ବ୍ୟାୟାମ ପରେ ଖାଦ୍ୟ ଖାଇବାକୁ ଭୁଲୁନାହାଁନ୍ତି ତ? ଏହା ଦ୍ୱାରା ଆପଣଙ୍କ ଶରୀରରେ ଅନେକ ସମସ୍ୟା ଦେଖା ଦେଇଥାଏ। ଆସନ୍ତୁ ଜାଣିବା ବ୍ୟାୟାମ ପରେ କେଉଁ ଭଳି ଖାଦ୍ୟ ଖାଇବା ଜରୁରୀ।

food for healthy hairସକାଳୁ ଚାଲିବା କିମ୍ବା ଦୈାଡ଼ିବା ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ ହୋଇଥାଏ। ସକାଳୁ ଏହି ବ୍ୟାୟାମ ବା ଏକ୍ସରସାଇଜ ପରେ ଉପଯୁକ୍ତ ଖାଦ୍ୟ ଶରୀର ପାଇଁ ଆବଶ୍ୟକ ହୋଇଥାଏ। ତେବେ ଦୌଡ଼ିବା ବା ଜଗିଙ୍ଗ କରିବା ପରେ କ’ଣ ଖାଇବା ଆବଶ୍ୟକ ତାହା ପ୍ରାୟ ଲୋକଙ୍କୁ ଜଣାନଥାଏ। ସକାଳ ବ୍ୟାୟାମ ପରେ ଶରୀରରେ ଗ୍ଲୁକୋଜ ମାତ୍ରା କମ ହୋଇଥାଏ। ଯେଉଁଥିପାଇଁ ମାଂସପେଶୀକୁ ପୋଷକ ତତ୍ତ୍ୱର ଆବଶ୍ୟକ ପଡ଼ିଥାଏ। ଶରୀର ପାଇଁ ବ୍ୟାୟାମ ଯେପରି ଆବଶ୍ୟକ ହୋଇଥାଏ, ସେହିପରି ଉପଯୁକ୍ତ ଖାଦ୍ୟ ମଧ୍ୟ ଜରୁରୀ ହୋଇଥାଏ ।

ସକାଳ ବ୍ୟାୟାମ ପରେ କିଛି ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଆନ୍ତୁ। ନଚେତ ଆପଣଙ୍କୁ ବ୍ୟାୟାମର ଉପକାରିତା ପରିବର୍ତ୍ତେ କୁଫଳ ମିଳିଥାଏ। ଯଦି ଆପଣ ସକାଳ ବ୍ୟାୟାମ ପରେ ଠିକ ଖାଦ୍ୟ ନ ଖାଆନ୍ତି ତେବେ ଏହା ଶରୀର ପାଇଁ ଅଧିକ କ୍ଷତିକାରକ ହୋଇଥାଏ। ଏହା ଆପଣଙ୍କ ବ୍ଲଡ ସୁଗାର ମାତ୍ରା ଅସନ୍ତୁଳନ କରିବା ସହ ଦୁର୍ବଳ ଓ ମୁଣ୍ଡ ଘୁରାଇବା ଭଳି ସମସ୍ୟା ସୃଷ୍ଟି କରିଥାଏ।

କ୍ଷୀର ଓ ବାଦାମ

ଦୁଧ ଓ ବାଦାମରେ ଥିବା ଭିଟାମିନ ଓ ମିନେରାଲ ଆପଣଙ୍କ ଶରୀର ପାଇଁ ବେଶ ଲାଭଦାୟକ। ଏଥିରେ ଥିବା ପୋଷକ ତତ୍ତ୍ୱ ମାଂସପେଶୀକୁ ସୁସ୍ଥ ରଖିଥାଏ। ବ୍ୟାୟାମ ପରେ ଆପଣ ଦୁଧ ଓ ବାଦାମର ସେକ୍ ବନାଇ ପିଇ ପାରିବେ। ଭିଜା ବାଦାମ ଖାଇବା ପରେ କ୍ଷୀର ପିଇପାରିବେ।

