ମୁହଁରେ ଚମକ ଆଣିବା ପାଇଁ ପାର୍ଲର ଯିବା ଅପେକ୍ଷା ଘରୋଇ ଉପଚାର ଆପଣାନ୍ତୁ।

skin care

ଅଧିକ ପଢ଼ନ୍ତୁ: ରାତିରେ ନିଅନ୍ତୁ ଏଭଳି ଭାବେ ତ୍ୱଚାର ଯତ୍ନ, ସକାଳେ ମୁହଁରେ ଆସିବ ଚମକ

ନିଜକୁ ସୁନ୍ଦର ରଖିବା ଏବଂ ମୁହଁରେ ଚମକ ଆଣିବା କାହାର ଅବା ଇଚ୍ଛା ନଥାଏ। ସେଥିପାଇଁ ବିଭିନ୍ନ ପ୍ରଡକ୍ଟ ଏବଂ ଉପାୟ ଆପଣେଇଥାଆନ୍ତି ଝିଅମାନେ। ବାରମ୍ବାର ପାର୍ଲର ଯାଇ ନିଜ ସ୍କିନ କେୟାର ବାବଦରେ ପଇସା ଖର୍ଚ୍ଚ କରନ୍ତି। ତେବେ ଘରୋଇ ଉପାୟରେ ମଧ୍ୟ ତ୍ୱଚାରେ ଚମକ ଆସିପାରିବ।

ବିୟୁଟି ପ୍ରଡକ୍ଟ ବ୍ୟବହାର କମ କରନ୍ତୁ

ଆପଣ ଅଧିକ ମାତ୍ରାରେ ବିୟୁଟି ପ୍ରଡକ୍ଟ ବ୍ୟବହାର କରୁଥିଲେ ମୁହଁରେ କୌଣସି ଘରୋଇ ଉପଚାର କାମ ଦେବ ନାହିଁ। ତେଣୁ ଏହି ପ୍ରଡକ୍ଟର ବ୍ୟବହାର କମ କରନ୍ତୁ। ବାହାରକୁ ଯିବା ସମୟରେ ହାଲକା ମେକଅପ ନିଅନ୍ତୁ।

ମହୁ

ମହୁକୁ ସାମାନ୍ୟ ଉଷୁମ କରି ଦୁଇ ହାତରେ ରଗଡ଼ନ୍ତୁ। ଏହାକୁ ମୁହଁରେ ଲଗାଇ ଭଲ ଭାବେ ମସାଜ କରନ୍ତୁ। ଏପରି ଅବସ୍ଥାରେ କିଛି ସମୟ ରହନ୍ତୁ। ମୁହଁ ସମ୍ପୂର୍ଣ୍ଣ ଶୁଖିଯିବା ପରେ ଓଦା ଟାୱେଲରେ ମୁହଁ ପୋଛି ଦିଅନ୍ତୁ।

କଞ୍ଚା କ୍ଷୀର

କଞ୍ଚା କ୍ଷୀର ତ୍ୱଚାକୁ ସୁସ୍ଥ ରଖିବା ପାଇଁ ପ୍ରାକୃତିକ ଔଷଧ ଭାବେ କାମ କରିଥାଏ। ସ୍କିନରୁ ଟାନ ବାହାର କରିବାରେ କଞ୍ଚା କ୍ଷୀର ସାହାଯ୍ୟ କରିଥାଏ। ମୁହଁ ଭଲ ଭାବରେ ଧୋଇ ଦିଅନ୍ତୁ। ବର୍ତ୍ତମାନ କଞ୍ଚା କ୍ଷୀରକୁ ମୁହଁରେ ମସାଜ କରନ୍ତୁ। ରାତି ସାରା ମୁହଁକୁ ଏପରି ଛାଡ଼ି ଦିଅନ୍ତୁ। ସକାଳେ ମୁହଁ ଧୋଇ ଦିଅନ୍ତୁ।

rose water

ଅଧିକ ପଢ଼ନ୍ତୁ: ମୁହଁରେ ହେବାକୁ ଦିଅନ୍ତୁ ନାହିଁ ବୟସ ଛାପ, ଆପଣାନ୍ତୁ ଏହି ୬ଟି ଟିପ୍ସ

ଗୋଲାପ ଜଳ

ଗୋଲାପ ଜଳ ସବୁ ପ୍ରକାର ତ୍ୱଚା ପାଇଁ ସ୍କିନ ଟୋନର ଭଳି କାମ କରିଥାଏ। ମୁହଁରେ ଗୋଲାପ ଜଳ ଲଗାନ୍ତୁ ଯେପରିକି ଭଲ ଭାବେ ମୁହଁ ସହ ଲାଗିଯିବ। ଆପଣଙ୍କ ସୁଵିଧା ଅନୁସାରେ ମୁହଁ ଧୁଅନ୍ତୁ।

