ଅଫିସରେ କାମ କରିବା ସମୟରେ ନିଦ ଲାଗିବା ସମସ୍ୟା ସୃଷ୍ଟି କରିପାରେ। ସେସବୁରୁ ମୁକ୍ତି ପାଇଁ କ’ଣ କରିବେ ଆସନ୍ତୁ ଜାଣିବା।

office

ଅଧିକ ପଢ଼ନ୍ତୁ: ଅଫିସରେ ଗୋଟିଏ ଜାଗାରେ ଅଧିକ ସମୟ ବସୁଛନ୍ତି କି?

ଅଫିସରେ କାମ କରୁଥିବା ବେଳେ କିଛି ଲୋକଙ୍କୁ ନିଦ ଲାଗିଥାଏ। ଆଉ କିଛି ଲୋକ ଅଫିସରେ ଶୋଇପଡ଼ିଥାନ୍ତି। ଏପରି ଶୋଇବା ଫଳରେ ଅଫିସରେ ଅନେକ ସମସ୍ୟା ଦେଖାଦେଇଥାଏ। ଅଫିସ ସମୟରେ ନିଦ କାହିଁକି ଆସୁଛି ସେ ବାବଦରେ ପ୍ରଥମେ ଜାଣିବା ଆବଶ୍ୟକ। ନିଦ ଆସିବାର କାରଣ ବାବଦରେ ଜାଣିବା ପରେ ସେସବୁରୁ ନିଜକୁ ଦୂରେଇ ରଖିବା ସମ୍ଭବ ହୋଇପାରିବ।

ପାଣି କମ ପିଇବା

ସାଧାରଣତଃ ଜଣେ ବ୍ୟକ୍ତି ପ୍ରତି ଦିନ ୬ ଲିଟର ପାଣି ପିଇବାକୁ ଡାକ୍ତର ପରାମର୍ଶ ଦେଇଥା’ନ୍ତି। ଏହା ଦ୍ବାରା ଶରୀରରେ ପାଣିର ଅଭାବ ରହିବ ନାହିଁ ଓ ଆପଣ ସୁସ୍ଥ ରହିବେ। ଶରୀରରେ ପାଣିର ଅଭାବ ଯୋଗୁଁ ବ୍ୟକ୍ତିଙ୍କ ସ୍ୱଭାବ ଚିଡ଼ିଚିଡ଼ା ହୋଇଯାଏ ଓ କୌଣସି କାମ ନକରି ମଧ୍ୟ ତାଙ୍କୁ ଥକ୍କା ଲାଗିଥାଏ। ତେଣୁ ପ୍ରଚୁର ମାତ୍ରାରେ ପାଣି ପିଇଲେ ଆପଣଙ୍କୁ ଏହି ସମସ୍ୟାରୁ ମୁକ୍ତି ମିଳିବ।

ଆନେମିଆର ପ୍ରଭାବ

ଅଫିସରେ ଆପଣଙ୍କୁ ନିଦ ଲାଗିବାର ଏକ କାରଣ ଆନେମିଆର ପ୍ରଭାବ ବି ହୋଇ ଥାଇପାରେ। ଶରୀରରେ ଲୋହିତ ରକ୍ତ କଣିକାର ଅଭାବ ହେଲେ ବ୍ୟକ୍ତିଙ୍କୁ ଆନେମିଆ ହୋଇଥାଏ। ଏହା ସହ ଶରୀରରେ ଆଇରନ ଓ ଭିଟାମିନର ଅଭାବ ଯୋଗୁଁ ମଧ୍ୟ ଆନେମିଆ ହୋଇଥାଏ। ଏହା ପ୍ରଭାବରେ ବ୍ୟକ୍ତିଙ୍କୁ ଦୁର୍ବଳ ଲାଗିବା ସହ ସବୁବେଳେ ନିଦ ଲାଗିଥାଏ।

sleeplessness

ଅଧିକ ପଢ଼ନ୍ତୁ: ଅଫିସରେ ଅଳସୁଆ ଲାଗୁଛି କି? ଜାଣନ୍ତୁ କରିବେ କ’ଣ

ରାତିରେ କମ ଶୋଇବା

ଯଦି ଆପଣ ରାତିରେ ଭଲ ଭାବେ ଶୋଇବେ ନାହିଁ ତେବେ ଦିନ ସାରା ଆପଣଙ୍କୁ ଥକ୍କାପଣ ଅନୁଭବ ହୋଇଥାଏ। କୌଣସି କାମ କରିବାକୁ ଇଚ୍ଛା ହୁଏ ନାହିଁ। ଅଫିସରେ ବସିବା ମାତ୍ରେ ହିଁ ନିଦ ଲାଗିଥାଏ। ତେଣୁ ସବୁବେଳେ ରାତିରେ ଠିକ ସମୟରେ ଏବଂ ଶରୀରର ଆବଶ୍ୟକତା ଅନୁସାରେ ଶୋଇବା ଉପରେ ଧ୍ୟାନ ଦେବା ଉଚିତ।

ଡିପ୍ରେସନ ବା ମାନସିକ ଅବସାଦ

ଡିପ୍ରେସନ କାରଣରୁ ଆପଣଙ୍କୁ ଶୀଘ୍ର ଥକ୍କା ଲାଗିବା ସହ ଆପଣ ନିଜକୁ ଅଳସୁଆ ଅନୁଭବ କରିଥାନ୍ତି। ଏହି କାରଣରୁ ଆପଣଙ୍କୁ ଦିନ ସାରା ନିଦ ଲାଗିଥାଏ ଓ ମନ ବିଚଳିତ ରହିଥାଏ। ତେଣୁ ଅତ୍ୟଧିକ ଦୁଶ୍ଚିନ୍ତା କରନ୍ତୁ ନାହିଁ। ସବୁବେଳେ ମୁଣ୍ଡକୁ ଶାନ୍ତ ରଖିବାକୁ ଚେଷ୍ଟା କରନ୍ତୁ। ଯଦି ଆପଣ ମାନସିକ ଅବସାଦରେ ଅଛନ୍ତି ତେବେ ଏହାକୁ ଅଣଦେଖା କରନ୍ତୁ ନାହିଁ।

office

ଅଧିକ ପଢ଼ନ୍ତୁ: ଅଫିସରେ ନିଦ ଆସୁଛି କି? ଆପଣାନ୍ତୁ ଏହି ଟିପ୍ସ

ଲଞ୍ଚ ବେଳର ଖାଦ୍ୟ

ଅଫିସ ଲଞ୍ଚ ବ୍ରେକରେ ଅଧିକାଂଶ ଲୋକ ଅଧିକ ଲୁଣ, ମିଠା ଓ ପ୍ରୋଟିନଯୁକ୍ତ ଖାଦ୍ୟ ଯଥା ପନିର ଏବଂ ସାମୁଦ୍ରିକ ଖାଦ୍ୟ ଖାଇଥାନ୍ତି। ଏହି ଖାଦ୍ୟକୁ ଅନ୍ୟ ଭାଷାରେ ‘ସ୍ଲିପର୍ସ’ କୁହାଯାଇଥାଏ। ଏପରି ଖାଦ୍ୟ ଖାଇବା ଦ୍ୱାରା ଶିରାପ୍ରଶିରାରେ ରକ୍ତ ଚାଳନ କମି ଯାଇଥାଏ। ଯାହା ଫଳରେ ଆମକୁ ପ୍ରବଳ ନିଦ ଆସିଥାଏ।