ଡାଏବେଟିସ ରୋଗ ମହିଳାମାନଙ୍କ ପାଇଁ ଅନେକ ଜଟିଳତା ଆଣିଦେଇଥାଏ। ତେଣୁ ଜାଣନ୍ତୁ କିପରି ସେମାନେ ନିଜ ମଧୁମେହକୁ ନିୟନ୍ତ୍ରଣ କରିପାରିବେ?

diabetes

ଅଧିକ ପଢ଼ନ୍ତୁ: ଗର୍ଭାବସ୍ଥାରେ ହୋଇପାରେ ଡାଏବେଟିସ୍ – ଜାଣିବେ କେମିତି?

ଘର କାମରେ ବ୍ୟସ୍ତ ଏବଂ ଅନେକ ଦାୟିତ୍ଵ ଯୋଗୁଁ ମହିଳାମାନେ ନିଜ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେଇପାରନ୍ତି ନାହିଁ। ଫଳରେ ଅଜାଣତରେ ଅନେକ ରୋଗର ଶିକାର ହୋଇଥାନ୍ତି। ଖାଦ୍ୟପେୟରେ ପରିବର୍ତ୍ତନ, ମୋଟାପଣ ଏବଂ ଅନିୟନ୍ତ୍ରିତ ଜୀବନଶୈଳୀ ଯୋଗୁଁ ସେମାନେ ଡାଏବେଟିସ ଭଳି ରୋଗର ଆକ୍ରାନ୍ତ ହୋଇଥାନ୍ତି। ପୁରୁଷମାନଙ୍କ ତୁଳନାରେ ମହିଳାମାନଙ୍କଠାରେ ଏହି ରୋଗ ଅଧିକ ଦେଖାଯାଇଥାଏ।

ମହିଳାମାନଙ୍କୁ କାହିଁକି ହୋଇଥାଏ ଡାଏବେଟିସ?

