ଅଧିକ ପଢ଼ନ୍ତୁ: ଜାତୀୟ ପୋଷଣ ସପ୍ତାହ: ଥାଳିରେ ରଖନ୍ତୁ ପୋଷଣଯୁକ୍ତ ଖାଦ୍ୟ

ବୟସ ଯାହା ହେଉନା କାହିଁକି ସଠିକ୍‌ ପୋଷଣ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏହା ଶରୀରରକୁ ଶକ୍ତି ଯୋଗାଇବା ସହ ଓଜନ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। ହେଲେ ବୟସ ବଢ଼ିବା ସହ ଜୀବନରେ ଅନେକ ପରିବର୍ତ୍ତନ ଆସିଥାଏ। ବୟସ ବଢ଼ିଲେ ଖାଦ୍ୟପେୟ ଉପରେ ବେଶି ଧ୍ୟାନ ଦେବାକୁ ପଡ଼ିଥାଏ। ଉଦାହରଣସ୍ୱରୂପ, ବୟସ ବଢ଼ିଲେ କ୍ୟାଲୋରିର ମାତ୍ରା କମ୍‌ କରିବାକୁ ପଡ଼ିବ କିନ୍ତୁ, ପର୍ଯ୍ୟାପ୍ତ ପରିମାଣର ପୁଷ୍ଟିକର ଖାଦ୍ୟର ବି ଆବଶ୍ୟକତା ରହିଛି।

ଯୁବାବସ୍ଥାରେ ଆମେ ଯାହାବି ଖାଉ ତାହା ଖୁବ୍ ଶୀଘ୍ର ହଜମ ହୋଇଯାଇଥାଏ। କାରଣ ଆମର ଶାରିରୀକ ଗତିବିଧି ଏତେ ଅଧିକ ଥାଏ ଯେ ତାକୁ ହଜମ ହେବାକୁ ସମୟ ଲାଗେନାହିଁ। କିନ୍ତୁ ବୟସ ବଢ଼ିଲେ ସେପରି ହୁଏନାହିଁ। ଏହା ସହ ଶରୀରରେ ହରମୋନର ସ୍ତର ବିଗିଡ଼ିଯାଏ। ଯାହାର ସିଧାସଳଖ ଭାବେ ମସ୍ତିଷ୍କର କାର୍ଯ୍ୟକ୍ଷମତା ଉପରେ ପ୍ରଭାବ ପକାଇଥାଏ। 

ବୟସ ସହିତ ସ୍ୱାସ୍ଥ୍ୟକର ଖାଦ୍ୟ ଖାଆନ୍ତୁ

ଏପରି ଖାଦ୍ୟ ଖାଆନ୍ତୁ, ଯେଉଁଥିରେ କ୍ୟାଲୋରି କମ୍‌ ଥିବ ପୋଷଣ ଅଧିକ ଥିବ।

ଗାଢ଼ ସବୁଜ ରଙ୍ଗର ଫଳ, ପନିପରିବା ଖାଦ୍ୟରେ ସାମିଲ କରନ୍ତୁ।

ଓଟ୍ସ, ଗହମ ରୁଟି, ବ୍ରାଉନ୍‌ ରାଇସ୍‌ ଖାଆନ୍ତୁ।

କ୍ଷୀରର ସର କାଢ଼ି ଖାଲି କ୍ଷୀର ପିଅନ୍ତୁ। ଏହାସହ କ୍ଷୀରଜାତୀୟ ଖାଦ୍ୟ ପନିର, ଛେନା ଆଦି ଖାଆନ୍ତୁ। ଏହା ଶରୀରରେ କ୍ୟାଲସିୟମ୍‌ ବଢ଼ାଇଥାଏ।

ପ୍ୟାକେଟ୍‌ ଖାଦ୍ୟ ଖାଆନ୍ତୁ ନାହିଁ। ଏଥିରେ ଅଧିକ ମାତ୍ରାରେ ଲୁଣ ମିଶିଥାଏ।

ପର୍ଯ୍ୟାପ୍ତ ପରିମାଣର ପାଣି ପିଅନ୍ତୁ। ଜଳୀୟ ଅଂଶ ଅଭାବରୁ କେତେକ ଲୋକ ଅଚେତ ହୋଇପଡ଼ନ୍ତି। ତେଣୁ ପାଣି ପ୍ରଚୁର ପରିମାଣରେ ପିଅନ୍ତୁ।

ପ୍ରତିଦିନ ୩୦ରୁ ୪୦ ମିନିଟ୍‌ ବ୍ୟାୟାମ କରନ୍ତୁ।

ଅଧିକ ପଢ଼ନ୍ତୁ: ଆଖିକୁ ସୁସ୍ଥ ରଖିଥାଏ ଏହି ୭ଟି ଖାଦ୍ୟ