ବର୍ତ୍ତମାନ ଲକଡାଉନ ହଟିବା ପରେ ଲୋକମାନେ ଅଫିସ ଯିବା ଆରମ୍ଭ କଲେଣି। ତେଣୁ ଅଫିସରେ ସୁରକ୍ଷିତ ରହିବା ପାଇଁ ଲୋକମାନେ ନିଜ ଆଡ଼ୁ କେତେକ ପଦକ୍ଷେପ ନେବା ଉଚିତ।

office

ଅଧିକ ପଢ଼ନ୍ତୁ: ଜାଣନ୍ତୁ, ଏହି ୬ଟି ଟିପ୍ସ ରଖିବ ଆପଣଙ୍କୁ ଅଫିସ ଚାପରୁ ମୁକ୍ତି

ଦୀର୍ଘ ଦିନ ପରେ ଲକଡାଉନ ଖୋଲିବା ସହ କାର୍ଯ୍ୟାଳୟ ଖୋଲିଛି। ଲୋକେ ଏକ ଲମ୍ୱା ସମୟ ଘରେ ବିତାଇବା ପରେ ନିଜ କାର୍ଯ୍ୟାଳୟକୁ ଯିବା ଆସିବା ଆରମ୍ଭ କରିଛନ୍ତି। କିନ୍ତୁ କରୋନା ପରିସ୍ଥିତିରେ ବର୍ତ୍ତମାନ ସୁଦ୍ଧା ମଧ୍ୟ ଏତେଟା ସୁଧାର ଆସିନାହିଁ। ତେଣୁ ଅଫିସ ଯିବା ପରେ ଲୋକମାନେ ନିଜ ଆଡ଼ୁ କେତେକ ପଦକ୍ଷେପ ନେବା ଉଚିତ। ଅଧିକାଂଶ ଅଫିସର ପ୍ରବେଶ ଦ୍ୱାରରେ ସାନିଟାଇଜ ବ୍ୟବସ୍ଥା ହୋଇଛି। ଏହା ସତ୍ତ୍ୱେ ଆପଣ ନିଜ ପାଖରେ ସାନିଟାଇଜର ଓ ଟିସୁ ପେପର ରଖନ୍ତୁ ଏବଂ ଏହାର ବ୍ୟବହାର କରନ୍ତୁ।

ନୂତନ ଶୈଳୀ ସହ କାମ ଆରମ୍ଭ କରନ୍ତୁ

ନିଜ ସିଟରେ ବସିବା ପରେ କମ୍ପ୍ୟୁଟରକୁ ଭଲ ଭାବେ ସଫା କରିବା ସହ ହାତରେ ସାନିଟାଇଜର ଲଗାଇ କାମ ଆରମ୍ଭ କରନ୍ତୁ।

ଜରୁରୀ ନଥିଲେ ଅନ୍ୟମାନଙ୍କ ସହ ମିଳାମିଶା କରନ୍ତୁ ନାହିଁ।

ଲଞ୍ଚ୍ କରିବା ସମୟରେ ସବୁଠୁ ଅଧିକ ସତର୍କ ରହିବା ଜରୁରୀ। କାରଣ ଏହି ସମୟରେ ପ୍ରାୟ ଅଫିସର କର୍ମଚାରୀ ଏକାଠି ବସି ଭୋଜନ କରିଥାନ୍ତି। ଏପରି କରିବା ଫଳରେ କରୋନା ହେବାର ଆଶଙ୍କା ରହିଛି।

ଅଫିସରେ ସାମାଜିକ ଦୂରତା ବଜାୟ ରଖନ୍ତୁ।

ଆପଣ ବ୍ୟବହାର କରୁଥିବା କମ୍ପ୍ୟୁଟର, ମାଉସ, ପ୍ରିଣ୍ଟର, ଜେରକ୍ସ ମେସିନ ଅନ୍ୟମାନଙ୍କୁ ଯେତେ କମ ବ୍ୟବହାର କରିବାକୁ ଦେବେ ଭଲ।

ଅଫିସକୁ ପ୍ରବେଶ କରିବା ଏବଂ ବାହାରିବା ସମୟରେ ସଠିକ ଭାବେ ସାନିଟାଇଜ ହୁଅନ୍ତୁ।

office

ଅଧିକ ପଢ଼ନ୍ତୁ: ଅଫିସରେ କାମ କରୁଥିବା ସମୟରେ ଭୁଲନ୍ତୁନି ଏହି ୫ଟି କଥା

ନିଜର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ଅଫିସରେ ଠିକ ସମୟରେ ସ୍ୱାସ୍ଥ୍ୟକର ଖାଦ୍ୟ ଖାଆନ୍ତୁ।

ସହଯୋଗୀ ଏବଂ ସିନିୟରଙ୍କ ସହ କଥା ହେବା ସମୟରେ ମୁହଁରେ ମାସ୍କ ବ୍ୟବହାର କରନ୍ତୁ।

ଥରେ ଅଫିସରେ ପ୍ରବେଶ କରିବା ପରେ ସମସ୍ତ କାମ ସାରି ବାହାରକୁ ଆସିବା ପାଇଁ ଚେଷ୍ଟା କରନ୍ତୁ। ବାରମ୍ବାର ଯିବା ଆସିବା କରିବା ଫଳରେ ଅସୁବିଧା ହୋଇପାରେ।

ଘରକୁ ଫେରିବା ପରେ ପ୍ରଥମେ ଡ୍ରେସ କାଢ଼ି ଉଷୁମ ପାଣିରେ ହାତ ଗୋଡ଼ ପୋଛିବା ପରେ ଅନ୍ୟ କାମ କରିବା ଉଚିତ।

ଅଧିକ ପଢ଼ନ୍ତୁ: ଅଫିସ ଯାଉଥିବା ମହିଳାମାନେ ଜାଣି ରଖନ୍ତୁ ଏହି ଟିପ୍ସ