ପୂର୍ବରୁ ଘରର ସଦସ୍ୟ ମଧୁମେହରେ ଆକ୍ରାନ୍ତ ଥିଲେ ମହିଳାମାନଙ୍କଠାରେ ଏହି ସମସ୍ୟା ଦେଖାଯାଇଥାଏ।

ଘରେ ଅଧିକ ଶାରୀରିକ ପରିଶ୍ରମ ନ କରିବା

ଖାଇବା ପିଇବାରେ ଅନିୟମିତତା

ଅଧିକ ଜଙ୍କ ଫୁଡ, ଛଣାଛଣି ଖାଦ୍ୟ ଖାଇବା

ମୋଟାପଣ ବା ମେଦବହୁଳତା

ବ୍ୟାୟାମ ଏବଂ ଏକ୍ସରସାଇଜ ନ କରିବା

ଗର୍ଭାବସ୍ଥାରେ ହରମୋନ ପରିବର୍ତ୍ତନ ଯୋଗୁଁ ମଧୁମେହ ହୋଇଥାଏ।

ମେନପୋଜ ପରେ ହରମୋନର ଅସନ୍ତୁଳନ

diabetes check up during picnic

ଅଧିକ ପଢ଼ନ୍ତୁ: ଡାଏବେଟିସ ରୋଗୀ କେତେବେଳେ କ’ଣ ଖାଇବେ, ଜାଣନ୍ତୁ

ଲକ୍ଷଣ

ଥକ୍କା ଲାଗିବା

ଖାଦ୍ୟ ଖାଇବାକୁ ଇଚ୍ଛା ନ ହେବା

ଦାନ୍ତ ଯନ୍ତ୍ରଣା ହେବା

ଗୋଡ଼ ହାତ ଝିମଝିମ ହେବା

ପାଦ ଫୁଲିବା

ଅଧିକ ପରିସ୍ରା ଲାଗିବା

ବାରମ୍ବାର ଶୋଷ ଲାଗିବା

ଖାଦ୍ୟ ଖାଇବା ପରେ ମଧ୍ୟ ଭୋକ ଲାଗିବା

ବିନା କାରଣରେ ଓଜନରେ ପରିବର୍ତ୍ତନ ଆସିବା

ପାଟି ଶୁଖିଯିବା ପରି ମନେ ହେବା

ଆଖିକୁ ଅସ୍ପଷ୍ଟ ଦେଖାଯିବା

dont eat these food at night

ଅଧିକ ପଢ଼ନ୍ତୁ: ଆକ୍ୟୁପଙ୍କଚର ମାଧ୍ୟମରେ କରନ୍ତୁ ମଧୁମେହ ରୋଗର ଚିକିତ୍ସା

ଜଟିଳତା

ପୁରୁଷମାନଙ୍କ ଅପେକ୍ଷା ମହିଳାମାନଙ୍କ ନିକଟରେ ଅଧିକ ଜଟିଳତା ଦେଖାଦେଇଥାଏ। ମଧୁମେହ କାରଣରୁ ବାରମ୍ବାର ସେମାନଙ୍କ ପରିସ୍ରା ସଂକ୍ରମଣ ହୋଇଥାଏ। ମହିଳାମାନେ ଘର କାମ ନିଶାରେ ରହି ଖାଦ୍ୟ ଖାଇବାକୁ ଭୁଲି ଯାଆନ୍ତି। ଫଳରେ ଏହି ରୋଗ ଭଲ ହେବା ବଦଳରେ ବଢ଼ି ବଢ଼ି ଚାଲିଥାଏ। ଡାଏବେଟିସରେ ଆକ୍ରାନ୍ତ ମହିଳାମାନଙ୍କ ଇନଫର୍ଟିଲିଟିରେ ସମସ୍ୟା ଦେଖାଦେଇଥାଏ। ସେମାନେ ହାଡ଼ ଜନିତ ବା ଆଣ୍ଠୁ ଗଣ୍ଠି ସମ୍ଭନ୍ଧୀୟ ସମସ୍ୟାରେ ଶିକାର ହୋଇଯାଆନ୍ତି। ଏହି ରୋଗ ଯେତେ ପୁରୁଣା ହୋଇଯାଏ ଆଖିକୁ ସ୍ପଷ୍ଟ କିଛି ଦେଖା ହୁଏ ନାହିଁ। କେବଳ ସେତିକି ନୁହେଁ ବୟସ ଅଧିକ ହେବା ସାଙ୍ଗକୁ ମଧୁମେହ ରୋଗ ପ୍ରଭାବରେ ମହିଳାମାନଙ୍କ କିଡନୀ ଏବଂ ହାର୍ଟ ନଷ୍ଟ ହୋଇଯାଏ। ବ୍ଲଡ ଭାସକୁଲାର, ଦାନ୍ତ ଜନିତ ସମସ୍ୟା ଦେଖାଦେଇଥାଏ। ମଧୁମେହ ରୋଗରେ ଆକ୍ରାନ୍ତ ମହିଳାମାନଙ୍କଠାରେ ପାଦ ଫୁଲା ଭଳି ସମସ୍ୟା ଜଣା ପଡ଼ିଥାଏ।

ପ୍ରତିକାର

ଅଧିକ ଛଣାଛଣି ଏବଂ ତେଲଯୁକ୍ତ ମସଲା ଖାଦ୍ୟ ଖାଆନ୍ତୁ ନାହିଁ।

ଅଳ୍ପ ମାତ୍ରାରେ ଆମିଷ ଖାଦ୍ୟ ଖାଆନ୍ତୁ।

ଅଧିକ ମାତ୍ରାରେ ସବୁଜ ପନିପରିବା ଏବଂ ଫାଇବର ଯୁକ୍ତ ଖାଦ୍ୟ ଖାଆନ୍ତୁ।

ନିୟମିତ କିଛି ସମୟ ବ୍ୟାୟାମ ଏବଂ ଯୋଗ କରନ୍ତୁ।

ନିଜ ଓଜନ ନିୟନ୍ତ୍ରଣ କରନ୍ତୁ।

ଅଧିକ ଚିନ୍ତାରେ ରହନ୍ତୁ ନାହିଁ।

ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।