mobile

ଟିଭି ଓ ମୋବାଇଲ ଫୋନ୍‌ରୁ ପିଲାଙ୍କୁ ଦୂରେଇ ନ ରଖିଲେ ବହୁତ ଶୀଘ୍ର ଆଖି ଖରାପ ହେବାର ଆଶଙ୍କା ରହିଥାଏ।

ବର୍ତ୍ତମାନ ସମୟରେ ସ୍ମାର୍ଟଫୋନ୍‌ ସବୁ ବର୍ଗର ଲୋକମାନେ ବ୍ୟବହାର କରୁଛନ୍ତି। ଅନେକ ସମୟରେ ଦେଖାଦେଇଥାଏ ବାପା ମା’ ଛୋଟ ପିଲାଙ୍କ ହାତରେ ମୋବାଇଲ୍‌ ଧରାଇ ଦେଇଥା’ନ୍ତି। ପିଲା ଯଦି କାନ୍ଦୁଛି ଶାନ୍ତ କରିବା ଲାଗି ଫୋନ୍‌, ପିଲା ଯଦି ଖାଉନି ତେବେ ମୋବାଇଲ ଦେଖାଇ ଖୁଆଇବା, ଏପରି କି ଯଦି ବାପା ମା’ଙ୍କ କୌଣସି କାମ ଅଛି ଆଉ ପିଲା ଅଳି କରୁଛି ସେତେବେଳେ ପିଲା ହାତରେ ଫୋନ ଦେଇଥା’ନ୍ତି ବାପାମା’। କିନ୍ତୁ ପିଲାମାନଙ୍କ ପାଇଁ ଫୋନ୍ ବ୍ୟବହାର କରିବା କ୍ଷତିକାରକ ହୋଇଥାଏ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର (WHO) ଅନୁସାରେ, ବର୍ଷକରୁ କମ୍‌ ବୟସର ପିଲାଙ୍କ ପାଇଁ ଇଲେକ୍ଟ୍ରୋନିକ୍‌ ସ୍କ୍ରିନ୍‌ ସମ୍ପର୍କରେ ଆସିବାକୁ ଆଦୌ ଦିଆଯିବା ଉଚିତ ନୁହେଁ। ପାଞ୍ଚ ବର୍ଷରୁ କମ୍‌ ବୟସର ପିଲାଙ୍କ ପାଇଁ ସ୍କ୍ରିନ୍‌ ଦେଖିବାର ସମୟ ଗୋଟିଏ ଦିନରେ ଏକ ଘଣ୍ଟାରୁ ଅଧିକ ହେବା ଉଚିତ ନୁହେଁ।

ଛୋଟ ପିଲାମାନେ ଫିଟ୍‌ ରହିବା ଏବଂ ସେମାନଙ୍କ ବିକାଶ ଠିକ୍‌ ଭାବେ ହେବା ପାଇଁ,  ଖାସ୍‌ କରି ଜୀବନର ପ୍ରଥମ ପାଞ୍ଚ ବର୍ଷ ମଧ୍ୟରେ ଏହିକଥା ଉପରେ ଗୁରୁତ୍ୱ ଦିଆଯିବା ଉଚିତ। କାରଣ ଏହି ସମୟରେ ହିଁ ପିଲାଙ୍କର ବିକାଶ ଆଜୀବନ ତା’ର ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ।

ପିଲାମାନେ ସୁସ୍ଥ ଓ ସକ୍ରିୟ ରହିବା ପାଇଁ ଖେଳକୁଦକୁ ଅଧିକ ସମୟ ଦେବା ଆବଶ୍ୟକ।