ଗର୍ଭାବସ୍ଥାରେ ମହିଳାମାନେ ଖାଉଥିବା ଖାଦ୍ୟ ଉଭୟ ଶିଶୁ ଏବଂ ମା’ ପାଇଁ ବେଶ ଉପାଦେୟ। ତେବେ ଆସନ୍ତୁ ଜାଣିବା ଗର୍ଭବତୀ ମହିଳାମାନେ କେଉଁ ଖାଦ୍ୟ ଖାଇବା ଜରୁରୀ।

food for pregnant lady

ଅଧିକ ପଢ଼ନ୍ତୁ: ପିଲାଙ୍କୁ ଦିଅନ୍ତୁ ଏହି ଖାଦ୍ୟ, ବଢ଼ିବ ରୋଗ ପ୍ରତିରୋଧକ ଶକ୍ତି

ଗର୍ଭାବସ୍ଥାରେ ମହିଳାମାନେ ନିଜ ଖାଦ୍ୟପେୟକୁ ନେଇ ବିଶେଷ ଯତ୍ନବାନ ହେବା ଆବଶ୍ୟକ। ଏହି ସମୟରେ ସେମାନେ ଖାଉଥିବା ଖାଦ୍ୟ ଉଭୟ ମା’ ଏବଂ ଶିଶୁକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ।

ଅଣ୍ଡା

ଅଣ୍ଡାରେ ପ୍ରଚୁର ପରିମାଣର ପ୍ରୋଟିନ ସହ କମ ପରିମାଣର କ୍ୟାଲୋରୀ ଏବଂ ବିଭିନ୍ନ ପ୍ରକାରର ଓମେଗା ଫାଟି ଏସିଡ ରହିଛି। ଜଣେ ଗର୍ଭବତୀ ମହିଳା ଅଧିକ ପରିମାଣର ଅଣ୍ଡା ଖାଇବା ଉଚିତ। ଏହା ଗର୍ଭରେ ଥିବା ଶିଶୁର ମାନସିକ ସ୍ତରରେ ଉନ୍ନତି କରାଇବା ସହ ଦୃଷ୍ଟି ଶକ୍ତି ବୃଦ୍ଧି କରାଇଥାଏ। କିନ୍ତୁ କଞ୍ଚା ଅଣ୍ଡା ଖାଆନ୍ତୁ ନାହିଁ କାରଣ ଏହା ସଙ୍ଗେ ସଙ୍ଗେ ବାନ୍ତି କରାଇଦିଏ।

ଆଭୋକାଡ଼ୋ

ଆଭୋକାଡ଼ୋରେ ଥିବା ଫୋଲିକ ଏସିଡ ଶିଶୁର ସ୍ୱାସ୍ଥ୍ୟଗତ ଉନ୍ନତି କରିଥାଏ। ଏହା ସହ ଆଭୋକାଡ଼ୋରେ ଥିବା ଭିଟାମିନ ସି ଶିଶୁର ରୋଗ ପ୍ରତିରୋଧକ କ୍ଷମତା ବଢ଼ାଏ। ଏହାକୁ ଖାଇବା ଦ୍ୱାରା ଗର୍ଭବତୀ ମହିଳା ଏହି ସମୟରେ ସକାଳର ଥକ୍କାପଣ ଅନୁଭବ କରିବେ ନାହିଁ।

food for pregnant lady

ଅଧିକ ପଢ଼ନ୍ତୁ: ବୃଦ୍ଧାବସ୍ଥାରେ ସଠିକ୍‌ ପୋଷଣ ନିହାତି ଜରୁରୀ

ପାଳଙ୍ଗ ଶାଗ

ପାଳଙ୍ଗ ଶାଗରେ ପ୍ରଚୁର ମାତ୍ରାରେ ପୋଷକ ତତ୍ତ୍ୱ, ଭିଟାମିନ, ପ୍ରୋଟିନ ଏବଂ ଉପଯୁକ୍ତ ମାତ୍ରାର ଫାଇବର ସହ ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ରହିଛି ଯାହା ଶିଶୁର ମାନସିକ ଉନ୍ନତି କରିବା ସହ ରୋଗ ପ୍ରତିରକ୍ଷା କ୍ଷମତା ମଧ୍ୟ ବୃଦ୍ଧି କରିଥାଏ। କେବଳ ସେତିକି ନୁହେଁ ପ୍ରତିଦିନ ପାଳଙ୍ଗ ଶାଗ ଖାଇବା ଦ୍ୱାରା ଅନିଦ୍ରା ସମସ୍ୟା ମଧ୍ୟ ଦୂର ହୁଏ।

ଦହି

ଦହିରେ ଥିବା ଫଲିକ ଏସିଡ ଏବଂ ଭିଟାମିନ ଡି ଶିଶୁର ମାନସିକ ଏବଂ ଶାରୀରିକ ଉନ୍ନତି କରାଏ।

ସି ସଲ୍ଟ

ସି ସଲ୍ଟ ବା ସମୁଦ୍ର ଲୁଣ ଖାଇବା ଦ୍ୱାରା ରକ୍ତ ଚାପ ବଢ଼ିଥାଏ। ତେଣୁ ଗର୍ଭବତୀ ମହିଳାଙ୍କୁ ସମୁଦ୍ର ଲୁଣ ଖାଇବା ପାଇଁ ବାରଣ କରାଯାଇଥାଏ। କିନ୍ତୁ ଯଦି ଏହାକୁ ଠିକ ମାତ୍ରାରେ ଗର୍ଭବତୀ ମହିଳା ଖାଆନ୍ତି ତେବେ ଏହା ଭ୍ରୂଣର ବିକାଶରେ ସାହାଯ୍ୟ କରେ।

food for pregnant lady

ଅଧିକ ପଢ଼ନ୍ତୁ: ଆଖିକୁ ସୁସ୍ଥ ରଖିଥାଏ ଏହି ୭ଟି ଖାଦ୍ୟ

ଓଟମିଲ

ଓଟମିଲରେ ଥିବା ମିନେରାଲ, କପର, ଆଇରନ ଏବଂ ପ୍ରୋଟିନ ହାର୍ଟକୁ ସୁସ୍ଥ ରଖେ ଓ ଏସିଡିଟି ସମସ୍ୟା ମଧ୍ୟ ଦୂର କରେ।

ପପକର୍ଣ୍ଣ

ଗର୍ଭବତୀ ମହିଳାମାନେ ସ୍ନାକ୍ସରେ ପପକର୍ଣ୍ଣ ଖାଇବା ଭଲ। ପପକର୍ଣ୍ଣରେ ଅଧିକ ପରିମାଣର ଫାଇବର ଏବଂ ଆଣ୍ଟିଅକ୍ସିଡାଣ୍ଟ ରହିଛି। ଏଥିରେ ଥିବା ସେଲେନିୟମ ଶିଶୁର ହାଡ଼ ଶକ୍ତ କରିବାରେ ସାହାଯ୍ୟ କରେ।