ତ୍ୱଚାକୁ ଚିକ୍କଣ ଏବଂ ସୁନ୍ଦର କରିବା ପାଇଁ ସମସ୍ତେ ଚାହାଁନ୍ତି। ଏଥିପାଇଁ ଆପଣ ମଧ୍ୟ ଘରେ ଏହି ୩ଟି ଫେସ୍ ପ୍ୟାକ୍ ପ୍ରସ୍ତୁତ କରି ଲଗାନ୍ତୁ।

face pack

ଅଧିକ ପଢ଼ନ୍ତୁ: ଆଖି ତଳ କଳା ଦାଗ ପାଇଁ ଚିନ୍ତିତ କି? ଆପଣାନ୍ତୁ ଏହି ଟିପ୍ସ

ଖାଦ୍ୟର ସ୍ୱାଦ ବଢ଼ାଉଥିବା ହେଙ୍ଗୁକୁ ତ୍ୱଚାରେ ଫେସ୍ ପ୍ୟାକ୍ ଭଳି ବ୍ୟବହାର କରିହେବ। ଏହା ଆପଣଙ୍କ ତ୍ୱଚାରେ ଚମକ ଆଣିଥାଏ। ହେଙ୍ଗୁରେ ଆଣ୍ଟିବ୍ୟାକ୍ଟେରିଆଲ ତତ୍ତ୍ୱ ଭରପୂର ପରିମାଣରେ ରହିଛି। ଡେଡ ସ୍କିନ, ବ୍ଲାକ ହେଡସ, କଳାଦାଗ, ବ୍ରଣ ,ଶୁଷ୍କ ତ୍ୱଚା ଆଦି ସମସ୍ତ ତ୍ୱଚା ସମ୍ବନ୍ଧୀୟ ସମସ୍ୟାର ନିରାକରଣ କରିଥାଏ ହେଙ୍ଗୁ।

କିପରି ପ୍ରସ୍ତୁତ କରିବେ ହେଙ୍ଗୁ ଫେସ୍ ପ୍ୟାକ୍?

ଗୋଟିଏ ଟମାଟୋକୁ ପେଷ୍ଟ କରି ଏଥିରେ ଅଧ ଚାମଚ ହେଙ୍ଗୁ ଗୁଣ୍ଡ ପକାଇ ପେଷ୍ଟ ତିଆରି କରି ଲଗାନ୍ତୁ। ଟମାଟୋରେ ଥିବା ଲାଇକୋପିନ ଓ ଭିଟାମିନ-ସି ପ୍ରାକୃତିକ କ୍ଲିଞ୍ଜର ଭଳି କାମ କରେ।

ଗୋଟିଏ ଚାମଚ ମୁଲତାନୀ ମାଟିରେ ଅଧା ଚାମଚ ହେଙ୍ଗୁ ଗୁଣ୍ଡ, ୧୦ ଟୋପା ଗୋଲାପ ଜଳ ଓ ଟିକିଏ ପାଣି ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ ଲଗାଇ ୧୫ ମିନିଟ ପରେ ଧୋଇ ଦିଅନ୍ତୁ। ସପ୍ତାହକୁ ୨ ଥର ଏହାକୁ ବ୍ୟବହାର କରନ୍ତୁ। ଏପରି କରିବା ଫଳରେ ମୁହଁରେ କୁଞ୍ଚନ ପଡ଼ିନାଥାଏ।

ଶୁଷ୍କ ତ୍ୱଚା ହୋଇଥିଲେ ୨ ଚାମଚ କ୍ଷୀର, ୧ ଚାମଚ ମହୁ ଓ ଅଧା ଚାମଚ ହେଙ୍ଗୁର ପେଷ୍ଟ ତିଆରି କରି ୧୫ ମିନିଟ ଫ୍ରିଜରେ ରଖିନ୍ତୁ। ଥଣ୍ଡା ହେବା ପରେ ସେହି ପେଷ୍ଟକୁ ମୁହଁରେ ଲଗାନ୍ତୁ। ୧୫ ମିନିଟ ପରେ ଥଣ୍ଡା ପାଣିରେ ଧୁଅନ୍ତୁ। ଏହା ଦ୍ଵାରା ମୁହଁରେ ଗ୍ଲୋ ଆସିଥାଏ।

coffee for face

ଅଧିକ ପଢ଼ନ୍ତୁ: ବ୍ରଣ ସମସ୍ୟାକୁ ନେଇ ଚିନ୍ତିତ କି? – ଜାଣନ୍ତୁ, ଡାକ୍ତରଙ୍କ ପରାମର୍ଶ

କଫି ଫେସ୍ ପ୍ୟାକ୍

ଗୋଟେ ଚାମଚ କଫି ପାଉଡରର, ଠୋପାଏ ନଡ଼ିଆ ତେଲ ଏବଂ ଅଳ୍ପ ମହୁ ମିଶାନ୍ତୁ। ପ୍ରଥମେ ମୁହଁକୁ ଭଲ ଭାବରେ ଧୋଇ ଦିଅନ୍ତୁ। ଏହାକୁ ମୁହଁରେ ଲଗାଇ ଦିଅନ୍ତୁ। ୧୦ ମିନିଟ ପରେ ମୁହଁକୁ ଭଲ ଭାବରେ ମସାଜ କରନ୍ତୁ ଏବଂ ସାଧା ପାଣିରେ ଧୋଇ ଦିଅନ୍ତୁ। ଏହା ତ୍ୱଚାରୁ ଧୂଳି ମଇଳା କାଢ଼ି ତ୍ୱଚାକୁ ସଫା କରିଥାଏ।

