ବର୍ତ୍ତମାନ ପାର୍ଲର ଖୋଲୁଥିଲେ ମଧ୍ୟ ଯିବାକୁ ଡର ଲାଗୁଛି। ତେବେ ଘରେ ରହି କିପରି ନିଜ ତ୍ୱଚା ଯତ୍ନ ନେବେ ଜାଣନ୍ତୁ।

how to take care of your skin after delivery

ଅଧିକ ପଢ଼ନ୍ତୁ: ମୁହଁରେ ହେବାକୁ ଦିଅନ୍ତୁ ନାହିଁ ବୟସ ଛାପ, ଆପଣାନ୍ତୁ ଏହି ୬ଟି ଟିପ୍ସ

ବର୍ତ୍ତମାନ କରୋନା ସମୟରେ ସବୁ କିଛି କାମ କଷ୍ଟକର ହୋଇପଡ଼ୁଛି। ସମସ୍ତେ ଘରେ ରହି ରହି ବୋର ହୋଇଯାଉଛନ୍ତି। ନିଜ ସ୍ଵାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ମଧ୍ୟ ଦେଉନାହାନ୍ତି। ଏପରି ସ୍ଥଳେ ନିଜ ତ୍ୱଚା ବାବଦରେ ଚିନ୍ତା କରୁଥିବେ କି ନାହିଁ ତାହା ବି ସନ୍ଦେହ। ଲକଡାଉନ ଉଠି ଯାଇଥିଲେ ମଧ୍ୟ ପାର୍ଲର ଯିବା ପାଇଁ ସହଜରେ ରାଜି ହେଉନାହାନ୍ତି। ତେବେ ଆପଣ ଘରେ ରହି ମଧ୍ୟ ନିଜ ତ୍ୱଚାର ଯତ୍ନ ନେଇପାରିବେ।

ସ୍ୱାସ୍ଥ୍ୟକର ଖାଦ୍ୟ ଖାଆନ୍ତୁ

ସମ୍ପୂର୍ଣ୍ଣ ଭାବେ ଘରେ ରହିବା ମାନେ ନୁହେଁ ଯେ ଆପଣ ସଠିକ ଖାଦ୍ୟ ମଧ୍ୟ ଖାଇବା ଛାଡ଼ି ଦେବେ! ସକାଳ ଏକ ସୁସ୍ଥ ଜଳଖିଆରୁ ଆରମ୍ଭ କରି ପୁଷ୍ଟିକର ଲଞ୍ଚ ଏବଂ ହାଲକା ରାତ୍ରି ଭୋଜନ କରନ୍ତୁ। ଭିଟାମିନ ସି ଜାତୀୟ ଖାଦ୍ୟ ଖାଆନ୍ତୁ। ଏହି ଭିଟାମିନ ତ୍ୱଚାକୁ ସୁସ୍ଥ ରଖିଥାଏ। ବିଭିନ୍ନ ଫଳ ଏବଂ ସବୁଜ ପନିପରିବା ଆପଣଙ୍କ ଚେହେରାରେ ଚମକ ଆଣିବାରେ ସାହାଯ୍ୟ କରିଥାଏ।

ପ୍ରଚୁର ପାଣି ପିଅନ୍ତୁ

କଥାରେ ଅଛି ପ୍ରଚୁର ପାଣି ପିଇବା ଫଳରେ ମୁହଁରେ ବ୍ରଣ ହୋଇନଥାଏ। ତେବେ ଏପରି କହିବାର କାରଣ ହେଉଛି ପାଣି ପିଇବା ଫଳରେ ଆମ ଶରୀର ହାଇଡ୍ରେଟ ରହିଥାଏ। ଯେଉଁଥି ପାଇଁ ଆମ ତ୍ୱଚାରେ କୌଣସି ସମସ୍ୟା ଦେଖାଦେଇନଥାଏ। ମୁହଁର ଚର୍ମରେ ଥିବା ଟକ୍ସିନକୁ ବାହାର କରିବା ପାଇଁ ପ୍ରତିଦିନ ଅତିକମରେ ୮-୯ ଗ୍ଲାସ ପାଣି ପିଇବା ଜରୁରୀ।