foodଓଟମିଲ

ଓଟମିଲ କୌଣସି ସମୟରେ ଖାଇଲେ ଏହା ସ୍ୱାସ୍ଥ୍ୟ ପାଇଁ ଲାଭକାରୀ ହୋଇଥାଏ। ବିଶେଷ କରି ସକାଳ ଦୌଡ଼ିବା ପରେ ଏହାକୁ ଖାଇଲେ ଶରୀରକୁ ଆବଶ୍ୟକୀୟ ଶକ୍ତି ମିଳିଥାଏ। ଏଥିରେ ଥିବା ପ୍ରୋଟିନ, ଫାଇବର ଓ ଆଣ୍ଟିଅକ୍ସିଡାଣ୍ଟ ଶରୀର ପାଇଁ ଉପାଦେୟ ହୋଇଥାଏ।

ଚକୋଲେଟ ମିଲ୍କ

ନିୟମିତ ଭାବେ ସକାଳେ ଜଗିଙ୍ଗ ପରେ ଆପଣ ଚକୋଲେଟ ମିଲ୍କ ଖାଆନ୍ତୁ। ଆହୁରି ମଧ୍ୟ ଏହାକୁ ଅଧିକ ଲାଭଦାୟକ ଏବଂ ସ୍ୱାଦିଷ୍ଟ କରିବା ପାଇଁ ଏଥିରେ ଆପଣ ମହୁ ଓ ଡାଲଚିନି ଗୁଣ୍ଡ ମିଶାଇ ପାରିବେ। ଏହା ଆପଣଙ୍କୁ ଆରାମ ଦେବା ସହ ଶରୀରକୁ ଶକ୍ତି ମଧ୍ୟ ପ୍ରଦାନ କରିଥାଏ।

ଡବଲ ଅଣ୍ଡା

ଅଣ୍ଡାରେ ଥିବା ଭରପୁର ପ୍ରୋଟିନ ମାଂସପେଶୀକୁ ସୁସ୍ଥ ରଖିଥାଏ। ସକାଳେ ଦୈାଡ଼ିବା ପରେ ଆପଣ ଡବଲ ଅଣ୍ଡା ଖାଇ ପାରିବେ। ଏହା ସହ ଆଭକାଡୋ କିମ୍ବା ବେଦନା ରସ ମଧ୍ୟ ଖାଇ ପାରିବେ। ଏହା ଆପଣଙ୍କୁ ଶକ୍ତି ଦେବା ସହ ସ୍ୱାସ୍ଥ୍ୟ ମଧ୍ୟ ଠିକ ରଖିଥାଏ।

ଛେନା

ଛେନାରେ ଥିବା ପ୍ରୋଟିନ ଶରୀରକୁ ଶକ୍ତି ଯୋଗାଇ ଥାଏ। ତେଣୁ ଆପଣ ମର୍ଣିଂ ଜଗିଙ୍ଗ ପରେ ଅଳ୍ପ ପରିମାଣର ଛେନା ଆପଣଙ୍କ ଖାଦ୍ୟରେ ସାମିଲ କରିପାରିବେ।

ସିଝା ମାଂସ

ଆପଣ ସକାଳେ ବ୍ୟାୟାମ ପରେ କିମ୍ବା ବ୍ରେକଫାଷ୍ଟରେ ସିଝା ମାଂସ ଖାଇପାରିବେ। ଏଥିରୁ ଆପଣଙ୍କୁ ଆବଶ୍ୟକୀୟ ଭିଟାମିନ ଏବଂ ପ୍ରୋଟିନ ମିଳିଥାଏ। ଯାହା ଆପଣଙ୍କ ମାଂସପେଶୀକୁ ମଜଭୁତ ଏବଂ ଶକ୍ତ କରିବାରେ ସାହାଯ୍ୟ କରିଥାଏ।