ମୋବାଇଲ ଫୋନରୁ ବିକିରଣ ହେଉଥିବା ମ୍ୟାଗନେଟିକ ରଶ୍ମି ଶରୀର ଏବଂ ମସ୍ତିଷ୍କ ଉପରେ କୁପ୍ରଭାଵ ପକାଇଥାଏ।

ଅଧିକ ପଢ଼ନ୍ତୁ: ସ୍ମାର୍ଟ ଫୋନ ବ୍ୟବହାରକାରୀ, ଜାଣନ୍ତୁ

ମୋବାଇଲ ଫୋନ ଏବେ ସାରା ପୃଥିବୀରେ ବହୁଳ ଭାବରେ ବ୍ୟବହୃତ ହେଉଛି। ଛୁଆଠାରୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ମୋବାଇଲ ବ୍ୟବହାର କରୁଛନ୍ତି। କିନ୍ତୁ ମୋବାଇଲ ଫୋନର ବହୁଳ ବ୍ୟବହାର କାରଣରୁ ଜନସାଧାରଣଙ୍କ ଉପରେ ଏହାର ପ୍ରଭାବ ବିଷୟରେ ଅନୁସନ୍ଧାନ କରିବା, ବୁଝିବା ଓ ସାବଧାନତା ଅବଲମ୍ବନ କରିବା ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି।

ମୋବାଇଲରୁ ଉତ୍ପନ୍ନ ହେଉଥିବା ବୈଦ୍ୟୁତିକ ଚୁମ୍ବକୀୟ କ୍ଷେତ୍ର ଦ୍ଵାରା କାର୍ସିନୋଜେନିକ ବା କର୍କଟ ରୋଗ ହେଉଛି। ମୋବାଇଲ ଫ୍ରିକ୍ୟୁଏନ୍ସି ଫିଲ୍ଡ କାରଣରୁ ସ୍ୱାସ୍ଥ୍ୟ ପ୍ରତି ବିପଦର ଆଶଙ୍କା ରହିଛି।

ମୋବାଇଲ ଫୋନଗୁଡ଼ିକ ଫିକ୍ସଡ ଆଣ୍ଟିନାର ଏକ ନେଟୱର୍କ ମାଧ୍ୟମରେ ରେଡିଓ ତରଙ୍ଗ ଟ୍ରାନ୍ସମିଟ କରି ଯୋଗାଯୋଗ କରିଥାଏ, ଯାହାକୁ ବେସ ଷ୍ଟେସନ କୁହାଯାଏ। ରେଡ଼ିଓ ଫ୍ରିକ୍ୟୁଏନ୍ସି ତରଙ୍ଗଗୁଡ଼ିକରେ ବୈଦ୍ୟୁତିକ ଚୁମ୍ବକୀୟ କ୍ଷେତ୍ର ରହିଥାଏ ଏବଂ ଏହା ଏକ୍ସରେ କିମ୍ବା ଗାମାରେ ପରି ଆୟୋନାଇଜିଂ ରାଡିଏସନ ହୋଇନଥାଏ। ଏହା ମନୁଷ୍ୟ ଶରୀରର ରାସାୟନିକ ବନ୍ଧ ଭାଙ୍ଗିପାରେ ନାହିଁ କିମ୍ବା ଆୟୋନାଇଜେସନ ଉତ୍ପନ୍ନ କରିପାରେ ନାହିଁ।

mobile phone

ଅଧିକ ପଢ଼ନ୍ତୁ: ଟିଭି-ମୋବାଇଲଠାରୁ ପିଲାଙ୍କୁ ଦୂରେଇ ରଖନ୍ତୁ

ମୋବାଇଲ ଫୋନଗୁଡ଼ିକରେ କମ କ୍ଷମତାସମ୍ପନ୍ନ ଟ୍ରାନ୍ସମିଟର ରହିଥାଏ। ଏହା ୪୫୦ ଏବଂ ୨୭୦୦ ମେଗା ହର୍ଜ ଫ୍ରିକ୍ୟୁଏନ୍ସି ମଧ୍ୟରେ କାର୍ଯ୍ୟ କରିଥାଏ। ଏଥିରେ ସର୍ବାଧିକ ପାୱାର ୦.୧ରୁ ୨ ୱାଟ ମଧ୍ୟରେ ରହିଥାଏ। ଯେତେବେଳେ ହ୍ୟାଣ୍ଡସେଟ ଅନ ରହିଥାଏ ସେତେବେଳେ ହିଁ କେବଳ ପାୱାର ଟ୍ରାନ୍ସମିଟ କରେ। ଏଣୁ ହ୍ୟାଣ୍ଡସେଟଠାରୁ ଦୂରତା ବୃଦ୍ଧି ପାଇବା ସହ ପାୱାର ଦ୍ରୁତ ଗତିରେ ହ୍ରାସ ପାଇଥାଏ। ତେଣୁ ଉପଭୋକ୍ତାଙ୍କ ପ୍ରତି ରେଡ଼ିଓ ଫ୍ରିକ୍ୟୁଏନ୍ସି ଉନ୍ମୁକ୍ତତା ମଧ୍ୟ ହ୍ରାସ ପାଏ। ମୋବାଇଲ ଫୋନ ବ୍ୟବହାର କରୁଥିବା ବ୍ୟକ୍ତି ଯଦି ଫୋନକୁ ଶରୀରଠାରୁ ୩୦-୪୦ ସେଣ୍ଟିମିଟର ଦୂରରେ ରଖନ୍ତି ଟେକ୍ସଟ ମ୍ୟାସେଜ୍ କଲା ବେଳେ, ଇଣ୍ଟରନେଟ ଦେଖିଲା ବେଳେ କିମ୍ବା ଏକ ‘‘ହ୍ୟାଣ୍ଡସ୍ ଫ୍ରି’’ ଡିଭାଇସ ବ୍ୟବହାର କରନ୍ତି, ଏହା ଫଳରେ ମୁଣ୍ଡ ପାଖରେ ହ୍ୟାଣ୍ଡସେଟ ଧରିବା ତୁଳନାରେ ରେଡିଓ ଫ୍ରିକ୍ୟୁଏନ୍ସି କ୍ଷେତ୍ର ପ୍ରତି ଉନ୍ମୁକ୍ତତା ବହୁ ମାତ୍ରାରେ ହ୍ରାସ ପାଇବ।

