂମ୍ରପାନ କରିବା ଦ୍ୱାରା ଓଠ କଳା ପଡ଼ିଯିବା ସହ ଅସୁନ୍ଦର ଦେଖାଯାଏ। କେତେକ ଘରୋଇ ଉପଚାର ଆପଣଙ୍କ ଓଠକୁ ସୁନ୍ଦର ଏବଂ ସଫ୍ଟ ରଖିଥାଏ।

ଦେଶୀ ଘିଅ

ଦେଶୀ ଘିଅରେ ଥିବା ପୋଷକ ତତ୍ତ୍ୱ ଓ ଗୁଣ ଓଠକୁ ପ୍ରାକୃତିକ ଉପାୟରେ ଗୋଲାପୀ କରିଥାଏ। ନିୟମିତ ରାତିରେ ଶୋଇବା ପୂର୍ବରୁ ୩ ରୁ ୫ ମିନିଟ ଦେଶୀ ଘିଅରେ ଓଠକୁ ମାଲିସ କରିବା ଦ୍ୱାରା ଓଠ ଗୋଲାପି ହୋଇଥାଏ। ଓଠ ଫଟା ମଧ୍ୟ କମ ହୋଇଥାଏ।

ଚିନି ଓ ଲେମ୍ବୁ

ଲେମ୍ବୁ ରସରେ ଚିନି ମିଶାଇ ଏହି ମିଶ୍ରଣକୁ ଓଠରେ ଲଗାଇଲେ ଏହା ବହୁ ଉପକାରୀ ହୋଇଥାଏ। ନିୟମିତ ଏହାକୁ ମାସ ଭଳି ଲଗାଇଲେ ଓଠର ରଙ୍ଗ ଗୋଲାପୀ ହୋଇଯାଏ।

ବିଟ ରସ

ବିଟକୁ ଗ୍ରାଇଣ୍ଡିଙ୍ଗ କରି ଏହାର ରସକୁ ନିୟମିତ ଓଠରେ ଏକ ମାସ ପର୍ଯ୍ୟନ୍ତ ଲଗାଇଲେ ମଧ୍ୟ ଓଠର ରଙ୍ଗ ସଂପୂର୍ଣ୍ଣ ଗୋଲାପୀ ହୋଇଯାଏ।

ଗ୍ଲିସେରିନ

ଓଠର ଯତ୍ନ ନେବା ନିମନ୍ତେ ଗ୍ଲିସେରିନ ଓ ଲେମ୍ବୁକୁ ଭଲ ଭାବେ ମିଶ୍ରଣ କରି ଏହାକୁ ନିୟମିତ ଲଗାଇଲେ ଓଠର ରଙ୍ଗରେ ବହୁ ପରିବର୍ତ୍ତନ ହୋଇଥାଏ। ବହୁତ ଜଲଦି ଓଠର ରଙ୍ଗ ଗୋଲାପି ମଧ୍ୟ ହୋଇଥାଏ।

aloe vera for hair

ଅଧିକ ପଢ଼ନ୍ତୁ: ତ୍ୱଚାର ରଙ୍ଗରୁ ଜଣାପଡ଼ିଯାଇଥାଏ ବ୍ୟକ୍ତିର ସ୍ୱାସ୍ଥ୍ୟାବସ୍ଥା

ଏଲୋବେରା ଜେଲ

ଗୋଟିଏ ବଡ଼ ଚାମଚ ଏଲୋବେରା ଜେଲରେ ଏକ ଛୋଟ ଚାମଚ ନଡ଼ିଆ ତେଲ ମିଶାନ୍ତୁ। ଏହାକୁ ରାତିରେ ଶୋଇବା ପୂର୍ବରୁ ଓଠରେ ଲଗାନ୍ତୁ। ଏହା ଆପଣଙ୍କ ଓଠର କଳାପଣକୁ ଦୂର କରିଥାଏ।

ଆଳୁ

ଫଟା ଓ କଳା ଓଠରେ ଆଳୁକୁ କାଟି ଘଷନ୍ତୁ। ଲଗାତାର କିଛି ଦିନ ଏହି ଉପାୟ କରିବା ଦ୍ୱାରା ଓଠର କଳାପଣ ଦୂର ହୋଇଥାଏ ଏବଂ ଓଠ ପୂର୍ବ ଭଳି ସୁନ୍ଦର ଓ ନରମ ହୋଇଥାଏ।

ଏସବୁ ବ୍ୟତୀତ ଆଉ କ’ଣ କରିବେ?

ପ୍ରଚୁର ପାଣି ପିଅନ୍ତୁ। ଡିହାଇଡ୍ରେସନ୍ ଯୋଗୁଁ ଓଠ ଶୁଷ୍କ ଓ କଳା ପଡ଼ିଯାଏ।

ପ୍ରାୟ ଲୋକ ଓଠକୁ ନିଜ ଦାନ୍ତରେ କାମୁଡ଼ିଥା’ନ୍ତି। ହେଲେ କାମୁଡ଼ିବା ଦ୍ୱାରା ଓଠ କଳା ପଡ଼ିଯାଏ। ଏହା ଛଡ଼ା ଓଠକୁ ବାରମ୍ବାର ଚାଟନ୍ତୁ ନାହିଁ।

ପୁଷ୍ଟିକର ଖାଦ୍ୟ ଖାଆନ୍ତୁ। ପୁଷ୍ଟିକର ଖାଦ୍ୟ ଖାଇବା ଯୋଗୁଁ ଓଠର ତ୍ୱଚା ସୁସ୍ଥ ରହିଥାଏ।

ଧୂମ୍ରପାନରୁ ନିବୃତ୍ତ ରହନ୍ତୁ।

lipstick and health

ଅଧିକ ପଢ଼ନ୍ତୁ: ଓଠର କିପରି ନେବେ ଯତ୍ନ, ଜାଣନ୍ତୁ ବିଶେଷଜ୍ଞଙ୍କ ପରାମର୍ଶ

ଅଧିକ ସମୟ ଲିପଷ୍ଟିକ ଲଗାଇ ରହନ୍ତୁ ନାହିଁ।

ଓଠ ସଫା କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯଦି ଆପଣ ଲିପ ମେକଅପ ବ୍ୟବହାର କରୁଛନ୍ତି, ତେବେ ସମସ୍ତ ମେକଅପ ରିମୁଭରରେ ଓଠକୁ ପୋଛି ଦିଅନ୍ତୁ। ଓଠକୁ ସାଧା ପାଣିରେ ଧୋଇ ଦିଅନ୍ତୁ।

ଓଠକୁ ସପ୍ତାହରେ ୨ରୁ ୩ ଥର ସ୍କ୍ରବ କରନ୍ତୁ। ଓଠକୁ ଗୁଣ୍ଡ ଚିନି ଓ ଓଟ୍ସରେ ଧୀରେ ଧୀରେ ସ୍କ୍ରବ କରନ୍ତୁ। ଓଠକୁ କେବେ ରଗଡ଼ିବେ ନାହିଁ।

ସବୁବେଳେ ଓଠରେ ଏକ ଭଲ ଲିପବାମ ଲଗାନ୍ତୁ। ପେଟ୍ରୋଲିୟମ ଜେଲି ମଧ୍ୟ ବ୍ୟବହାର କରିପାରିବେ। ଆଜିକାଲି ମାର୍କେଟରେ ଏସପିଏଫ୍ର ଲିପବାମ ବି ମିଳୁଛି। ଓଠରେ କିଛି ମେକଅପ କରିବା ପୂର୍ବରୁ ଲିପବାମ ଲାଗାଇବା ଜରୁରୀ।