ମଧୁମେହ ରୋଗୀଙ୍କ ପାଇଁ ଔଷଧ ଅପେକ୍ଷା ଇନସୁଲିନ ବେଶ ଉପଯୋଗୀ ହୋଇଥାଏ। ତେବେ ଜାଣନ୍ତୁ ଇନସୁଲିନ ବାବଦରେ ଅଧିକ ତଥ୍ୟ।

insulin

ଅଧିକ ପଢ଼ନ୍ତୁ: ଡାଏବେଟିସ ରୋଗୀ କେତେବେଳେ କ’ଣ ଖାଇବେ, ଜାଣନ୍ତୁ

ଡାଏବେଟିସ ରୋଗୀମାନେ ଇନସୁଲିନ ନେବା ବାବଦରେ ସମସ୍ତେ ପ୍ରାୟ ଜାଣିଛନ୍ତି। ତେବେ ସେମାନେ କାହିଁକି ଏହାକୁ ନେଇଥାନ୍ତି ଏବଂ ଶରୀରରେ ଏହାର ଆବଶ୍ୟକତା କ’ଣ ରହିଛି? ଡାଏବେଟିସକୁ ନିୟନ୍ତ୍ରଣ କରିବା ପାଇଁ ଆମେ ଇନସୁଲିନ ନେଇଥାଉ।

ଇନସୁଲିନ ବାବଦରେ କିଛି ତଥ୍ୟ

ଶରୀରର ଅଗ୍ନ୍ୟାଶୟରେ ଥିବା ବିଟା ସେଲରୁ ଇନସୁଲିନ ନିର୍ଗତ ହୋଇଥାଏ। ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ଭଳି କାମ କରିଥାଏ। ଇନସୁଲିନ ମାଧ୍ୟମରେ ଶରୀରରେ ଶର୍କରା ଅବଶୋଷିତ ହୋଇ ଶକ୍ତି ପ୍ରଦାନ କରିଥାଏ। ମାତ୍ର ଇନସୁଲିନ ସଠିକ ଭାବେ କାମ ନ କରିପାରିବା ହେତୁ ଶରୀରରେ ଶର୍କରା ଅଧିକ ହୋଇ ରକ୍ତରେ ମିଶିଥାଏ। ଫଳରେ ବ୍ୟକ୍ତି ଡାଏବେଟିସ ରୋଗରେ ଆକ୍ରାନ୍ତ ହୋଇଥାଏ।

ଡାଏବେଟିସ ରୋଗୀମାନଙ୍କ ଶରୀରରେ ଇନସୁଲିନ ଠିକ ଭାବରେ ତିଆରି ହୋଇ ପାରିନଥିବାରୁ ସେମାନଙ୍କୁ ଔଷଧ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଥାଏ। ଶରୀରରେ ଡାଏବେଟିସକୁ ନିୟନ୍ତ୍ରଣ ରଖିବାକୁ ସେମାନେ ଔଷଧ ଏବଂ ଇନସୁଲିନ ଇଞ୍ଜେକସନ ନେଇଥାନ୍ତି।

ଔଷଧ ଅପେକ୍ଷା ଇନସୁଲିନ ଅଧିକ ଲାଭଦାୟକ। ଏହାର ଡୋଜ ଅନୁସାରେ ରୋଗୀ ଜଲଦି ଉପଶମ ପାଇପାରିଥାଏ। ତେଣୁ ଯଦି ଡାକ୍ତର ଇନସୁଲିନ ନେବାକୁ ପରାମର୍ଶ ଦେଉଛନ୍ତି ତେବେ ସେଥିରେ ଅବହେଳା କରନ୍ତୁ ନାହିଁ।

ଇନସୁଲିନ ଅନେକ ପ୍ରକାରର ରହିଛି। ରୋଗୀର ଆଵଶ୍ୟକତା ଅନୁସାରେ ଇନସୁଲିନ ଦିଆଯାଇଥାଏ। ରକ୍ତ ଶର୍କରା ମାତ୍ରା ଅନୁସାରେ କେତେ ପରିମାଣର ଇନସୁଲିନ ନେବା ଆବଶ୍ୟକ ତାହା ଡାକ୍ତର ସ୍ଥିର କରିଥାନ୍ତି।

ରୋଗର ପ୍ରଥମ କିଛି ଦିନ ଡାକ୍ତରମାନେ ଇନସୁଲିନ ଇଞ୍ଜେକସନ ଦେଇଥାନ୍ତି। କିନ୍ତୁ ପରେ ରୋଗୀ ନିଜେ ଏହି ଇଞ୍ଜେକସନ ନେଇ ଥାଏ। କେତେକ କ୍ଷେତ୍ରରେ ରୋଗୀ ଠିକ ଭାବେ ଇନସୁଲିନ ଇଞ୍ଜେକସନ ନେଇପାରେ ନାହିଁ। ତେଣୁ ଅନେକ ସମସ୍ୟା ଦେଖାଦେଇଥାଏ।

ଡାଏବେଟିସ ଅଧିକ ଦିନ ହୋଇଗଲେ କିମ୍ବା ରକ୍ତରେ ଶର୍କରା ମାତ୍ରା ବଢ଼ିଗଲେ ଇନସୁଲିନ ନେଵାର ଆବଶ୍ୟକତା ରହିଛି।

ଗର୍ଭାବସ୍ଥା ଏବଂ କୌଣସି ସଂକ୍ରାମକ ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କର ଡାଏବେଟିସ ଥିଲେ ତାଙ୍କୁ ଇନସୁଲିନ ଦିଆଯାଇଥାଏ।

ଏହି ଇନସୁଲିନ ଇଞ୍ଜେକସନ ଡାଏବେଟିସ ରୋଗୀ ନିଜ ଜଙ୍ଘ, ପେଟ ଏବଂ ହାତରେ ନେଇପାରିବେ।

insulin

ଅଧିକ ପଢ଼ନ୍ତୁ: ଗର୍ଭାବସ୍ଥାରେ ହୋଇପାରେ ଡାଏବେଟିସ୍ – ଜାଣିବେ କେମିତି?

ଇନସୁଲିନ ବ୍ୟବହାରକାରୀ ଧ୍ୟାନ ଦିଅନ୍ତୁ-

ଘରେ ଥିବା ଫ୍ରିଜ ଭିତରେ ଇନସୁଲିନ ରଖନ୍ତୁ। ବରଫ ଚ୍ୟାମ୍ବର ଭିତରେ ଏହାକୁ ରଖନ୍ତୁ ନାହିଁ।

ଘରେ ଫ୍ରିଜ ନଥିଲେ ପାଣି ମାଠିଆ ଭିତରେ ଇନସୁଲିନକୁ ଜରିରେ ପୁରାଇ ରଖିପାରିବେ।

ଡାକ୍ତରଙ୍କ ପରାମର୍ଶ ଅନୁସାରେ ଇନସୁଲିନ ଇଞ୍ଜେକସନ ନେବା ବନ୍ଦ କରନ୍ତୁ। ଅନ୍ୟଥା ଆପଣଙ୍କ ଡାଏବେଟିସ ଅଧିକ ବଢ଼ି ଯିବାର ଆଶଙ୍କା ରହିଥାଏ।

ଅଧିକ ପଢ଼ନ୍ତୁ: ମହିଳାମାନେ କିପରି ନିଜ ଡାଏବେଟିସକୁ ରଖିବେ ନିୟନ୍ତ୍ରଣ?