ସୁନ୍ଦର ଚେହେରା ସମସ୍ତଙ୍କୁ ଆକର୍ଷିତ କରିଥାଏ। ତେବେ ଏହାର ରଙ୍ଗରେ ସାମାନ୍ୟ ପରିବର୍ତ୍ତନ ସ୍ୱାସ୍ଥ୍ୟାବସ୍ଥା କିଭଳି ଅଛି ତାହା ସୂଚୀତ କରିଥାଏ। ତେଣୁ ଏହାର ଯତ୍ନ ନେବା ଜରୁରୀ।

beautiful skin

କୁହାଯାଏ ମନ ଖୁସି ଥିଲେ ତ୍ୱଚାର ତାର ଝଲକ ଦେଖିବାକୁ ମିଳେ। ଅନୁରୂପ ଭାବେ ତ୍ୱଚାର ରଙ୍ଗରୁ ମଧ୍ୟ ବ୍ୟକ୍ତିର ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ଜଣାପଡ଼ିଯାଇଥାଏ।

-ଯଦି ତ୍ୱଚା ସତେଜ ଏବଂ ଗୋଲାପୀ ରଙ୍ଗର ଥାଏ ତା’ ହେଲେ ବ୍ୟକ୍ତିଜଣକ ସୁସ୍ଥ ଅଛନ୍ତି। ସେ ନିଜର ସଂପୂର୍ଣ୍ଣ ଯତ୍ନ ନେଉଥିବା ଜଣାପଡ଼େ।

pimple face

-ଯଦି ତ୍ୱଚାରେ ବ୍ରଣ, ଦାଗ ଚିହ୍ନ, ତ୍ୱଚା ଶୁଷ୍କ ହୋଇଥିବାର ଜଣାପଡ଼େ ଏହା ଶରୀରରେ ଭିଟାମିନ୍, କ୍ୟାଲସିୟମ, ଆଇରନ୍ ଇତ୍ୟାଦିର ଅଭାବର ଲକ୍ଷଣ। ତେଣୁ ତୁରନ୍ତ ପରୀକ୍ଷା କରାଇବା ସହିତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

-ତ୍ୱଚାର ରଙ୍ଗ ଫିକା ହୋଇଯାଇଥିଲେ, ତ୍ୱଚା ନିଷ୍ପ୍ରଭ ଦେଖାଯାଉଥିଲେ, କପାଳରେ ଗାର ପଡ଼ିଯାଇଥିଲେ ଏହା ମାନସିକ ଭାବେ ଚାପଗ୍ରସ୍ତ ଥିବାର ଲକ୍ଷଣ। ଏପରି ଲକ୍ଷଣ ଦେଖିଲେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

Pimple

 

-କିଛି ପୁରୁଷ ଲୋକଙ୍କର ଛାତି ଓ ପଛ ପଟେ ବ୍ରଣ ହୋଇଥାଏ ତା’ ହେଲେ ଏହା ଚିନ୍ତାର ଲକ୍ଷଣ। ଏହି ଅବସ୍ଥାରେ ଶରୀରରେ କାର୍ବୋହାଇଡ୍ରେଟର ମାତ୍ରା ବୃଦ୍ଧି ପାଇଥାଏ। ଯାହାକି ଇନସୁଲିନକୁ ପ୍ରଭାବିତ କରିଥାଏ। ଏହାଯୋଗୁ ହିଁ ବ୍ରଣ ସୃଷ୍ଟି ହୋଇଥାଏ।

-ତ୍ୱଚା ଅଧିକ ଶୁଷ୍କ ହୋଇଯିବା, କୁଣ୍ଡାଇ ହେବା, ତ୍ୱଚାରେ ଚକଡ଼ ଚକଡ଼ା ହୋଇ ଫଳିଯିବା ଇତ୍ୟାଦି ସୋରିଆସିସର ଲକ୍ଷଣ।

-ସେହିପରି ଗଳା, ନାକ, ଥୋଡ଼ି ଇତ୍ୟାଦି ନିକଟରେ ନାଲି ରଙ୍ଗର ପ୍ୟାଚେସ୍ ହେଲେ ତାହା ମଧ୍ୟ ସୋରିଆସିସର ଲକ୍ଷଣ।

-ତ୍ୱଚାରେ ଅଧିକ ଭାଙ୍ଗ ପଡ଼ିଲେ ଏହା ଭିଟାିମନ୍ ଅଭାବର ଲକ୍ଷଣ ହୋଇପାରେ।

dry lips of diabetes patient

-ସେହିପରି ମୁହଁ ପେଟ ସମସ୍ୟା ଏବଂ ଓଠ ଅନ୍ତ ସମସ୍ୟା ବିଷୟରେ ବର୍ଣ୍ଣନା କରିଥାଏ।

-ଓଠ ଶୁଖିଲା ରହୁଥିଲେ ଶରୀର ଜଳାଭାବର ସାମ୍ନା କରୁଥିବାର ଜଣାପଡ଼େ। ସେହିପରି ଓଠର ପାଖ ଅଂଶ ଫାଟିବା ଶରୀରରେ ଲୌହାଭାବ ପ୍ରତି ଇଶାରା କରିଥାଏ।