ଗୋଟେ ଚାମଚ କଫି ପାଉଡରରେ ଅଧ ଚାମଚ ଦହି ମିଶାଇ ମୁହଁରେ ଲଗାନ୍ତୁ। ୩୦ ମିନିଟ ପରେ ମୁହଁ ଧୁଅନ୍ତୁ। ଏହାକୁ ସପ୍ତାହରେ ଦୁଇଥର କରନ୍ତୁ। ଏପରି କରିବା ଫଳରେ ତ୍ୱଚାରୁ ଟ୍ୟାନ ହଟିବା ସହ ମୁହଁ ଦାଗମୁକ୍ତ ରହେ।

କଳା ଜୀରା ଫେସ୍ ପ୍ୟାକ୍

କଳା ଜୀରା ଖାଇବା ପ୍ରସ୍ତୁତରେ ବ୍ୟବହାର ହୋଇଥାଏ। ମସଲା ଭାବେ ବିଭିନ୍ନ ରେସିପିରେ ଏହା ପକାଯାଇଥାଏ। ଶରୀର ସହ ତ୍ୱଚା ପାଇଁ ମଧ୍ୟ କଳା ଜୀରା ବେଶ ଉପକାରୀ। ଏଥିରେ ବିଭିନ୍ନ ପ୍ରକାର ଭିଟାମିନ ରହିଛି ଯାହା ମୁହଁର କଳା ଦାଗ, ଚର୍ମ କୁଞ୍ଚନ, ବ୍ରଣ ଭଳି ସମସ୍ୟା ଦୂର କରିଥାଏ। ଆପଣ ଘରେ କଳା ଜୀରା ଫେସ୍ ପ୍ୟାକ୍ ତିଆରି କରି ଲଗାଇ ପାରିବେ। କଳା ଜୀରା ପ୍ୟାକ୍ ଆପଣଙ୍କ ମୁହଁର ଚମକ ଆଣିବାରେ ସାହାଯ୍ୟ କରିଥାଏ।

face pack

ଅଧିକ ପଢ଼ନ୍ତୁ: ପ୍ରତିଦିନ ଦିଅନ୍ତୁ ୫ମିନିଟ, ଚମକି ଉଠିବ ମୁହଁ

କିପରି ପ୍ରସ୍ତୁତ କରିବେ କଳା ଜୀରା ଫେସ୍ ପ୍ୟାକ୍?

କଳା ଜୀରା ଏକ ଚାମଚ ନେଇ ଭଲ ଭାବେ ଗୁଣ୍ଡ କରିଦିଅନ୍ତୁ।

ଏକ ବଡ଼ ଚାମଚ କ୍ଷୀର ନେଇ ଏହି ଗୁଣ୍ଡ ସହ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ।

ମୁହଁରେ ଏହି ପେଷ୍ଟକୁ ଲଗାଇ ଶୁଖିବା ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ ଏବଂ ପରେ ପାଣିରେ ଧୋଇ ଦିଅନ୍ତୁ।

ଆପଣଙ୍କର ଡାର୍କ ସ୍କିନ ହୋଇଥିଲେ-

ଏକ ଚାମଚ କଳା ଜୀରା ଗୁଣ୍ଡ ସହ ଏକ ଚାମଚ ଓଟସ ଗୁଣ୍ଡ ମିଶାନ୍ତୁ।

ଏଥିରେ ମହୁ ଏକ ଚାମଚ ଏବଂ ଆଲମଣ୍ଡ ତେଲ ୨ଚାମଚ ମିଶାଇ ଏକ ପେଷ୍ଟ ତିଆରି କରନ୍ତୁ।

ଏହି ମିଶ୍ରଣକୁ ବେକ ଏବଂ ମୁହଁରେ ଲଗାନ୍ତୁ।

୧୦-୧୫ ମିନିଟ ପରେ ଉଷୁମ ପାଣିରେ ମୁହଁ ସଫା କରିଦିଅନ୍ତୁ।

face pack

ଆପଣଙ୍କର ତେଲିଆ ସ୍କିନ ହୋଇଥିଲେ-

କଳା ଜୀରା ଗୁଣ୍ଡ ସହ ଏକ ଚାମଚ ଏଲୋଭେରା ଜେଲ ମିଶାନ୍ତୁ।

ଏଥିରେ ଏକ ଚାମଚ କ୍ଷୀର ଏବଂ ଲେମ୍ବୁ ରସ ମିଶାଇ ମୁହଁରେ ଲଗାନ୍ତୁ।

୧୦ ମିନିଟ ପରେ ଉଷୁମ ପାଣିରେ ମୁହଁ ଧୋଇଦିଅନ୍ତୁ।