ଋତୁସ୍ରାବରେ ଅନିୟମିତତା ଦେଖା ଦେଲେ ଓଭାରିଆନ ସିଷ୍ଟ ହୋଇଥାଏ। ଏହା ଯୋଗୁଁ ଗର୍ଭଧାରଣରେ ଅସୁବିଧା ଦେଖାଦେଇଥାଏ।

What is an ovarian cyst and what do you need to know? - IVI UK

ଅଧିକ ପଢ଼ନ୍ତୁ: କାହିଁକି ହୋଇଥାଏ ଗର୍ଭାଶୟ ଟ୍ୟୁମର? ଜାଣନ୍ତୁ ଏହାର ଚିକିତ୍ସା

ମହିଳାମାନଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଯୋଗୁଁ ଅନେକ ସମସ୍ୟା ଦେଖାଦେଇଥାଏ। ସେହି ସବୁ ସମସ୍ୟା ମଧ୍ୟରୁ ଓଭରିଆନ ସିଷ୍ଟ ସମସ୍ୟା ଅନ୍ୟତମ।

ଓଭାରିଆନ ସିଷ୍ଟ କ’ଣ?

ଓଭରିଆନ ସିଷ୍ଟ କହିଲେ ଅଣ୍ଡକୋଷରେ ଏକ ପରଳ ଜମା ହୋଇଯିବାକୁ ବୁଝାଇଥାଏ। ସରଳ ଭାଷାରେ କହିବାକୁ ଗଲେ, ଅଣ୍ଡକୋଷରେ ଛୋଟ ଛୋଟ ପିଣ୍ଡୁଳା ଆକାରର ମାଂସ ଜମାଟ ବାନ୍ଧି ଯାଇଥାଏ। ଫଳରେ ଅସହ୍ୟ ଯନ୍ତ୍ରଣା ଅନୁଭୂତ ହୋଇଥାଏ। ଯେତେବେଳେ ଏହି ମାଂସ ପିଣ୍ଡୁଳା ବଢ଼ିଲେ ଯନ୍ତ୍ରଣା ମଧ୍ୟ ବଢ଼ି ଯାଇଥାଏ। ଏହି ଯନ୍ତ୍ରଣା ତଳି ପେଟରେ ହୋଇଥାଏ। ଯାହାକୁ ମହିଳାମାନେ ଏକ ସାଧାରଣ ଯନ୍ତ୍ରଣା ଭାବି ଅଣଦେଖା କରିଦିଅନ୍ତି।

ଓଭାରିଆନ ସିଷ୍ଟର ଲକ୍ଷଣ

ତଳି ପେଟରେ ଯନ୍ତ୍ରଣା ଅନୁଭଵ ହେବା

ପେଟ ଯନ୍ତ୍ରଣା ହୋଇ ଫୁଲିଯିବା

ପରିସ୍ରା କରିବା ସମୟରେ ଯନ୍ତ୍ରଣା ଅନୁଭବ କରିବା

ଋତୁସ୍ରାବରେ ଅନିୟମିତା

ବାନ୍ତି ଲାଗିବା

ହଠାତ ଓଜନ ବଢ଼ିଯିବା

ମୁହଁ ଓ ସ୍ତନରେ କେଶ ଉଠିବା

What every woman should know about ovarian cysts | The New Times | Rwanda

ଅଧିକ ପଢ଼ନ୍ତୁ: ମହିଳାମାନଙ୍କୁ କାହିଁକି ହୋଇଥାଏ ଓଭାରିଆନ କ୍ୟାନ୍ସର?

ଓଭାରିଆନ ସିଷ୍ଟର କାରଣ

ମେଦ ବହୁଳତା

ଖରାପ ଖାଦ୍ୟପେୟ

ହରମୋନ ଜନିତ ସମସ୍ୟା

ଅନିୟମିତ ଋତୁସ୍ରାବ

ବଂଶାନୁକ୍ରମିକ

Ovarian Cysts: Causes, Symptoms & Treatment | Live Science

ଅଧିକ ପଢ଼ନ୍ତୁ: ଏହି ଖାଦ୍ୟ ଆପଣଙ୍କୁ ପିସିଓଏସ ଜନିତ ଯନ୍ତ୍ରଣାରୁ ଦେଇଥାଏ ଉପଶମ

ଓଭାରିଆନ ସିଷ୍ଟର ଚିକିତ୍ସା

ଏହି ରୋଗ ସମ୍ବନ୍ଧୀୟ କୌଣସି ସମସ୍ୟା ଦେଖାଗଲେ ତେବେ ତୁରନ୍ତ କୌଣସି ସ୍ତ୍ରୀବିଶେଷଜ୍ଞଙ୍କ ସହ ସାକ୍ଷାତ କରନ୍ତୁ।

ଅଲ୍ଟ୍ରାସାଉଣ୍ଡ

ଯଦି ଆପଣଙ୍କ ଋତୁସ୍ରାବରେ ଅନିୟମିତା ଦେଖାଯାଏ ତେବେ ମୂତ୍ର ପରୀକ୍ଷା କରାଇବା ପାଇଁ ଡାକ୍ତର କହିଥାନ୍ତି।

ରକ୍ତ ପରୀକ୍ଷା

ଅଲ୍ଟ୍ରାସାଉଣ୍ଡରେ ହିଁ ଓଭରିଆନ ସିଷ୍ଟ ବିଷୟରେ ଜଣା ପଡ଼ିଯାଇଥାଏ, କିନ୍ତୁ ଏଥିରୁ ଜଣା ନ ପଡ଼ିଲେ ଏମ୍. ଆର୍.ଆଇ କରାଇନେବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି।

ଯଦି ଏହି ରୋଗ ଔଷଧରେ ଠିକ ହୋଇନଥାଏ ତେବେ ଅସ୍ତ୍ରୋପଚାର କରାଯାଇଥାଏ। ଏହି ଅସ୍ତ୍ରୋପଚାର ଦ୍ୱାରା ଆପଣଙ୍କୁ ଭବିଷ୍ୟତରେ କର୍କଟ ରୋଗ ହେବାର ଆଶଙ୍କା ନଥାଏ।

ଓଭାରିଆନ ସିଷ୍ଟ ଦୀର୍ଘ ସମୟ ଧରି ରହିଥିଲେ ସି.ଏ-୧୨୫ ଟେଷ୍ଟ କରାଯାଇଥାଏ। ଏହା ଏକ ପ୍ରକାରର ରକ୍ତ ପରୀକ୍ଷା ଅଟେ। ଏହି ପରୀକ୍ଷା ଦ୍ଵାରା କର୍କଟ ହୋଇଛି କି ନାହିଁ ଜଣାପଡ଼ିଥାଏ।