ଗର୍ଭାବସ୍ଥାରେ ଉଚ୍ଚ ରକ୍ତଚାପ ଏକ ଚିନ୍ତାର ବିଷୟ। ଏହା ପ୍ରଭାବରେ ଶିଶୁ ମୃତ୍ୟୁ ହେବାର ଆଶଙ୍କା ରହିଛି।

pregnancy check up

ଅଧିକ ପଢ଼ନ୍ତୁ: ଗର୍ଭାବସ୍ଥାରେ ଥାଇରଏଡ୍ ସମସ୍ୟାର କିପରି କରିବେ ଚିକିତ୍ସା?

ଗର୍ଭାବସ୍ଥାରେ ଉଚ୍ଚ ରକ୍ତଚାପ ରହିବା ବିପଜ୍ଜନକ। ଏହା ଉଭୟ ମା’ ଗର୍ଭସ୍ଥ ଶିଶୁର କ୍ଷତି କରିଥାଏ। ସୁସ୍ଥ ଗର୍ଭବତୀ ମହିଳାଙ୍କ ରକ୍ତଚାପ ୧୦୦-୧୨୦ ଏବଂ ୬୦-୮୦ ମଧ୍ୟରେ ରହିବା ଉଚିତ। ଏହା ୧୩୦-୮୦କୁ ବଢ଼ିଯାଏ ତେବେ ତୁରନ୍ତ ଏହାର ଚିକିତ୍ସା କରିବା ଆବଶ୍ୟକ।

ଗର୍ଭାବସ୍ଥାରେ ବ୍ଲଡ୍‌ପ୍ରେସର ୧୪୦/୯୦ ତଳକୁ ରହିବା ଦରକାର। କିନ୍ତୁ ଏହି ସ୍ତର ୧୬୦/୧୧୦ରୁ ଅଧିକ ହୁଏ, ତେବେ ଏହା ସିଭିୟର ଉଚ୍ଚରକ୍ତଚାପ ବୋଲି କୁହାଯିବ। ଯଦି ଗର୍ଭସ୍ଥ ମହିଳାମାନଙ୍କଠାରେ ଉଚ୍ଚ ରକ୍ତଚାପ ରହେ ଏବଂ ତାକୁ କଣ୍ଟ୍ରୋଲ ନ କରାଯାଏ ତେବେ ଏହା ପରବର୍ତ୍ତୀ ସମସୟରେ ଜଟିଳ ହୋଇଥାଏ।

ଯଦି ଗର୍ଭସ୍ଥ ମହିଳାଙ୍କର ଡାଏବେଟିସ, ଥାଇରଏଡ୍ ଓ ମୋଟାପଣ ରହିଥାଏ, ତେବେ ସେମାନଙ୍କଠାରେ ଉଚ୍ଚ ରକ୍ତଚାପ ହୋଇଥାଏ। ଏହା ଛଡ଼ା ଯଦି ମହିଳାମାନେ ୨୦ ବର୍ଷ ବୟସ ପୂର୍ବରୁ ବା ୩୫ ବର୍ଷ ବୟସ ପରେ ଗର୍ଭଧାରଣ କରୁଛନ୍ତି, ସେହି ମହିଳାଙ୍କଠାରେ ଉଚ୍ଚରକ୍ତଚାପ ସମସ୍ୟା ହେବାର ଆଶଙ୍କା ଅଧିକ ଥାଏ।

pregnancy

ଅଧିକ ପଢ଼ନ୍ତୁ: ଗର୍ଭାବସ୍ଥାରେ ଉଚ୍ଚ ରକ୍ତଚାପ – କେମିତି କରିବେ ଚିକିତ୍ସା?

