ଆସନ୍ତୁ ଜାଣିବା କେଉଁ ସବୁ ଭୁଲ ଅଭ୍ୟାସ ଆମର ସୌନ୍ଦର୍ଯ୍ୟ ଉପରେ ପ୍ରଭାବ ପକାଇଥାଏ।

how to take care of your skin after delivery

ଅଧିକ ପଢ଼ନ୍ତୁ: ଉଜ୍ୱଳ ତ୍ୱଚା ପାଇଁ ଡାଏଟ୍‌ରେ ସାମିଲ କରନ୍ତୁ ଏହି ୮ଟି ଖାଦ୍ୟ

ସୁନ୍ଦର ଦେଖାଯିବା କାହାର ଅବା ପସନ୍ଦ ନୁହେଁ। କିନ୍ତୁ କେବଳ ମୁହଁର ସୁନ୍ଦରତାକୁ ଆପଣ ସୁନ୍ଦର ବୋଲି କହିପାରିବେ ନାହିଁ। ନିଜର ସୌନ୍ଦର୍ଯ୍ୟ ପାଇଁ ଅନେକ କିଛି ଉପାୟ ଆପଣେଇବାକୁ ପଡ଼ିଥାଏ। ମହଙ୍ଗା ଦାମର ମେକଅପ ଓ ସ୍କ୍ରିନ କେୟାର ପ୍ରଡକ୍ଟ କିଣିଥାନ୍ତି ଏବଂ ଡାଏଟିଂର ଧ୍ୟାନ ରଖିଥାନ୍ତି। କିନ୍ତୁ ଏହି ସବୁ କରିବା ପରେ ଆମର ଏମିତି କିଛି ଅଭ୍ୟାସ ରହିଛି ଯାହାକି ସୁନ୍ଦରତାକୁ ନଷ୍ଟ କରିପାରେ। ନିଜର କିଛି ଭୁଲ ଅଭ୍ୟାସ ଯୋଗୁଁ ସନ୍ତୁଳିତ ଆହାର ଓ ଭଲ ସ୍କ୍ରିନ କେୟାର ବ୍ୟବହାର କଲେ ମଧ୍ୟ ଆପଣଙ୍କ ସୁନ୍ଦରତା କମ ହୋଇଯାଏ।

କଫି ପିଇବା ପରେ ବ୍ରଶ କରିବା

କଫି, ସୋଢ଼ା ଓ ଫ୍ରୁଟ ଜୁସରେ ଥିବା ଏସିଡ ବା ସୁଗାର ଦାନ୍ତର ଏନେମଲକୁ ନଷ୍ଟ କରିଥାଏ। କିନ୍ତୁ ଆପଣଙ୍କୁ ଏହି ସବୁ ଡ୍ରିଙ୍କ୍ସର ସେବନ କରିବା ପରେ ତୁରନ୍ତ ଦାନ୍ତ ବ୍ରଶ କରିବା ଉଚିତ ନୁହେଁ। ଯେକୌଣସି ଏସିଡିକ ଫୁଡ ବା ଡ୍ରିଙ୍କ୍ସ ନେବାର ତୁରନ୍ତ ବ୍ରଶ କରିବା ଦ୍ୱାରା ଦାନ୍ତର ଏନେମଲ ଦୁର୍ବଳ ହୋଇଯାଏ। ଏଣୁ ଏହା ପରିବର୍ତ୍ତେ ପାଣିରେ କୁଳି କରିଦିଅନ୍ତୁ କିମ୍ବା ୧ ଘଣ୍ଟା ପରେ ବ୍ରଶ କରିପାରିବେ।

ଶୁଖିଲା କେଶରେ ସୁଇମିଂ

ସୁଇମିଂପୁଲର ପାଣିରେ ଅନେକ କେମିକାଲ ମିଶିଥାଏ। ଯାହାକି କେଶର କ୍ଷତି କରିପାରେ। ଏଥିପାଇଁ ଶୁଖିଲା କେଶରେ ସୁଇମିଂ କରିବାରୁ ନିବୃତ୍ତ ରୁହନ୍ତୁ। ସୁଇମିଂ ପୂର୍ବରୁ ନିଜର କେଶକୁ ଟ୍ୟାପ ପାଣିରେ କିଛି ମାତ୍ରାରେ ଓଦା କରିଦିଅନ୍ତୁ। ଆପଣ ମୁଣ୍ଡରେ କେଶ ଓଦା ନ ହେବା ପାଇଁ ବିଭିନ୍ନ ଉପାୟ ଆପଣେଇ ପାରିବେ। ସୁଇମିଂ କରିବାର ତୁରନ୍ତ କେଶକୁ ସାମ୍ପୁ କରିଦିଅନ୍ତୁ। ଏଥିରେ ଆପଣଙ୍କ କେଶ ସୁନ୍ଦର, ଚମକ ଏବଂ ମଜଭୁତ ହୋଇଥାଏ।