ଏସେନସିଆଲ ଓଏଲ

ପ୍ରଥମେ ମୁହଁକୁ ଭଲ ଭାବେ ଧୋଇ ଦିଅନ୍ତୁ। ସ୍କିନ ଟୋନର ଲଗାନ୍ତୁ।ବର୍ତ୍ତମାନ ଏହି ତେଲର କିଛି ବୁନ୍ଦା ମୁହଁରେ ଲଗାଇ ସଠିକ ରୂପେ ମସାଜ କରନ୍ତୁ। ଆଲମଣ୍ଡ ଓଏଲ, ରୋଜହିପ ଓଏଲ ଏବଂ ଅନ୍ୟାନ୍ୟ ମୁହଁ ଉପଯୋଗୀ ଓଏଲ ମୁହଁରେ ବ୍ୟବହାର କରିପାରିବେ।

ଆଲୋଭେରା

ତ୍ୱଚାକୁ କୋମଳ ଏବଂ ଚମକ ରଖିବାରେ ଆଲୋଭେରାର ଭୂମିକା ରହିଛି। ଆଲୋଭେରା ଡାଳ ଭାଙ୍ଗି ସେଥିରୁ କିଛି ଲାଳ ଅଂଶ ସଂଗ୍ରହ କରନ୍ତୁ। ଏହାକୁ ମୁହଁରେ ଲଗାଇ ରାତି ସାରା ଏପରି ରହନ୍ତୁ। ସକାଳେ ଉଠି ମୁହଁ ଧୋଇ ଦିଅନ୍ତୁ।

ଅଧିକ ପଢ଼ନ୍ତୁ: ତ୍ୱଚା ସମସ୍ୟା ଦୂର କରେ ବିଟ୍, ଜାଣନ୍ତୁ କେମିତି କରିବେ ପ୍ରୟୋଗ

ନଡ଼ିଆ ତେଲ

ମୁହଁରେ ଚମକ ଆଣିବା ପାଇଁ ଆପଣ ନଡ଼ିଆ ତେଲ ବ୍ୟବହାର କରିପାରିବେ। ନଡ଼ିଆ ତେଲକୁ ମଶ୍ଚରାଇଜର ଭାବେ ମୁହଁରେ ଲଗାନ୍ତୁ। ଏହି ତେଲରୁ କିଛି ବୁନ୍ଦା ନେଇ ନିଜ ମୁହଁରେ ମାଲିସ କରନ୍ତୁ। ଏହି ତେଲ ଆପଣଙ୍କ ତ୍ୱଚାକୁ ହାଇଡ୍ରେଟ ରଖିଥାଏ।

ଷ୍ଟିମ ବା ଉଷୁମ ବାମ୍ଫ ନିଅନ୍ତୁ

ଷ୍ଟିମ ନେବା ଫଳରେ ତ୍ୱଚା ତଳେ ରହିଥିବା ଉଜ୍ଜ୍ୱଳ କୋଷ ବା ପୋର୍ସ ବାହାରକୁ ଆସିଥାଏ। ଉଷୁମ ବାମ୍ଫ ତ୍ୱଚାର ଗଭୀର ଭାଗକୁ ଯାଇ ଅପରିଷ୍କାର ସଫା କରିଥାଏ। ତ୍ୱଚାରେ ସଠିକ ରକ୍ତ ସଞ୍ଚାଳନ ପାଇଁ ପ୍ରତିଦିନ ଥରେ ମୁହଁରେ ଷ୍ଟିମ ନିଅନ୍ତୁ।

ପର୍ଯ୍ୟାପ୍ତ ନିଦରେ ଶୁଅନ୍ତୁ

ପ୍ରତିଦିନ ୭- ୮ ଘଣ୍ଟା ଶୁଅନ୍ତୁ। ଆପଣ ନିଦରେ ଶୋଇବା ପରେ ନୂଆ ସ୍କିନ ସେଲ ତିଆରି ହୋଇଥାଏ। ଡେଡ ସ୍କିନ ସେଲ ନଷ୍ଟ ହୋଇଯିବା ସହ ନୂଆ ସେଲ ମୁହଁରେ ଚମକ ଆଣିଥାଏ।