ପିଲାମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେବା ପାଇଁ ପ୍ରତିଦିନ ସେମାନଙ୍କୁ ସ୍ୱାସ୍ଥ୍ୟକର ଏବଂ ଭିଟାମିନଯୁକ୍ତ ଖାଦ୍ୟ ଦେବା ଜରୁରୀ।

food

ଅଧିକ ପଢ଼ନ୍ତୁ: ଘରୋଇ ଉପାୟରେ ଡାଇବେଟିସକୁ କରନ୍ତୁ ନିୟନ୍ତ୍ରଣ

ଛୋଟ ବେଳେ ପିଲାମାନେ ଖେଳ ନିଶାରେ ନିଜ ସଠିକ ଭାବେ ଖାଦ୍ୟ ଗ୍ରହଣ କରିପାରନ୍ତି ନାହିଁ। ତେଣୁ ସେମାନଙ୍କ ନିକଟରେ ଅନେକ ସମସ୍ୟା ଦେଖାଦେଇଥାଏ। ସଠିକ ପୋଷଣର ଅଭାବ ଯୋଗୁଁ ସେମାନେ ରୋଗଗ୍ରସ୍ତ ହୋଇପଡ଼ନ୍ତି। ଛୋଟ ବେଳୁ ସେମାନଙ୍କ ରୋଗ ପ୍ରତିରୋଧକ କ୍ଷମତା ହ୍ରାସ ପାଇଲେ ବଡ଼ ବେଳକୁ ଅନେକ ସମସ୍ୟା ହୋଇଥାଏ। ତେଣୁ ପିଲାଙ୍କ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ।

ଦହି

ଦହି ଖାଇବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ। ଦହି ଖାଇବା ଫଳରେ ଶରୀରରେ ଶୀଘ୍ର ଶକ୍ତି ସଂଗଠିତ ହୋଇଥାଏ। ବ୍ୟାୟାମ ପରେ ଅନେକ ଲୋକ ଏହାକୁ ନିୟମିତ ଖାଦ୍ୟରେ ମଧ୍ୟ ଗ୍ରହଣ କରନ୍ତି। ତେଣୁ ପିଲାମାନଙ୍କୁ ଦହି ଖାଇବାକୁ ଦିଅନ୍ତୁ।

ଡାଲି ଜାତୀୟ ଖାଦ୍ୟ

ପିଲାମାନଙ୍କ ଖାଦ୍ୟରେ ବିଭିନ୍ନ ପ୍ରକାରର ଡାଲି ଜାତୀୟ ଖାଦ୍ୟ ସାମିଲ କରନ୍ତୁ। ଏଥିସହିତ ବିଭିନ୍ନ ପନିପରିବା ଦେବା ଆବଶ୍ୟକ। ଏହି ଖାଦ୍ୟ ଶରୀରରେ ପ୍ରୋଟିନର ଅଭାବ ପୂରଣ କରିବା ସହିତ ରୋଗ ପ୍ରତିରୋଧକ ଶକ୍ତିରେ ମଧ୍ୟ ଉନ୍ନତି ଆଣିଥାଏ।

Dalia_healthy breakfast

ଅଧିକ ପଢ଼ନ୍ତୁ: ଜାଣନ୍ତୁ, ଶ୍ଵାସ ରୋଗୀଙ୍କ ପାଇଁ ସୁପର ଫୁଡ୍

ପ୍ରୋଟିନ ଖାଦ୍ୟ

ସି ଫୁଡ, ବିନ୍ସ ଭଳି ପ୍ରୋଟିନ ଜାତୀୟ ଖାଦ୍ୟ ଛୋଟ ଛୁଆଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। ତେଣୁ ପିଲାଙ୍କ ଖାଇବା ଥାଳିରେ ପ୍ରୋଟିନଯୁକ୍ତ ଖାଦ୍ୟ ପ୍ରତିଦିନ ଦେବା ପାଇଁ ଚେଷ୍ଟା କରନ୍ତୁ।

ଖଟା ଜାତୀୟ ଫଳ

ଅଧିକାଂଶ ସମୟରେ ଡାକ୍ତର ଖଟା ଜାତୀୟ ଫଳ ଖାଇବାକୁ ପରାମର୍ଶ ଦିଅନ୍ତି। ଏଥିରେ ଭିଟାମିନ ସି ଥାଏ। ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ସେଥିପାଇଁ ପିଲାଙ୍କୁ ଅଙ୍ଗୁର, କମଳା, ଲେମ୍ବୁ ଆଦି ଖାଇବାକୁ ଦିଅନ୍ତୁ। ଭିଟାମିନ ସି ପିଲାଙ୍କ ଦାନ୍ତ ଜନିତ ସମସ୍ୟା ମଧ୍ୟ ଦୂର କରିଥାଏ।

fish besara

ମାଛ ଏବଂ ମାଂସ

ସବୁଜ ପନିପରିବା ଖାଇବା ଦ୍ୱାରା ଆପଣଙ୍କ ପିଲା ଅନେକ ଭିଟାମିନ୍ ଏବଂ ମିନେରାଲ୍ସ ପାଇଥାଏ। କିନ୍ତୁ ମାଛ ଓ ମାଂସରେ ଥିବା ପୋଷକ ତତ୍ତ୍ୱ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ପ୍ରୋଟିନ, ଆଇରନ ଅଭାବକୁ ପୂରଣ କରିବା ପାଇଁ ସେମାନଙ୍କ ଖାଦ୍ୟରେ ମାଛ, ମାଂସ ସାମିଲ କରନ୍ତୁ।

କ୍ଷୀର ଜାତୀୟ ଖାଦ୍ୟ

କ୍ଷୀର ଏବଂ କ୍ଷୀର ଜାତୀୟ ଖାଦ୍ୟରୁ ଛୁଆଙ୍କୁ ଭିଟାମିନ ମିଳିଥାଏ। ଛେନା ଏବଂ ଘିଅରେ ଥିବା ସ୍ନେହସାର ସେମାନଙ୍କ। ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରାଏ। ଏହି ଖାଦ୍ୟ ଖାଇବା ଫଳରେ ସେମାନଙ୍କ ଶାରୀରିକ ବିକାଶ ସାଙ୍ଗକୁ ମାନସିକ ଅଭିବୃଦ୍ଧି ମଧ୍ୟ ହୋଇଥାଏ।

ଅଧିକ ପଢ଼ନ୍ତୁ: ଆଖିକୁ ସୁସ୍ଥ ରଖିଥାଏ ଏହି ୭ଟି ଖାଦ୍ୟ

ବାଦାମ

ଥଣ୍ଡାକୁ ରୋକିବା ପାଇଁ ଶରୀରରେ ଭିଟାମିନ ଇ ରହିବା ଅତ୍ୟନ୍ତ ଜରୁରୀ। ଭିଟାମିନ ଇ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ। ବାଦାମରୁ ପ୍ରଚୁର ମାତ୍ରାରେ ଭିଟାମିନ ଇ ମିଳିଥାଏ।