ଅଧିକ ପଢ଼ନ୍ତୁ: କରୋନା ସମୟରେ ଘରେ ରହି ଏପରି ଭାବେ ନିଅନ୍ତୁ ତ୍ୱଚାର ଯତ୍ନ

କେଶକୁ ଅଧିକ ସାମ୍ପୁ କରିବା

କେଶକୁ ଅଧିକ ସାମ୍ପୁ କରିବା ଫଳରେ କେଶ ଶୁଖିଲା ହେବା ସହ ଝଡ଼ି ଥାଏ। ଆପଣଙ୍କର କେଶର ପ୍ରକାର ଅନୁସାରେ ଆପଣ ସପ୍ତାହରେ କେତେଥର କେଶକୁ ଧୋଇବା ଉଚିତ ତାହା ଡାକ୍ତରଙ୍କଠାରୁ ପରାମର୍ଶ ନିଅନ୍ତୁ। ୨ରୁ ୩ଦିନ ହିସାବରେ କେଶକୁ ଧୋଇବା ଭଲ ଅଭ୍ୟାସ ହୋଇଥାଏ।

କାନର ମଇଳା ସଫା କରିବା

ଅନେକ ଲୋକ ନିଜର କାନ ସଫା କରିବା ପାଇଁ କଟନର ବ୍ୟବାହର କରିଥାନ୍ତି। ଯାହା କି ଠିକ ନୁହେଁ। କାନ ସଫା କରିବା କଟନ ଇୟର ୱାକ୍ସ ବା ମଇଳାକୁ ଆହୁରି ଅଧିକା ଭିତରକୁ ଠେଲିଦିଏ। ଏହା ଦ୍ୱାରା କାନର ପର୍ଦ୍ଦା ଓ ଶୁଣିବାରେ ସାହାଯ୍ୟ କରୁଥିବା କାନର ଛୋଟ ହାଡ଼ଗୁଡ଼ିକର କ୍ଷତି ଘଟିଥାଏ।

manicure and pedicure

ଅଧିକ ପଢ଼ନ୍ତୁ: ମୁହଁରେ ହେବାକୁ ଦିଅନ୍ତୁ ନାହିଁ ବୟସ ଛାପ, ଆପଣାନ୍ତୁ ଏହି ୬ଟି ଟିପ୍ସ

ପେଡି କେୟାର ପୂର୍ବରୁ ଓ୍ଵାକ୍ସିଂ

ଓ୍ଵାକ୍ସିଂ କରିବା ପରେ ପେଡି କେୟାର କରିବା ଦ୍ୱାରା ସ୍କ୍ରିନରେ ସହଜରେ ବ୍ୟାକ୍ଟେରିଆ ଲାଗି ରହିପାରେ। ଯେଉଁଥି ପାଇଁ ସଂକ୍ରମଣ ମଧ୍ୟ ହୋଇପାରେ। ଓ୍ଵାକ୍ସିଂ କରିବାର ଅତି କମରେ ୨୪ ଘଣ୍ଟା ପରେ ପେଡି କେୟାର କରିବା ଠିକ ହୋଇଥାଏ। ପେଡି କେୟାର ସମୟରେ ନଖର କ୍ୟୁଟିକଲ୍ସକୁ ମଧ୍ୟ କାଟନ୍ତୁ ନାହିଁ। କାରଣ ଏହା ଦ୍ବାରା କୀଟାଣୁ ସହଜରେ ସ୍କ୍ରିନ ମଧ୍ୟକୁ ପ୍ରବେଶ କରିଥାନ୍ତି।

ରେଜର ନ ବଦଳାଇବା

ସେଭିଂରେ ବାରମ୍ୱାର ବାରମ୍ୱାର ଗୋଟିଏ ବା ପୁରୁଣା ରେଜର ବ୍ୟବହାର କରିବା ଠିକ ନୁହେଁ। ପୁରୁଣା ରେଜରରେ ଗୋଟିଏ ସ୍ଥାନରେ ଅନେକ ଥର ସେଭିଂ କରିବା ଦ୍ୱାରା କଟିବା, ରାସେସ, ଜ୍ୱଳନ ଓ ସଂକ୍ରମଣର ସମସ୍ୟା ଦେଖାଦେଇଥାଏ। ୫ରୁ ୭ଥର ସେଭ କରିବା ପରେ ରେଜରକୁ ଫିଙ୍ଗି ଦେବା ଉଚିତ।