ପୋଦିନା ପତ୍ର ହଜମ ପ୍ରକ୍ରିୟା ତ୍ୱରିତ କରିବା ସହ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। ତେବେ ଏହି ପତ୍ରରୁ ପ୍ରସ୍ତୁତ ହେଉଥିବା ଚା’ ବାବଦରେ ଜାଣନ୍ତୁ କିଛି ତଥ୍ୟ।

12 Science-Backed Benefits of Peppermint Tea and Extracts

ଅଧିକ ପଢ଼ନ୍ତୁ: ଗିଲୋୟକୁ କିଭଳି ଖାଇବେ?

ବର୍ତ୍ତମାନ କରୋନା ମହାମାରୀ ସମୟରେ ସମସ୍ତେ ନିଜ ସ୍ୱାସ୍ଥ୍ୟ ପ୍ରତି ବେଶ ଯତ୍ନବାନ ହେଉଛନ୍ତି। ନିଜର ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରିବା ପାଇଁ ଲୋକମାନେ ବିଭିନ୍ନ ଉପାୟ ଆପଣାଉଛନ୍ତି। ତେଣୁ ବର୍ତ୍ତମାନ ପରିସ୍ଥିତିରେ ନିୟମିତ ଚା’ ପିଇବା ବଦଳରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଉଥିବା ଚା’ ପିଇବା ଉଚିତ। ନିୟମିତ ସକାଳୁ ପୋଦିନା ଚା’ ପିଇବା ଅଭ୍ୟାସ କରନ୍ତୁ। ପୋଦିନା ଓ ରୋଜମାରୀ ଦ୍ଵାରା ପ୍ରସ୍ତୁତ ଚା’ ମନକୁ ସତେଜ ରଖିବା ସହ ସ୍ମୃତି ଶକ୍ତି ବୃଦ୍ଧିରେ ସାହଯ୍ୟ କରିଥାଏ।

ପୋଦିନା ଚା’ର ଉପକାରିତା

ପୋଦିନାରେ ଅନେକ ପୋଷକ ତତ୍ତ୍ୱ ରହିଛି ଯାହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ।

ଯେ କୌଣସି ପେଟ ଜନିତ ସମସ୍ୟାରୁ ରକ୍ଷା ପାଇବା ପାଇଁ ପୋଦିନା ଚା’ ପିଅନ୍ତୁ।

ଖାଦ୍ୟ ହଜମ ଏବଂ ଆଲର୍ଜି ଜନିତ ସମସ୍ୟାରୁ ଉପଶମ ପାଇଁ ପୋଦିନା ଚା’ ସବୁଠାରୁ ଭଲ ବିକଳ୍ପ।

ପୋଦିନା ଚା’ ପିଇବା ଫଳରେ ମସ୍ତିଷ୍କ ସୁସ୍ଥ ରହିବା ସହ ସ୍ମୃତି ଶକ୍ତିରେ ଉନ୍ନତି ଆସିଥାଏ।

ସ୍ତନ୍ୟପାନ ଜନିତ ସମସ୍ତେ ସମସ୍ୟାର ସମାଧାନ ପାଇଁ ପୋଦିନା ଚା’ ପିଇବା ଆବଶ୍ୟକ।

ଥଣ୍ଡା ହୋଇଥିଲେ ପୋଦିନା ଚା’ ପିଇବା ଫଳରେ ଆରାମ ମିଳିଥାଏ।

ପାଟିରୁ ଦୁର୍ଗନ୍ଧ ବାହାରୁଥିଲେ ପୋଦିନା ଚା’ ପିଅନ୍ତୁ। ପାଟି ଗନ୍ଧ ଦୂର ହୋଇଥାଏ।

Best Dentist-Approved Remedies for Toothaches | Avacare Medical Blog

ଅଧିକ ପଢ଼ନ୍ତୁ: ପିଅନ୍ତୁ ଉଷୁମ ମେଥି ପାଣି, ଜାଣନ୍ତୁ ଏହାର ଲାଭକାରୀ ଗୁଣ

କିପରି ପ୍ରସ୍ତୁତ କରିବେ ପୋଦିନା ଚା’?

୧୦ଟି ପୋଦିନା ପତ୍ର, ଗୋଟିଏ ସ୍ପ୍ରିଙ୍ଗ ରୋଜମାରୀ ଓ ଗୋଟିଏ ଲେମ୍ବୁର ରସ ନିଅନ୍ତୁ।

ଏକ ପାତ୍ରରେ ଏକ କପ ପାଣି ନେଇ ପୋଦିନା ପତ୍ରକୁ ଫୁଟାନ୍ତୁ।

ପାଣି ସାମାନ୍ୟ ଫୁଟିବା ପରେ ସେଥିରେ ରୋଜମାରୀ ପକାନ୍ତୁ।

ଏବେ ଏହାକୁ ୧୦ ମିନିଟ ଯାଏ ଫୁଟିବାକୁ ଛାଡ଼ି ଦିଅନ୍ତୁ।

ତା’ ପରେ ଏହି ପାଣିକୁ ଛାଣି ନେଇ ସେଥିରେ ଲେମ୍ବୁ ରସ ପକାଇ ପୋଦିନା ଚା’ ପିଅନ୍ତୁ।

ଅଧିକ ପଢ଼ନ୍ତୁ: ସକାଳୁ ପିଅନ୍ତୁ ପିଆଜ ଚା’, ମିଳିବ ଏହି ସବୁ ଫାଇଦା