ନୀଳ ରଶ୍ମିଠାରୁ ଦୂରରେ ରହନ୍ତୁ

ଆପଣ ବ୍ୟବହାର କରୁଥିବା କମ୍ପ୍ୟୁଟର, ମୋବାଇଲ ଆଖି ପାଇଁ କ୍ଷତିକାରକ। ଅଧିକ ସମୟମୋବାଇଲ ଦେଖିବା ଯୋଗୁଁ ଆଖି ତଳେ କଳା ଦାଗ ଦେଖାଯାଇଥାଏ। ତ୍ୱଚା ଉପରେ ସୂର୍ଯ୍ୟଙ୍କ କିରଣ ଯେପରି ନ ପଡ଼େ ସେ ଦିଗରେ ଯତ୍ନବାନ ହୁଅନ୍ତୁ। ଘରେ ରହିବା ସତ୍ତ୍ୱେ ସନ ସ୍କ୍ରିନ ବ୍ୟବହାର କରନ୍ତୁ।

sleep

ଅଧିକ ପଢ଼ନ୍ତୁ: ରାତିରେ ନିଅନ୍ତୁ ଏଭଳି ଭାବେ ତ୍ୱଚାର ଯତ୍ନ, ସକାଳେ ମୁହଁରେ ଆସିବ ଚମକ

ପର୍ଯ୍ୟାପ୍ତ ନିଦରେ ଶୁଅନ୍ତୁ

ଘରେ ରହି ଆପଣ ଶୋଇବାକୁ ଅଧିକ ସମୟ ପାଉଥିବେ। ଦିନରେ ବେଶୀ ସମୟ ଶୋଇପଡ଼ିବା ଯୋଗୁଁ ରାତିରେ ନିଦ ହୋଇନଥାଏ। ତେଣୁ ଅଧିକ ରାତି ପର୍ଯ୍ୟନ୍ତ ସିନେମା କିମ୍ବା ଅନ୍ୟାନ ସୋ ନ ଦେଖି ଶୋଇ ପଡ଼ିବା ଉଚିତ। ଠିକ ସମୟରେ ଶୋଇ ଶୀଘ୍ର ଉଠିବା ଅଭ୍ୟାସ କରନ୍ତୁ। ଗୋଟିଏ ଦିନରେ ପାଖାପାଖି ୮ ଘଣ୍ଟା ଶୋଇବା ପାଇଁ ଚେଷ୍ଟା କରନ୍ତୁ। ଉପଯୁକ୍ତ ନିଦରେ ଶୋଇବା ଫଳରେ ଆଖି ତଳ କଳା ଦାଗ ଏବଂ ଚର୍ମ କୁଞ୍ଚନ ଭଳି ସମସ୍ୟା ହୋଇ ନଥାଏ।

ଘରୋଇ ଉପଚାର ଆପଣାନ୍ତୁ

ଆଜିକାଲି ଘରେ ବ୍ୟବହାର କରିବା ପାଇଁ ବିଭିନ୍ନ ସ୍କିନ ପ୍ରଡକ୍ଟ ମିଳୁଛି। ତାହାକୁ ଆପଣ ପାର୍ଲର ଭଳି ଘରେ ମଧ୍ୟ ଲଗାଇପାରିବେ। ତେଣୁ ପ୍ରତି ସପ୍ତାହକୁ ଥରେ ମୁହଁ ସ୍କ୍ରବ କରନ୍ତୁ। ଏହା ଦ୍ବାରା ତ୍ୱଚାରେ ଥିବା ଡେଡ ସେଲ ଏବଂ କ୍ଷତିକାରକ ବ୍ୟାକ୍ଟେରିଆ ନଷ୍ଟ ହୋଇଯାଆନ୍ତି। ରାତିରେ ଶୋଇବା ପୂର୍ବରୁ ମୁହଁ ଭଲ ଭାବରେ ସଫା କରି ଶୁଅନ୍ତୁ। ଘର ଭିତରେ ରହୁଥିବାରୁ ଆପଣ ଦିନର ଦୁଇ ଥର ମୁହଁକୁ ଫେସ ଓ୍ଵାସରେ ମୁହଁ ଧୋଇବା ଆବଶ୍ୟକ।

ମଶ୍ଚରାଇଜର କରନ୍ତୁ

ଘରେ ରହୁଥିବାରୁ ତ୍ୱଚା ଶୁଖିଲା ପରି ଅନୁଭବ ହୋଇଥାଏ। ତେଣୁ ମୁହଁରେ ମଶ୍ଚରାଇଜର ଲଗାନ୍ତୁ। ଫଳରେ ତ୍ୱଚା କୋମଳ ଏବଂ ସୁସ୍ଥ ରହିଥାଏ।

ଅଧିକ ପଢ଼ନ୍ତୁ: ଘରୋଇ ଉପାୟରେ ଆଣନ୍ତୁ ମୁହଁରେ ଚମକ