ଗର୍ଭବସ୍ଥା ସମୟରେ ଉଚ୍ଚ ରକ୍ତଚାପ ରହିଲେ ଉଭୟ ମା’ ଓ ଗର୍ଭସ୍ଥ ସନ୍ତାନ ଉପରେ ଏହାର ପ୍ରଭାବ ପଡ଼ିଥାଏ। କେତେକ କ୍ଷେତ୍ରରେ ଗର୍ଭବତୀ ମହିଳାଙ୍କର ଷ୍ଟ୍ରୋକ, ହାର୍ଟ ଫେଲ୍ୟୁୟର ହେବାର ଆଶଙ୍କା ଅଧିକ ଥାଏ। ଉଚ୍ଚ ରକ୍ତଚାପ କାରଣରୁ ଗର୍ଭସ୍ଥ ଶିଶୁ ମଧ୍ୟ ଉପଯୁକ୍ତ ଭାବରେ ବଢ଼ିପାରି ନଥାଏ। ବେଳେବେଳେ ଗର୍ଭପାତ ହୋଇଥାଏ। ଅନେକ କ୍ଷେତ୍ରରେ ମା’କୁ ସୁରକ୍ଷିତ ରଖିବା ପାଇଁ ସମୟ ପୂର୍ବରୁ ଡାକ୍ତରମାନଙ୍କୁ ଡେଲିଭରି କରାଇବାକୁ ପଡ଼ିଥାଏ। ରକ୍ତଚାପ ବଢ଼ିବା ଦ୍ଵାରା ପ୍ରି-ଏକଲାମ୍ପସିଆ ସମସ୍ୟା ଦେଖାଦେଇଥାଏ।

ପ୍ରି- ଏକଲାମ୍ପସିଆର ଲକ୍ଷଣ

ଅତ୍ୟଧିକ ଓଜନ ବଢ଼ିବା

ସକାଳୁ ଉଠିବା ବେଳକୁ ପାଦ ଫୁଲିବା

ଧୀରେ ଧୀରେ ପେଟ, ମୁହଁ ଏବଂ ସମସ୍ତ ଶରୀର ଫୁଲିଯିବା

ମୁଣ୍ଡ ବିନ୍ଧିବା

ସଠିକ ନିଦ ନ ହେବା

ପରିସ୍ରା କମ ହେବା

ପେଟରେ ଯନ୍ତ୍ରଣା ହେବା

ଆଖିକୁ ସ୍ପଷ୍ଟ ନ ଦିଶିବା

ଗର୍ଭାବସ୍ଥାରେ ପ୍ରି-ଏକଲାମ୍ପସିଆ ହେବା ଦ୍ଵାରା ପେଟ ଭିତରେ ରକ୍ତସ୍ରାବ ବା ବୃକକ ଖରାପ ହେବା ଏବଂ ଆଖିକୁ ନ ଦିଶିବା ଭଳି ସମସ୍ୟା ଦେଖାଦେଇଥାଏ। ପ୍ରସବ ପରେ ପ୍ରବଳ ରକ୍ତସ୍ରାବ ଯୋଗୁଁ ରୋଗୀର ମୃତ୍ୟୁ ହେବାର ଆଶଙ୍କା ରହିଛି। ମସ୍ତିଷ୍କରେ ମଧ୍ୟ ସଠିକ ଭାବେ ରକ୍ତ ସଞ୍ଚାଳନ ନ ହେବା ସହ ଛାତିରେ ପାଣି ଜମି ରୋଗୀ ଅଣନିଃଶ୍ଵାସ ହୋଇପଡ଼େ।

High Blood Pressure in Pregnant Women on the Rise – Health Essentials from  Cleveland Clinic

ଅଧିକ ପଢ଼ନ୍ତୁ: ଗର୍ଭାବସ୍ଥାରେ ଶାରୀରିକ ପରିଶ୍ରମ କେତେ ଜରୁରୀ?

ପ୍ରତିକାର

ଗର୍ଭାବସ୍ଥାରେ ନିୟମିତ ରକ୍ତଚାପ ମାପିବା ଉଚିତ।

କୌଣସି ଅସୁବିଧା ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

କୌଣସି ଔଷଧ ଖାଇବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ।

କମ ଲୁଣ ବିଶିଷ୍ଟ ସନ୍ତୁଳିତ ପୁଷ୍ଟିକର ଖାଦ୍ୟ ଯଥା ଗଜାମୁଗ, କଦଳୀ, ମାଛ, ମାଂସ, ଅଣ୍ଡା, କ୍ଷୀର, ପାଳଙ୍ଗ, ସଜନା ଶାଗ ଚିନାବାଦାମ ଆଦି ଗର୍ଭବତୀଙ୍କ ଖାଦ୍ୟରେ ସାମିଲ କରନ୍ତୁ।

ସଠିକ ନିଦ ଶରୀରର ରକ୍ତଚାପକୁ ନିୟନ୍ତ୍ରଣ ରଖିବାରେ ସାହାଯ୍ୟ କରିଥାଏ।

ଚାପ ମୁକ୍ତ ରହିବାକୁ ଚେଷ୍ଟା କରନ୍ତୁ। ଷ୍ଟ୍ରେସ, ଅବସାଦଠାରୁ ଦୂରେଇ ରହନ୍ତୁ।