lipstick

ଗୋଲାପି ଓ କୋମଳ ଓଠ ସମସ୍ତଙ୍କୁ ପସନ୍ଦ। କିନ୍ତୁ ଓଠର ଠିକ୍‌ ଭାବେ ଯତ୍ନ ନ ହେବା ଦ୍ୱାରା ଓଠ କଳା ପଡ଼ିଥାଏ। ଓଠ କଳା ପଡ଼ିବା ଦ୍ୱାରା ମୁହଁ ମଧ୍ୟ ଖରାପ ଦେଖାଯାଇଥାଏ।

ନିଜ କେଶ ଓ ତ୍ୱଚା ଭଳି ଓଠର ମଧ୍ୟ ଯତ୍ନ ନେବା ଜରୁରୀ। ହେଲେ ଖାଦ୍ୟରେ ଅନିୟମିତତା, ଚା’ କଫି ଅଧିକ ପିଇବା ଓ ଧୂମପାନ କରିବା ଦ୍ୱାରା ଓଠ କଳା ପଡ଼ିଯିବା ସହ ଅସୁନ୍ଦର ଦେଖାଯାଏ। ତେବେ ଓଠର ଯତ୍ନ କିଭଳି ନେବେ ସେ ନେଇ ପରାମର୍ଶ ଦେଇଛନ୍ତି ଚର୍ମରୋଗ ବିଶେଷଜ୍ଞ ସିରିଶା ସିଂହ।

ପ୍ରଚୁର ପାଣି ପିଅନ୍ତୁ। ଡିହାଇଡ୍ରେସନ୍‌ ଯୋଗୁଁ ଓଠ ଶୁଷ୍କ ଓ କଳା ପଡ଼ିଯାଏ।

ପ୍ରାୟ ଲୋକ ଓଠକୁ ନିଜ ଦାନ୍ତରେ କାମୁଡ଼ିଥା’ନ୍ତି। ହେଲେ କାମୁଡ଼ିବା ଦ୍ୱାରା ଓଠ କଳା ପଡ଼ିଯାଏ। ଏହାଛଡ଼ା ଓଠକୁ ବାରମ୍ବାର ଚାଟନ୍ତୁ ନାହିଁ।

ପୁଷ୍ଟିକର ଖାଦ୍ୟ ଖାଆନ୍ତୁ। ପୁଷ୍ଟିକର ଖାଦ୍ୟ ଖାଇବା ଯୋଗୁଁ ଓଠର ତ୍ୱଚା ସୁସ୍ଥ ରହିଥାଏ।

ଧୂମପାନରୁ ନିବୃତ୍ତ ରହନ୍ତୁ। ଓଠକୁ କଳା କରିଦିଏ ସିଗାରେଟ୍‌।

ଅଧିକ ସମୟ ଲିପଷ୍ଟିକ୍‌ ଲଗାଇ ରହନ୍ତୁ ନାହିଁ।

ଓଠ ସଫା କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯଦି ଆପଣ ଲିପ୍ ମେକ୍ଅପ୍‌ ବ୍ୟବହାର କରିଛନ୍ତି, ତେବେ ସମସ୍ତ ମେକ୍‌ଅପ୍‌ ରିମୁଭରରେ ଓଠକୁ ପୋଛି ଦିଅନ୍ତୁ। ଓଠକୁ ସାଧା ପାଣିରେ ଧୋଇ ଦିଅନ୍ତୁ।

ଓଠକୁ ସପ୍ତାହରେ ୨ରୁ ୩ ଥର ସ୍କ୍ରବ୍‌ କରନ୍ତୁ। ଓଠକୁ ଗୁଣ୍ଡ ଚିନି ଓ ଓଟ୍ସରେ ଧୀରେ ଧୀରେ ସ୍କ୍ରବ୍‌ କରନ୍ତୁ। ଓଠକୁ କେବେ ରଗଡ଼ିବେ ନାହିଁ।

ସବୁବେଳେ ଓଠରେ ଏକ ଭଲ ଲିପ୍‌ ବାମ ଲଗାନ୍ତୁ। ପେଟ୍ରୋଲିୟମ୍‌ ଜେଲି ମଧ୍ୟ ବ୍ୟବହାର କରିପାରିବେ। ଆଜିକାଲି ମାର୍କେଟରେ ଏସ୍‌ପିଏଫ୍ର ଲିପ୍‌ ବାମ୍‌ ବି ମିଳୁଛି। ଓଠରେ କିଛି ମେକ୍‌ଅପ୍‌ କରିବା ପୂର୍ବରୁ ଲିପ୍‌ ବାମ୍‌ ଲାଗାଇବା ଜରୁରୀ।

ଓଠର ଚମଡ଼ା ସବୁଠାରୁ ପତଳା। ଓଠକୁ ସବୁବେଳେ ହାଇଡ୍ରେଟ୍‌ କରନ୍ତୁ। ପ୍ରତିଦିନ ରାତିରେ ଓଠରେ ଦେଶୀ ଘିଅ କିମ୍ବା ନଡ଼ିଆ ତେଲ ଲଗାଇପାରିବେ।