ହ୍ୟାଣ୍ଡସ ଫ୍ରି ଡିଭାଇସ ବ୍ୟବହାର କରିବା ସହିତ ମୋବାଇଲ ଫୋନ କଲ ସମୟରେ ମୁଣ୍ଡ ଓ ଶରୀରଠାରୁ ଦୂରେଇ ରହିଥାଏ, ଏହାସହିତ କଲର ଦୀର୍ଘତା ଓ ସଂଖ୍ୟା ସୀମିତ କରି ମଧ୍ୟ ଏହି ଉନ୍ମୁକ୍ତତା ହ୍ରାସ କରାଯାଇପାରିବ। ଯେଉଁ ସ୍ଥାନରେ ଭଲ ନେଟୱର୍କ ଆସୁଥାଏ ସେଠାରେ ଫୋନ ବ୍ୟବହାର କରିବା ଫଳରେ ଫୋନ କମ ପାୱାର ଟ୍ରାନ୍ସମିଟ କରିଥାଏ। ରେଡିଓ ଫ୍ରିକ୍ୟୁଏନ୍ସି ଫିଲ୍ଡ ଉନ୍ମୁକ୍ତତା ହ୍ରାସ କରିବା ପାଇଁ କମର୍ସିଆଲ ଡିଭାଇସର ବ୍ୟବହାର ପ୍ରଭାବଶାଳୀ ପ୍ରମାଣିତ ହୁଏ ନାହିଁ।

ବିଭିନ୍ନ ଡାକ୍ତରଖାନା ଏବଂ ବିମାନରେ ମୋବାଇଲ ଫୋନକୁ ବାରଣ କରାଯାଇଥାଏ କାରଣ ନିର୍ଦ୍ଦିଷ୍ଟ ଇଲେକ୍ଟ୍ରୋ ମେଡିକାଲ ଡିଭାଇସ ଏବଂ ନାଭିଗେସନ ସିଷ୍ଟମରେ ଏହା ବିଭ୍ରାଟ ସୃଷ୍ଟି କରିପାରେ।

periods tracking

ଅଧିକ ପଢ଼ନ୍ତୁ: ଗର୍ଭାବସ୍ଥାରେ ଅଧିକ ମୋବାଇଲ ଫୋନର ବ୍ୟବହାର ହୋଇପାରେ କ୍ଷତିକାରକ

ପିଲାମାନେ ସେଲ ଫୋନ ବ୍ୟବହାର କଲାବେଳେ ଆରଏଫ ଉନ୍ମୁକ୍ତତା କମ କରିବା ପାଇଁ କ’ଣ କରିବେ?

ମୋବାଇଲକୁ ଖେଳନା ପରି ସବୁବେଳେ ପିଲାକୁ ବ୍ୟବହାର କରିବାକୁ ଦିଅନ୍ତୁ ନାହିଁ। ପ୍ରଥମତଃ ଅତି ସାନ ପିଲାମାନଙ୍କୁ ମୋବାଇଲ ବ୍ୟବହାର ନ କରିବା ପାଇଁ ଉତ୍ସାହିତ କରିବା ଉଚିତ।

ସେଲ ଫୋନରେ ବିତାଉଥିବା ସମୟ ପରିମାଣ ହ୍ରାସ କରନ୍ତୁ।

ମୁଣ୍ଡ ଓ ସେଲ ଫୋନ ମଧ୍ୟରେ ଦୂରତା ଅଧିକ ରଖିବା ପାଇଁ ହେଡ ସେଟ କିମ୍ବା ସ୍ପିକର ମୋଡ଼ ବ୍ୟବହାର କରନ୍ତୁ।

ରାତିରେ ଶରୀରଠାରୁ ଦୂରରେ ଫୋନ ରଖି ଶୁଅନ୍ତୁ।

ଫୋନ ବ୍ୟବହାର କରୁ ନ ଥିବା ସମୟରେ ଶରୀରଠାରୁ ଦୂରରେ ରଖନ୍ତୁ, ଯେମିତି କି କାମ କଲାବେଳେ ପକେଟରେ ନ ରଖି ଟେବୁଲ ଉପରେ ରଖନ୍ତୁ।