ମେକଅପ ନେବା ସମୟରେ ବ୍ୟବହାର ହେଉଥିବା ବ୍ରଶ ବାବଦରେ ଜାଣନ୍ତୁ।

make up brush clean

ଅଧିକ ପଢ଼ନ୍ତୁ: ଥଣ୍ଡା ପାଣି ତ୍ୱଚା ପାଇଁ କେତେ ଜରୁରୀ?

ଆଜିକାଲି ପାର୍ଲର ନ ଯାଇ ଘରେ ମେକଅପ ହେଉଛନ୍ତି। ମେକଅପ ନେବା କୌଣସି ବଡ଼ କଥା ନୁହେଁ। କିନ୍ତୁ ସଠିକ ଭାବେ ମେକଅପ ନେଲେ ମୁହଁ ସୁନ୍ଦର ଦେଖାଯିବା ସହ ତ୍ୱଚା ମଧ୍ୟ ସୁସ୍ଥ ରହିଥାଏ। ମେକଅପ କରିବା ସମୟରେ ଅନେକ ମହିଳା ଅଛନ୍ତି ଅଜାଣତରେ ହେଉ ଅବା ଜାଣିକି ହେଉ ବହୁତ କିଛି ଭୁଲ କରିଦିଅନ୍ତି। ମେକଅପ ନେବାବେଳେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ ମେକଅପ ବ୍ରଶର। ତେଣୁ ତ୍ୱଚା ପାଇଁ ବ୍ୟବହାର ହେଉଥିବା କେତେକ ମେକଅପ ବ୍ରଶ ବାବଦରେ ଜାଣନ୍ତୁ।

ଫାଉଣ୍ଡେସନ ବ୍ରଶ

ମେକଅପ ନେବା ସମୟରେ ତ୍ୱଚାରେ ଫାଉଣ୍ଡେସନ ଲଗାଇବା ସମୟରେ ଏହି ବ୍ରଶର ବ୍ୟବହାର ହୁଏ। ଫାଉଣ୍ଡେସନ ବ୍ରଶ ସାହାଯ୍ୟରେ ଏହା ଲଗାଇବା ଦ୍ୱାରା ଏହା ତ୍ୱଚାକୁ ଏକ ନାଚୁରାଲ ଲୁକ ମିଳିଥାଏ।

clean make up

ଅଧିକ ପଢ଼ନ୍ତୁ: ରାତିରେ ନିଅନ୍ତୁ ଏଭଳି ଭାବେ ତ୍ୱଚାର ଯତ୍ନ, ସକାଳେ ମୁହଁରେ ଆସିବ ଚମକ

କନ୍ସିଲର ବ୍ରଶ

କନ୍ସିଲର ସାହାଯ୍ୟରେ ତ୍ୱଚାରେ ଥିବା ଯେକୌଣସି ଦାଗ ଲୁଚା ଯାଇପାରିବ। ଆଙ୍ଗୁଳି ସାହାଯ୍ୟରେ ହାଲୁକା ଭାବେ ଏହାର ବ୍ୟବହାର କରିପାରିବେ। କିନ୍ତୁ ଯଦି ଆପଣ କନ୍ସିଲର ବ୍ରଶ ସାହାଯ୍ୟରେ ଏହାକୁ ଲଗାଇବେ ଏହା ଦ୍ୱାରା ଆପଣଙ୍କ ସମୟ ନଷ୍ଟ ନ ହେବା ସହିତ ଏହା ଭଲ ଭାବରେ ତ୍ୱଚାରେ ମିଶିଯିବ ଓ ଶୁଷ୍କ ହେବ ନାହିଁ।

ବ୍ଲସର ବ୍ରଶ

ବ୍ଲସରକୁ ବ୍ଲେଣ୍ଡ କରିବା ନିମନ୍ତେ ଏହି ବ୍ରଶର ବ୍ୟବହାର କରାଯାଏ। ଯାହା ବ୍ଲସରକୁ ଅତି ସହଜରେ ତ୍ୱଚାରେ ବ୍ଲେଣ୍ଡ କରିଥାଏ। ଯାହା ଆପଣଙ୍କୁ ପରଫେକ୍ଟ ବ୍ଲେଣ୍ଡିଙ୍ଗ ଲୁକ ଦେଇଥାଏ।

ଲିପ ବ୍ରଶ

ଲିପ ବ୍ରଶ ସାହାଯ୍ୟରେ ଲିପଷ୍ଟିକ ଲଗାଇବା ଆବଶ୍ୟକ। କାରଣ ଏହାଦ୍ୱାରା ଓଠରେ ଲିପଷ୍ଟିକ ଭଲଭାବରେ ଲାଗିବା ସହ ବାହାରକୁ ବାହାରି ଆସିନଥାଏ। ଏହି ବ୍ରଶର ତୂଳୀ ସମାନ ଓ ଆଗ ଆଡ଼କୁ ବାହାରିଲା ପରି ହୋଇଥାଏ। ଯାହା ଦ୍ୱାରା ଓଠରେ ଭଲରେ ଲିପଷ୍ଟିକ ଲାଗିଥାଏ।

make up

ଅଧିକ ପଢ଼ନ୍ତୁ: ଘରୋଇ ଉପାୟରେ ଆଣନ୍ତୁ ମୁହଁରେ ଚମକ

ଆଇଲାଇନର ବ୍ରଶ

ଏହି ବ୍ରଶର ତୂଳୀ ଅଧିକ ପତଳା ଓ ଏହାର ହ୍ୟାଣ୍ଡେଲ ଲମ୍ବା ହୋଇଥିବାରୁ ଏହା ସାହାଯ୍ୟରେ ଆଇଲାଇନର ଲଗାଇବାକୁ ସହଜ ହୋଇଥାଏ। ଏହା ସାହାଯ୍ୟରେ ଆଖି ଉପରେ ସୁନ୍ଦର ଲାଇନ ହୋଇପାରିବ।