ଆଜିକାଲି ମୋବାଇଲ ଫୋନ ପ୍ରାୟ ସମସ୍ତେ ବ୍ୟବହାର କରୁଛନ୍ତି। ମାତ୍ର ଏହି ମୋବାଇଲ ଫୋନରୁ ଆସୁଥିବା ବିକିରଣ ଯୋଗୁଁ ଶରୀରରେ କ’ଣ ପ୍ରଭାବ ପଡ଼ୁଛି ଆସନ୍ତୁ ଜାଣିବା।

mobile

ଅଧିକ ପଢ଼ନ୍ତୁ: ଶୋଇକରି ମୋବାଇଲ ଦେଖୁଛନ୍ତି କି? ପଡ଼ିପାରେ ଏଭଳି କୁପ୍ରଭାବ

ଆଜିର ଯୁଗ ହେଉଛି ଡିଜିଟାଲ ଯୁଗ। ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କ ପାଖରେ ଏବେ ପ୍ରାୟ ସ୍ମାର୍ଟ ଫୋନ, ଲାପଟପ ଏବଂ କମ୍ପ୍ୟୁଟର ଦେଖିବାକୁ ମିଳୁଛି। ଏସବୁ ଆମ ସବୁ କାମକୁ ସହଜ କରୁଛି। କିନ୍ତୁ ଅଧିକ ମୋବାଇଲ ଫୋନ ଆମ ଶରୀରର ଅନେକ କ୍ଷତି ମଧ୍ୟ କରୁଛି। ଏଥିରୁ ନିବୃତ ହେଉଥିବା ବିକିରଣ ଶରୀର ପ୍ରତି ହାନିକାରକ ହୋଇଥାଏ।

ପ୍ରଜନନ କ୍ଷମତା

ମୋବାଇଲ ଟାୱାରରୁ ଆସୁଥିବା ବିକିରଣ ପୁରୁଷମାନଙ୍କ ପ୍ରଜନନ କ୍ଷମତା ଉପରେ ପ୍ରଭାବ ପକାଇଥାଏ। ଏଥିସହ ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ହ୍ରାସ ପାଇଥାଏ।

ମାନସିକ ରୋଗ

ମୋବାଇଲ ରେଡିଏସନ୍‌ ଯୋଗୁଁ ସ୍ମରଣ ଶକ୍ତି ଉପରେ ପ୍ରଭାବ ପଡ଼ୁଛି। ଲାପଟପ କିମ୍ବା ଫୋନର ଲଗାତାର ବ୍ୟବହାର ଯୋଗୁଁ ଅଲଝାଇମର ପରି ରୋଗ ହୋଇଥାଏ। ଆହୁରି ମଧ୍ୟ ହେଡଫୋନ ସହ ଅନେକ ସମୟ ଧରି କାମ କରିବା ଦ୍ୱାରା ସବୁ ସମୟରେ କାନରେ କିଛି ବାଜିଲା ଭଳି ଶବ୍ଦ ଅନୁଭବ ହୋଇଥାଏ। ମୋବାଇଲରୁ ଆସୁଥିବା ବିକିରଣ ଯୋଗୁଁ ସଠିକ ନିଦ ମଧ୍ୟ ହୋଇ ନଥାଏ।

eye care swasthya plus

ଅଧିକ ପଢ଼ନ୍ତୁ: ଟିଭି-ମୋବାଇଲଠାରୁ ପିଲାଙ୍କୁ ଦୂରେଇ ରଖନ୍ତୁ

ଆଖିର କ୍ଷତି

ଲାପଟପର ସ୍କ୍ରିନରୁ କିମ୍ବା ମୋବାଇଲରୁ ଲଗାତାର ଭାବେ କିରଣ ବାହାରିଥାଏ, ଯାହାକି ଆଖି ପାଇଁ ବହୁତ କ୍ଷତିକାରକ। ମୋବାଇଲ ରେଡିଏସନ୍ ଦ୍ବାରା ଦୃଷ୍ଟି ଦୋଷ ଓ ଆଖିବିନ୍ଧା ଭଳି ସମସ୍ୟା ଦେଖାଦିଏ। ଏଥିରୁ ଉପଶମ ପାଇଁ ଆଖିକୁ ଆରାମ ଦିଅନ୍ତୁ। ଆଖିକୁ ବନ୍ଦ ଖୋଲା କରନ୍ତୁ। ଏହା ଫଳରେ ଆପଣଙ୍କୁ ଆରାମ ମିଳିଥାଏ।

ବ୍ରେନ ଟ୍ୟୁମର

ଯେଉଁମାନେ ଅଧିକ ସମୟ ମୋବାଇଲରେ କଥାବାର୍ତ୍ତା ହୁଅନ୍ତି ସେମାନଙ୍କୁ ବ୍ରେନ୍ ଟ୍ୟୁମର ହେବାର ଆଶଙ୍କା ରହିଥାଏ। କାରଣ ମୋବାଇଲ ଫୋନରୁ ବାହାରୁଥିବା ରେଡିଏସନ୍ ମସ୍ତିଷ୍କ ଉପରେ କୁପ୍ରଭାବ ପକାଇଥାଏ। ଫଳରେ ମସ୍ତିଷ୍କ କାର୍ଯ୍ୟରେ ବାଧା ପହଞ୍ଚିଥାଏ ଏବଂ ମସ୍ତିଷ୍କରେ ଅନେକ ସମସ୍ୟା ଦେଖାଦେଇଥାଏ।

କାର୍ଯ୍ୟ କ୍ଷମତା ହ୍ରାସ

ମୋବାଇଲ ଆମର ଏକାଗ୍ରତାକୁ ପ୍ରଭାବିତ କରିଥାଏ। ଅତ୍ୟଧିକ ମୋବାଇଲ ବ୍ୟବହାର ଫଳରେ ବିରକ୍ତ ମନୋଭାବ ଆସିବା ସହ ସବୁବେଳେ ଥକ୍କାପଣ ଅନୁଭବ ହୋଇଥାଏ। ଫଳରେ ଶରୀରର କାର୍ଯ୍ୟକାରୀ କ୍ଷମତା କମିଯାଏ ଏବଂ ବ୍ୟକ୍ତି ଅଳସୁଆ ହୋଇଯାଇଥାଏ।

ବ୍ରେଷ୍ଟ କ୍ୟାନସର

ମୋବାଇଲ ରେଡିଏସନ୍‌ କେବଳ ମାନସିକ ନୁହେଁ ବରଂ ଶାରୀରିକ ଭାବେ ମଣିଷକୁ କ୍ଷତି ପହଞ୍ଚାଇ ଥାଏ। ବିଶେଷ କରି ମହିଳାମାନଙ୍କ ଶରୀର ଉପରେ ଅଧିକ ପ୍ରଭାବ ପକାଇଥାଏ। ଯଦି କୌଣସି ଗର୍ଭବତୀ ମହିଳା ଅନେକ ସମୟ ଧରି ଲାପଟପ ବା ମୋବାଇଲ ବ୍ୟବହାର କରନ୍ତି ତେବେ ତାଙ୍କୁ ବ୍ରେଷ୍ଟ କ୍ୟାନସର ହେବାର ଭୟ ରହିଥାଏ।

ଅଧିକ ପଢ଼ନ୍ତୁ: ମସ୍ତିଷ୍କ ଏବଂ ଶରୀରକୁ କ୍ଷତି ପହଞ୍ଚାଏ ମୋବାଇଲ